ଆତଙ୍କବାଦୀ ସଂଗଠନ ଠାରୁ ମାସିକ ଦରମା ନେଉଥିଲେ ଦେଶଦ୍ରୋହୀ ନିଲମ୍ବିତ ଡିଏସପି ଦେବିନ୍ଦର ସିଂ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଗିରଫ ହୋଇଥିବା ପୂର୍ବତନ ଡିଏସପି ଦେବିନ୍ଦର ସିଂହଙ୍କ ସଂପର୍କରେ ଏବେ ଏକ ଚାଞ୍ଚଲ୍ୟକର ତଥ୍ୟ ଜଣାପଡ଼ିଛି। ତାହା ହେଲା କି ଦେବିନ୍ଦର ସିଂହଙ୍କୁ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦିନଠାରୁ ନିର୍ଦ୍ଧାରିତ ଦରମା ଭଳି ଟଙ୍କା ମିଳୁଥିଲା । ତଦନ୍ତ କରୁଥିବା ସଂସ୍ଥାର କର୍ମଚାରୀମାନେ ଏହି ସନ୍ଦେହ କରୁଥିବା ଜଣାପଡ଼ିଛି । ଜାନୁଆରି ୧୧ ତାରିଖରେ କୁଖ୍ୟାତ ଆତଙ୍କବାଦୀ ନଭୀଦ ମୁସ୍ତାକ୍ ସହିତ ଦେବିନ୍ଦରଙ୍କୁ ଗିରଫ କରାଯାଇଥିଲା । ଏହାପରେ ତାଙ୍କୁ ନିଲମ୍ବିତ କରି ଦିଆଯାଇଥିଲା ।
ମିଳିଥିବା ସୂଚନା ଅନୁସାରେ, ଦେବିନ୍ଦର କେବଳ ନଭୀଦକୁ ସ୍ଥାନାନ୍ତରଣ ଓ ବର୍ଷ ସାରା ସହଯୋଗ କରିବା ପାଇଁ ଟଙ୍କା ନେଉଥିଲେ । ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ନିଜ ନାମ ଗୋପନ ରଖି କହିଛନ୍ତି, ଦେବିନ୍ଦର ନଭୀଦକୁ ଜମ୍ମୁ ନେଇ ଯାଉଥିବା ବେଳେ ଧରାପଡ଼ିଥିଲେ। ଏହାପରେ ଦେବିନ୍ଦର ନଭୀଦକୁ ନେଇ ପାକିସ୍ତାନ ଯିବାର ଯୋଜନା କରିଥିଲେ ।
ଉକ୍ତ ଅଧିକାରୀ ଆହୁରି ମଧ୍ୟ କହିଛନ୍ତି ଯେ ପାକିସ୍ତାନ ନେବା ପାଇଁ ଦେବିନ୍ଦର କାହିଁକି ସଡ଼କ ମାର୍ଗରେ ଯାଉଥିଲେ, ଏ ନେଇ ତଦନ୍ତ ଚାଲିଛି । ସେ ସୂଚନା ଦେଇଛନ୍ତି ଯେ, ଦେବିନ୍ଦର ଏହି କାମ ପାଇଁ ପାଖାପାଖି ୨୦ ରୁ ୩୦ ଲକ୍ଷ ଟଙ୍କା ନେଇଥିଲେ । ଖାଲି ସେତିକି ନୁହେଁ, ହିଜବୁଲ ମୁଜାହିଦିନଠାରୁ ଦେବିନ୍ଦର ମାସିକ ଦରମା ବି ନେଉଥିଲେ । ସେ କିଛି ବର୍ଷ ହେବ ନଭୀଦ ସହିତ ସଂପର୍କରେ ଥିଲେ । ତାଙ୍କୁ ନିୟମିତ ଭାବେ ଆତଙ୍କବାଦୀ ସଂଗଠନରୁ ଟଙ୍କା ମିଳି ଯାଉଥିଲା । ଦେବିନ୍ଦର ତଦନ୍ତରେ ଠକ୍ ଭାବେ ସହଯୋଗ କରୁନାହାନ୍ତି ବୋଲି ଅଧିକାରୀଜଣକ କହିଛନ୍ତି ।

Share Now:

Kalinga News Beuro

Leave a Reply

Next Post

ଜାମିଆ ଛାତ୍ରଙ୍କ ଉପରକୁ ଗୁଳି ଚଳାଇଥିବା ଯୁବକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହା

Fri Jan 31 , 2020
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ଜାମିଆ ମିଲିଆ ଇସଲାମିଆର ଛାତ୍ରମାନେ ଗୁରୁବାର ଏକ ପ୍ରତିବାଦ ରାଲି କରୁଥିବା ବେଳେ ଜଣେ ଅପରିଚିତ ଯୁବକ ସେମାନଙ୍କ ଉପରକୁ ଗୁଳିଚାଳନା କରିବା ଘଟଣାକୁ କେନ୍ଦ୍ର କରି ଦେଶର ରାଜନୀତି ଆଜି ଉଷ୍ମ ହୋଇ ପଡ଼ିଛି। ଏହି ଘଟଣାରେ ବିରୋଧୀ ଦଳଗୁଡ଼ିକ ଶାସକ ବିଜେପିକୁ ଘେରିଥିବା ବେଳେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁଳି ଚଳାଇଥିବା ଯୁବକ ବିରୋଧରେ ଦୃଢ଼ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial