ପିଲାମାନଙ୍କୁ ଭେଟିବାକୁ ଦେଉ ନଥିବାରୁ ଡିସିପି ପତ୍ନୀଙ୍କ ଘର ଆଗରେ ଧାରଣାରେ ବସିଲେ ଆଇପିଏସ୍ ଅଧିକାରୀ

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଜଣେ ଆଇପିଏସ୍ ଅଧିକାରୀ ନିଜ ପୂର୍ବ ପତ୍ନୀଙ୍କ ଘର ଆଗରେ ଧାରଣାରେ ବସିଛନ୍ତି। ପତ୍ନୀ ପିଲାମାନଙ୍କୁ ଭେଟିବାକୁ ଅନୁମତି ଦେଉନଥିବାରୁ ଆଇପିଏସ୍ ଅଧିକାରୀ ଏଭଳି କରିବା ପାଇଁ ବାଧ୍ୟ ହୋଇଛନ୍ତି। ପୁଲିସ ଅଧୀକ୍ଷକ ଭାବେ କାର୍ଯ୍ୟ କରୁଥିବା ଅରୁଣ ରଙ୍ଗରାଜନଙ୍କର ନିଜ ପତ୍ନୀଙ୍କ ସହ ବିବାଦ ଚାଲୁଥିବାରୁ ତାଙ୍କ ପତ୍ନୀ ପିଲାମାନଙ୍କ ସହ ଭେଟ କରାଇବାକୁ ସଫା ସଫା ମନା କରିଦେଇଛନ୍ତି। ଅନେକ ଥର ମନେଇବା ପରେ ମଧ୍ୟ ପତ୍ନୀ ନମାନିବାରୁ ଏବେ ଅରୁଣ ତାଙ୍କ ଘର ଆଗରେ ଧାରଣାରେ ବସିବାକୁ ବାଧ୍ୟ ହୋଇଛନ୍ତି। ଆଇପିଏସ୍ ଅଧିକାରୀ ଅରୁଣଙ୍କ କହିବା ମୁତାବକ, କିଛି ବର୍ଷ ତଳେ ଆମର ବିବାହ ହୋଇଥିଲା। ସେତେବେଳେ ମୋର ପୋଷ୍ଟିଂ ଚଣ୍ଡିଗଡ଼ରେ ହୋଇଥିଲା। ଏହି ସମୟରେ ଆମର ପ୍ରଥମ ସନ୍ତାନ ଜନ୍ମ ହେବାରୁ ମୋ ପତ୍ନୀ ବେଙ୍ଗାଲୁରୁ ଅସିବା ପାଇଁ ଜିଦ୍ ଧରିଥିଲେ। କିନ୍ତୁ ସେ ସମୟରେ ଆସିବା ସମ୍ଭବ ନହେବାରୁ ଆମ ଦୁହିଁଙ୍କ ଭିତ‌ରେ ଝଗଡ଼ା ହେବା ସହ ମୋ ପତ୍ନୀ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। କିନ୍ତୁ ଶୁଣାଣି ସମୟରେ ଆମେ ଦୁହେଁ ପୁଣି ସାଥୀରେ ରହିବା ଆରମ୍ଭ କରିଥିଲୁୁ। କିଛି ମାସ ପରେ ଆମର ଦ୍ଵିତୀୟ ସନ୍ତାନ ଜନ୍ମ ହୋଇଥିଲା। କିନ୍ତୁ ଦ୍ଵିତୀୟ ସନ୍ତାନ ପରେ ମୋ ସ୍ତ୍ରୀ ମୋ ସହ ରହିବେ ନାହିଁ ବୋଲି ନିଷ୍ପତ୍ତି ନେବା ସହ ଅଲଗା ରହିିବା ଆରମ୍ଭ କରିଥିଲେ। ସେହିଦିନଠାରୁ ମୁଁ ମୋର ଦୁଇ ସନ୍ତାନଙ୍କୁ ଦେଖିବାକୁ ଚାହୁଥିଲେ ମଧ୍ୟ ମୋ ପତ୍ନୀ ମୋତେ ଦେଖା କରିବାକୁ ଦେଉନାହାନ୍ତି।
ଏବେ ଆଇପିଏସ୍ ଅଧିକାରୀ ଅରୁଣ ଅନ୍ୟ କୌଣସି ବାଟ ନ ପାଇ ଧାରଣାରେ ବସିଛନ୍ତି। ପତ୍ନୀ ବିଭିନ୍ନ ପୁଲିସ ଅଧିକାରୀଙ୍କୁ କହି ସ୍ୱାମୀଙ୍କୁ ଘର ବାହାରୁ ଉଠାଇବାକୁ ଚେଷ୍ଟା କରିସାରିଥିଲେ ମଧ୍ୟ ଆଇପିଏସ୍ ଅଧିକାରୀ ଅରୁଣ ପିଲାମାନଙ୍କୁ ଦେଖା ନ କରିବା ପର୍ଯ୍ୟନ୍ତ ଉଠିବେ ନାହିଁ ବୋଲି କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ମଙ୍ଗଳାଯୋଡ଼ି ପକ୍ଷୀବଣ, ଚିଲିକା ରାଜହଂସ ଟାପୁ ଓ ବଡ଼କୂଳ କାଳିଜାଈ ନଳବଣକୁ ଦିନିକିଆ ଟୁର୍‌ ପ୍ୟାକେଜ୍‌

Tue Feb 11 , 2020
ଭୁବନେଶ୍ୱର: ଇକୋ ଟୁରିଜିମ୍‌ ଟୁର୍‌ ପ୍ୟାକେଜ୍‌ ପର୍ଯ୍ୟଟକଙ୍କ ଦ୍ୱାରା ବିପୁଳ ଆଦୃତ ହେବାରୁ ଆହୁରି ନୂଆ ଟୁର୍‌ ପ୍ୟାକେଜ୍‌ ଆରମ୍ଭ କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ଗତ ଜାନୁଆରି ମାସରେ ଓଟିଡିସି ଓ ଜଙ୍ଗଲ ବିଭାଗ ପକ୍ଷରୁ ଭିତରକନିକା ଓ ସାତକୋଶିଆ ପାଇଁ ଦିନିକିଆ ଟୁର୍‌ ପ୍ୟାକେଜ୍‌ର ଶୁଭାରମ୍ଭ ହୋଇଥିବା ବେଳେ ଟିକେଟ୍‌ ବୁକିଂ ତାରିଖରୁ ସପ୍ତାହେ ମଧ୍ୟରେ ସମସ୍ତ ବୁକିଂ ଶେଷ ହୋଇଯାଉଛି। ତେଣୁ ଏହି ସଫଳତାକୁ ଆଧାର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial