ମା’ ଓ ଝିଅଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ରାଜ୍ୟ ପଣ୍ୟଗାର ନିଗମର ଅଧ୍ୟକ୍ଷ ଅନୁପ କୁମାର ସାଏ ଗିରଫ

ଝାରସୁଗୁଡ଼ା: ରାଜ୍ୟ ପଣ୍ୟଗାର ନିଗମର ଅଧ୍ୟକ୍ଷ ତଥା ବ୍ରଜରାଜ ନଗରର ପୂର୍ବତନ ବିଧାୟକ ଅନୁପ କୁମାର ସାଏଙ୍କୁ ଛତିଶଗଡ଼ ପୁଲିସ୍ ଗିରଫ କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ ଛତିଶଗଡ଼ର ରାୟଗଡ଼ ଜିଲ୍ଲାର ଚକ୍ରଧରନଗର ଥାନା ପୁଲିସ୍ ଗତକାଲି ରାତି ପ୍ରାୟ ୯ଟା ୨୩ ମିନିଟ୍ ସମୟରେ ବ୍ରଜରାଜ ନଗରର ଶିରିଡ଼ିସାଇ ମନ୍ଦିର ନିକଟରୁ ଅନୁପ କୁମାର ସାଏଙ୍କୁ ଉଠାଇ ନେଇଥିଲା। ଅନୁପଙ୍କୁ ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ଉଠାଇ ନେଇ ପୁଲିସ୍ ପଚରାଉଚୁରା ପରେ ଗିରଫ କରିଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ୨୦୧୬ରେ ବ୍ରଜରାଜ ନଗରର ଜନୈକ ମହିଳା କଳ୍ପନା ଦାସ(୩୨) ଏବଂ ତାଙ୍କ ଝିଅ ବବଲି ଦାସ(୧୫)ଙ୍କୁ ହତ୍ୟା କରାଯାଇଥିଲା। ପରେ ଛତିଶଗଡ଼ର ରାୟଗଡ଼ ଜିଲ୍ଲାର ଏକ ଜଙ୍ଗଲରେ ପୁଲିସ୍ ଉଭୟଙ୍କର ଶବ ଜବତ କରିଥିଲା। ଏହାପରେ ତତକାଳୀନ ସ୍ଥାନୀୟ ବିଜେପି ବିଧାୟକ ରାଧାରାଣୀ ପଣ୍ଡା ବି ଏହି ଘଟଣାରେ ଅନୁପ କୁମାର ସାଏ ସମ୍ପୃକ୍ତ ଥିବା ଅଭିଯୋଗ ଆଣି ତାଙ୍କର ଗିରଫ ଦାବି କରିଥିଲେ। ଉଲ୍ଲେଖଯୋଗ୍ୟ, ଅନୁପ କୁମାର ସାଏ ବ୍ରଜରାଜନଗର ନିର୍ବାଚନମଣ୍ଡଳୀରୁ ତିନି ଥର କଂଗ୍ରେସ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରେ ସେ କଂଗ୍ରେସ ଦଳ ଛାଡ଼ି ୨୦୧୪ରେ ବିଜେଡିରେ ଯୋଗ ଦେଇଥିଲେ । ସେ ଗତ ୨୦୧୪ ନିର୍ବାଚନରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କଠାରୁ ପରାସ୍ତ ହୋଇଥିଲେ।

Share Now:

Kalinga News Beuro

Leave a Reply

Next Post

ବିଏମ୍‌ସି ନିୟମକୁ ଫୁ’ : ଉଚ୍ଛେଦ ପରେ ପୁଣି ଦଖଲ

Thu Feb 20 , 2020
ଭୁବନେଶ୍ୱର: ବିଏମ୍‌ସି ଓ ବିଡିଏର ଉଚ୍ଛେଦକାରୀ ଅଧିକାରୀଙ୍କ ଉପରେ ଲୋକ ହସିଲେଣି। କାରଣ ଯେଉଁଦିନ ଉଚ୍ଛେଦକାରୀ ଟିମ୍‌ ଜେସିବି ଲଗାଇ ଦୋକାନ ଭାଙ୍ଗିଲେ ବୋଲି କହୁଛନ୍ତି, ତା’ ପରଦିନ ସେଠାରେ ପୁଣି ଦୋକାନ ଗଢ଼ା ହେଉଛି। ବିଏମ୍‌ସି ଓ ବିଡିଏ ଅଧିକାରୀଙ୍କୁ ଖୋଲା ଚ୍ୟାଲେଞ୍ଜ୍ ଦେଇ ପ୍ରତି ଅଞ୍ଚଳରେ ଏମିତି ଉଚ୍ଛେଦ ପରଦିନ ପୁଣି ଦୋକାନ ବସୁଥିଲେ ହେଁ କର୍ତ୍ତୃପକ୍ଷ କିଛି କରି ପାରୁନାହାନ୍ତି। ଏହି ଦୁଇଟି ସଂସ୍ଥାର ଅଧିକାରୀଙ୍କ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial