ବିଏମ୍‌ସି ନିୟମକୁ ଫୁ’ : ଉଚ୍ଛେଦ ପରେ ପୁଣି ଦଖଲ

ଭୁବନେଶ୍ୱର: ବିଏମ୍‌ସି ଓ ବିଡିଏର ଉଚ୍ଛେଦକାରୀ ଅଧିକାରୀଙ୍କ ଉପରେ ଲୋକ ହସିଲେଣି। କାରଣ ଯେଉଁଦିନ ଉଚ୍ଛେଦକାରୀ ଟିମ୍‌ ଜେସିବି ଲଗାଇ ଦୋକାନ ଭାଙ୍ଗିଲେ ବୋଲି କହୁଛନ୍ତି, ତା’ ପରଦିନ ସେଠାରେ ପୁଣି ଦୋକାନ ଗଢ଼ା ହେଉଛି। ବିଏମ୍‌ସି ଓ ବିଡିଏ ଅଧିକାରୀଙ୍କୁ ଖୋଲା ଚ୍ୟାଲେଞ୍ଜ୍ ଦେଇ ପ୍ରତି ଅଞ୍ଚଳରେ ଏମିତି ଉଚ୍ଛେଦ ପରଦିନ ପୁଣି ଦୋକାନ ବସୁଥିଲେ ହେଁ କର୍ତ୍ତୃପକ୍ଷ କିଛି କରି ପାରୁନାହାନ୍ତି। ଏହି ଦୁଇଟି ସଂସ୍ଥାର ଅଧିକାରୀଙ୍କ ଅପାରଗତାର ଫାଇଦା ଉଠାଉଛନ୍ତି ଉଠା ବ୍ୟବସାୟୀ।
ନିକଟରେ ବିଏମ୍‌ସି ଓ ବିଡିଏ ପକ୍ଷରୁ ୟୁନିଟ-୧ରେ ରାଜମହଲରୁ-ଏଜି ଛକ ମଧ୍ୟରେ ରାସ୍ତା ଉପରେ ଫଳ ଦୋକାନ କରିଥିବା ଠେଲାଗାଡ଼ିଗୁଡ଼ିକୁ ଉଚ୍ଛେଦକାରୀ ଟିମ୍ ଦ୍ୱାରା ଜବତ କରାଯାଇଥିଲା। ଜେସିବି ଲଗାଇ କେତେକ ଦୋକାନକୁ ଭଙ୍ଗା ଯାଇଥିଲା। ଏଜିରୁ ରାଜମହଲ (ୟୁନିଟ-୨) ଏବଂ ବାପୁଜୀନଗର ଅଞ୍ଚଳରେ ମଧ୍ୟ ଏମିତି ଉଚ୍ଛେଦ ହୋଇଥିଲା। ବିଏମ୍‌ସି ପକ୍ଷରୁ ନିୟମ ହୋଇଥିଲା ଯେ ଯେଉଁମାନେ ଫୁଟପାଥ୍ ଓ ‌ରାସ୍ତା ଜବରଦଖଲ କରି ଦୋକାନ ପକାଇବେ, ସେମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ହେବ। ହେଲେ ଏବେ ଯଥା ପୂର୍ବଂ ତଥା ପରଂ ସ୍ଥିତି। ଏଠାରେ ପ୍ରଶ୍ନ ଉଠୁଛି, ଉଚ୍ଛେଦ ପରେ କେଉଁଠି କ’ଣ ହେଉଛି, ତାହା ଉପରେ କ’ଣ କର୍ତ୍ତୃପକ୍ଷ ନଜର ରଖୁନାହାନ୍ତି ନା ଯେଉଁମାନେ ନଜର ରଖୁଛନ୍ତି ସେମାନେ ଲାଞ୍ଚ ନେଇ ସବୁ ବେଆଇନ କାମକୁ ପ୍ରଶୟ ଦେଉଛନ୍ତି।

Share Now:

Kalinga News Beuro

Leave a Reply

Next Post

ପରୀକ୍ଷା ପାଇଁ ସାଲିଆ ସାହିରେ ଅଟକିଲା ଘର ଭଙ୍ଗା

Thu Feb 20 , 2020
ଭୁବନେଶ୍ୱର : ଜୟଦେବ ବିହାର-ନନ୍ଦନକାନନ ରାସ୍ତାର ବାମପାର୍ଶ୍ଵରେ ସମାନ୍ତରାଳ ରାସ୍ତା ଖୋଲିବା ପାଇଁ ଆଜି ହେବାକୁ ଥିବା ବସ୍ତି ଉଚ୍ଛେଦ କାର୍ଯ୍ୟ ବିରୋଧ ଯୋଗୁଁ ହୋଇପାରିନି। ୪ଟି ବସ୍ତିର ଶତାଧିକ ବାସିନ୍ଦା ଉଚ୍ଛେଦକାରୀ ଟିମ୍‌ର ଜେସିବି ଆଗରେ ଶୋଇବା ସହ ଜୋରଦାର୍ ବିରୋଧ କରିବାରୁ ଆଜି ପ୍ରଶାସନ ଏହାକୁ ଉଚ୍ଛେଦ କରି ପାରି ନଥିଲା। ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବା ଦେଖି ଉଚ୍ଚପଦସ୍ଥ ପୁଲିସ ଓ ଅନ୍ୟ ବିଭାଗୀୟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial