କ‌ରୋନା ଭାଇରସ୍‌ : ୩୦ ରାଷ୍ଟ୍ର ପାଇଁ ବଡ଼ ବିପଦ

ଚୀନ୍‌ରେ ମୃତ୍ୟୁସଂଖ୍ୟା ୧୩୨, ୬୦୫୫ ଭାଇରସ୍‌ ଆକ୍ରାନ୍ତ; କେରଳରେ ୬୩୩ ଜଣ ସ୍ବତନ୍ତ୍ର ନିରୀକ୍ଷଣ ବ୍ୟବସ୍ଥାରେ

ନୂଆଦିଲ୍ଲୀ : ବିଶ୍ୱବ୍ୟାପୀ ଆତଙ୍କ ଖେଳାଇ ଦେଇଥିବା କରୋନା ଭାଇରସ୍‌ ଚୀନ୍‌ରେ ୧୩୨ ଜଣଙ୍କ ଜୀବନ ନେଲାଣି। ଆହୁରି ୬,୦୫୫ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ବିଦେଶୀ ନାଗରିକ ମଧ୍ୟ ଅଛନ୍ତି। ଏବେ ପ୍ରାୟ ୧୫ଟି ରାଷ୍ଟ୍ରକୁ କରୋନା ଭାଇରସ୍‌ ବ୍ୟାପିଥିବା ବେଳେ ଭାରତ ସମେତ ୩୦ ରାଷ୍ଟ୍ରରେ ଭାଇରସ୍‌ କ୍ଷୀପ୍ର ଗତିରେ ବ୍ୟାପିବା ଆଶଙ୍କା ସବୁଠୁ ଅଧିକ ରହିଛି। ବ୍ରିଟେନ୍‌ର ସାଉଥ୍‌ଆମ୍ପଟନ୍‌ ବିଶ୍ୱବିଦ୍ୟାଳୟରେ ବିଶେଷଜ୍ଞଦଳ ଦ୍ୱାରା ହୋଇଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି। ବିଶେଷଜ୍ଞଙ୍କ ଦ୍ୱାରା ବିପଜ୍ଜନକ ସ୍ଥିତିରେ ଥିବା ରାଷ୍ଟ୍ର ଏବଂ ସହରମାନଙ୍କର ଏକ ତାଲିକା କରାଯାଇଛି। ଏହି ତାଲିକାରେ କରୋନା ଭାଇରସ୍‌ ଯୋଗୁଁ ସବୁଠୁ ବିପଜ୍ଜନକ ସ୍ଥିତିରେ ରହିଛି ଥାଇଲାଣ୍ଡ୍‌ (୧), ଜାପାନ (୨) ଏବଂ ହଂକଂ (୩) । ଏହି ତାଲିକାରେ ଅଷ୍ଟ୍ରେଲିଆ ୧୦ମ ସ୍ଥାନରେ ଥିବା ବେଳେ ବ୍ରିଟେନ୍‌, ୧୭ ଏବଂ ଭାରତ ୨୩ତମ ସ୍ଥାନରେ ରହିଛି। ବିଶେଷଜ୍ଞଙ୍କ ରିପୋର୍ଟ ଅନୁଯାୟୀ ଥାଇଲାଣ୍ଡ୍‌ର ବ୍ୟାଂକକ୍‌ରେ ଭାଇରସ୍‌ ବ୍ୟାପିବା ଭୟ ସବୁଠୁ ଅଧିକ ରହିଛି। ଏହାପରେ ହଂକଂରେ ଭାଇରସ୍‌କୁ ନେଇ ଅଧିକ ବିପଦ ରହିଛି। ସେହିପରି ଥାଇଲାଣ୍ଡ୍‌ର ତାଇପେଇରେ ମଧ୍ୟ ଭାଇରସ୍‌ ଭୟ ଅଧିକ। ସିଡ୍‌ନି, ନ୍ୟୁୟର୍କ ଏବଂ ଲଣ୍ଡନ ସମେତ ୨୦ ପ୍ରମୁଖ ଅନ୍ତର୍ଜାତୀୟ ସହରଗୁଡ଼ିକରେ ମଧ୍ୟ ଭାଇରସ୍‌ ବ୍ୟାପିବା ଭୟ ରହିଛି। ଚୀନ୍‌ର ୧୮ଟି ପ୍ରମୁଖ ସହରରେ ଭାଇରସ୍‌ ନେଇ ସବୁଠୁ ଅଧିକ ବିପଦ ରହିଛି। ଚୀନ୍‌ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଏହି ଭାଇରସ୍‌ର ମୁକାବିଲା କରୁଛି ଏବଂ ବିଭିନ୍ନ ରାଷ୍ଟ୍ର ଏବେ ସେମାନଙ୍କ ନାଗରିକଙ୍କୁ ଚୀନ୍‌ରୁ ଖାଲି କରାଉଛନ୍ତି।

Share Now:

Kalinga News Beuro

Leave a Reply

Next Post

ଆତଙ୍କବାଦୀ ସଂଗଠନ ଠାରୁ ମାସିକ ଦରମା ନେଉଥିଲେ ଦେଶଦ୍ରୋହୀ ନିଲମ୍ବିତ ଡିଏସପି ଦେବିନ୍ଦର ସିଂ

Fri Jan 31 , 2020
ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଗିରଫ ହୋଇଥିବା ପୂର୍ବତନ ଡିଏସପି ଦେବିନ୍ଦର ସିଂହଙ୍କ ସଂପର୍କରେ ଏବେ ଏକ ଚାଞ୍ଚଲ୍ୟକର ତଥ୍ୟ ଜଣାପଡ଼ିଛି। ତାହା ହେଲା କି ଦେବିନ୍ଦର ସିଂହଙ୍କୁ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦିନଠାରୁ ନିର୍ଦ୍ଧାରିତ ଦରମା ଭଳି ଟଙ୍କା ମିଳୁଥିଲା । ତଦନ୍ତ କରୁଥିବା ସଂସ୍ଥାର କର୍ମଚାରୀମାନେ ଏହି ସନ୍ଦେହ କରୁଥିବା ଜଣାପଡ଼ିଛି । ଜାନୁଆରି ୧୧ ତାରିଖରେ କୁଖ୍ୟାତ ଆତଙ୍କବାଦୀ ନଭୀଦ ମୁସ୍ତାକ୍ ସହିତ ଦେବିନ୍ଦରଙ୍କୁ ଗିରଫ କରାଯାଇଥିଲା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial