ସରଳ ହେବ ଜମିର କିସମ ପରିବର୍ତ୍ତନ

ଭୁବନେଶ୍ୱର: କିସମ ପରିବର୍ତ୍ତନ ସରଳ ହେବ। ଲୋକମାନେ ଯେପରି କିସମ ପରିବର୍ତ୍ତନ କରିବା ସହ ନିଜର ସ୍ବତ୍ତ୍ୱ ଶୀଘ୍ର ପାଇ ପାରିବେ ସେ ନେଇ ପଦକ୍ଷେପ ନିଆଯିବ। ସାମାଜିକ-ଅର୍ଥନୈତିକ ଦୃଶ୍ୟପଟରେ ବଦଳୁଥିବାରୁ ରାଜସ୍ଵ ବିଭାଗର ଏହି ପୁରୁଣା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ରାଜସ୍ଵ ପର୍ଷଦ ସଦସ୍ୟ ସିଜେ ବେଣୁଗୋପାଳ କହିଛନ୍ତି। ଗୁରୁବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଜମିର କିସମ ଓ ସତ୍ତ୍ୱ ପାଇବା ନେଇ ଦେଖା ଦେଉଥିବା ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା। ବୈଠକ ଶେଷରେ ଗଣମାଧ୍ୟମକୁ ସୂଚନା ଦେଇ ରାଜସ୍ଵ ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଯେ କିସମ ବ୍ୟବସ୍ଥାକୁ ସୁ ସଂଗତ କରାଯାଇ ପାରିଲେ ଜମି ହସ୍ତାନ୍ତରରେ ସୁବିଧା ହେବା ସହ କୃଷକମାନେ ମଧ୍ୟ ଲାଭ ବାନ ହୋଇ ପାରିବେ। ଏହାଦ୍ୱାରା ଜମି ରାଜସ୍ଵ ପ୍ରଦାନ କ୍ଷେତ୍ରରେ ସହଜ ହୋଇ ପାରିବ। ବିିଭିନ୍ନ ସଂସ୍ଥା ଏବଂ ଜନପ୍ରତିନିଧିଙ୍କ ସହ ଆଲୋଚନା କରି ଏ ନେଇ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ରାଜସ୍ଵ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ବିଭାଗ ପକ୍ଷରୁ ଜମି ଜମା ରେକର୍ଡପତ୍ରକୁ ଡିଜିଟାଇଜେଶନ କରାଯାଇଥିବା ବେଳେ ରେକର୍ଡ ମ୍ୟାନେଜମେଣ୍ଟ ବ୍ୟବସ୍ଥା, ଭୂଲେଖ ଏବଂ ଭୂ-ନକ୍ସା କରାଯାଇଛି। ବର୍ତ୍ତମାନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ୭,୭୯୭ ପ୍ରକାର କିସମ ଜମି ପଟ୍ଟାରେ ଉଲ୍ଲେଖ କରାଯାଉଛି। ପଟ୍ଟାରେ ଜମିର ବ୍ୟବହାର ସହଜରେ ଜଣାପଡୁ ନାହିଁ। ଏପରିକି ପ୍ରାକୃତିକ ଦୁର୍ବିପାକ ସମୟରେ ଚାଷୀମାନଙ୍କୁ ସହାୟତା ଦେବାରେ ସମସ୍ୟା ସୃଷ୍ଟି ହେଉଛି।

Share Now:

Kalinga News Beuro

Leave a Reply

Next Post

ଆସନ୍ତା ୨୪ଘଣ୍ଟା ଯାଏଁ ରାଜ୍ୟର ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୩୦ରୁ ୪୦କିମି ବେଗରେ ବହିବ ପବନ

Sat Feb 8 , 2020
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ଯାଏଁ ରାଜ୍ୟର ୭ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବା ବେଳେ ୩୦ରୁ ୪୦କିମି ବେଗରେ ପବନ ବହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପୁରୀ, ଢ଼େଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, ଭଦ୍ରକ , କେନ୍ଦୁଝର, ମୟୁରଭଞ୍ଜ ଆଦି ୭ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବା ବେଳେ ସୋନପୁର, ବୌଦ୍ଧ, ଅନୁଗୁଳ, ସମ୍ବଲପୁରର ଆଦି କେତେକ ସ୍ଥାନରେ ଘୂର୍ଣ୍ଣିଝଡ଼ର ଆଶଙ୍କା ରହିଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial