ଲିଙ୍ଗରାଜ ମନ୍ଦିରରେ ପାନପିକ ମନା:ନିୟମ କଡ଼ାକଡ଼ି ପାଳନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ପାନପିକ ନ ପକାଇବା ନିୟମ ଏଣିକି କଡ଼ାକଡ଼ି ପାଳନ କରାଯିବ। ମହାଶିବରାତ୍ରି ଉପଲକ୍ଷେ ଶୁକ୍ରବାର ଅନୁଷ୍ଠିତ ସମନ୍ୱୟ ବୈଠକରେ ଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସୀତାଂଶୁ କୁମାର ରାଉତ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ, ଶ୍ରୀଲିଙ୍ଗରାଜ ମନ୍ଦିରରେ ପାନପିକ ନ ପକାଇବା ପାଇଁ ନିୟମ ଗତ ଜାନୁଆରି ୧୫ ତାରିଖରୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା। କୌଣସି ଭକ୍ତ କିମ୍ବା ସେବାୟତ ପାନ ଖାଇ ପିକ ମନ୍ଦିର ପରିସରରେ ପକାଇ ପାରିବେ ନାହିଁ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ ମନ୍ଦିରରେ ନୋଟିସ୍‌ ଲଗାଇଥିଲେ। ସେହିପରି ମନ୍ଦିରରେ ପାନ ଖାଇଲେ ୧ ଶହ ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ଦେବୋତ୍ତର ବିଭାଗ ମଧ୍ୟ ନିର୍ଦ୍ଦେଶନାମା ଜାରି କରିଥିଲା। କିନ୍ତୁ ଏହି ଘୋଷଣାକୁ ତିନି ସପ୍ତାହ ବିତିଯାଇଥିଲେ ହେଁ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଇ ପାରିନାହିଁ। ଗତ ୬ ତାରିଖରେ ମନ୍ଦିରରେ ବହୁ ପରିମାଣରେ ପାନପିକ ପଡ଼ିଥିବା ଦେଖି ଜିଲ୍ଲାପାଳ ଶ୍ରୀ ରାଉତ ଉଦ୍‌ବେଗ ପ୍ରକାଶ କରିଥିଲେ। ଆଗକୁ ମହାଶିବରାତ୍ରି ଉପଲକ୍ଷେ ମନ୍ଦିରକୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟିବ। ତେଣୁ ମନ୍ଦିର ପରିସରରେ ଯେପରି ପାନପିକ ନ ପଡ଼ିବ, ସେଥିପାଇଁ ନିୟମ କଡ଼ାକଡ଼ି ପାଳନ କରିବାକୁ ସେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।।

Share Now:

Kalinga News Beuro

Leave a Reply

Next Post

କରୋନାଭାଇରସ୍‌ରେ ମୃତ୍ୟୁସଂଖ୍ୟା ୮୦୩: ଚୀନ୍‌ରେ ଆହୁରି ବ୍ୟାପକ ହୋଇପାରେ ମୃତ୍ୟୁ

Sun Feb 9 , 2020
ଭାରତରେ ହାଇ ଆଲର୍ଟ ନୂଆଦିଲ୍ଲୀ: ଉହାନ୍‌ରେ ଆଉ ୮୧ ଜଣଙ୍କର ମୃତ୍ୟୁ ଘଟିବାରୁ ରବିବାର ସୁଦ୍ଧା ଚୀନ୍‌ରେ କରୋନାଭାଇରସ୍‌ ସଂକ୍ରମଣଜନିତ ସମୁଦାୟ ମୃତ୍ୟୁସଂଖ୍ୟା ୮୦୩ ପହଞ୍ଚିଛି। ତେଣୁ, ଏହି ମହାମାରୀଜନିତ ମୃତ୍ୟୁସଂଖ୍ୟା ‘ସିଭର୍‌ ଆକ୍ୟୁଟ୍‌ ରେସ୍‌ପାଇରେଟରି ସିଣ୍ଡ୍ରମ୍‌’ (ସାର୍ସ)ଜନିତ ମୃତ୍ୟୁସଂଖ୍ୟାକୁ ଟପିଯାଇଥିବା କଥା ଆନୁଷ୍ଠାନିକଭାବେ ଘୋଷଣା କରାଯାଇଛି। ୨୦୦୨-୨୦୦୩ରେ ସମଗ୍ର ବିଶ୍ୱରେ ‘ସାର୍ସ’ ଭୂତାଣୁଜନିତ ମୃତ୍ୟୁସଂଖ୍ୟା ୭୭୪ ହୋଇଥିଲା। ସମ୍ପ୍ରତି ସମଗ୍ର ଚୀନ୍‌ରେ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୬, ୬୯୦ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial