ବନ୍ଦ ଘରୁ ତିନି ମୃତଦେହ ଉଦ୍ଧାର: ପତ୍ନୀ ଓ ଝିଅକୁ ହତ୍ୟା କରି ବାପାଙ୍କ ଆତ୍ମହତ୍ୟା ସନ୍ଦେହ

ଛତ୍ରପୁର: ଆଜି ସକାଳେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା ଅନ୍ତର୍ଗତ ପାଲିଆଛତ୍ରପୁର ଗ୍ରାମର ଏକ ଘରୁ ବାପା ମାଆ ଓ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତବ୍ୟକ୍ତିମାନେ ହେଲେ ବୃନ୍ଦାବନ ବେହେରା, ତାଙ୍କ ପତ୍ନୀ ଊର୍ମିଳା ଏବଂ ଯୁକ୍ତ ଦୁଇ ପଢୁଥିବା ସେମାନଙ୍କ କନ୍ୟା ସୁନୀତା। ସକାଳେ ଗାଁ’କୁ ପାଇପ୍‌ରେ ପାଣି ଆସୁ ନ ଥିଲା। କାହିଁକି ପାଣି ଆସୁନାହିଁ ବୋଲି କେତେକ ଲୋକ ଆଖପାଖରେ ଦେଖାଦେଖି କରୁଥିବା ବେଳେ ବୃନ୍ଦାବନଙ୍କ ଘରର ଝରକାବାଟେ ଝିଅ ସୁନୀତାଙ୍କ ଶବ ଦେଖିଥିଲେ। ଏହାପରେ ସେମାନେ ପୁଲିସକୁ ଖବର ଦେଇଥିଲେ। ବନ୍ଦଥିବା ଘରେ ବୃନ୍ଦାବନଙ୍କ ଶବ ଝୁଲନ୍ତା ଅବସ୍ଥାରେ ଥିବାବେଳେ ସ୍ତ୍ରୀ ଓ ଝିଅଙ୍କ ଶବ ତଳେ ପଡ଼ିଥିଲା। ସେମାନଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ବି ବୃନ୍ଦାବନ ତାଙ୍କ ପତ୍ନୀ ଓ ଝିଅକୁ ହତ୍ୟା କରି ଆତ୍ମହତ୍ୟା କରିଥିବା ଶୁଣାଯାଉଛି।
ଗାଁ’ରେ ପାନ ଦୋକାନ କରି ଚଳୁଥିବା ବୃନ୍ଦାବନଙ୍କୁ ଗତ ରାତି ୧୧ଟାରେ ମଧ୍ୟ ସ୍ଥାନୀୟ ଲୋକେ ଦେଖିଥିଲେ। ତାଙ୍କର ଆଉ ଜଣେ ଝିଅ ବିବାହିତା। ଗତକାଲି ଝିଅକୁ ଶାଶୂଘର ଲାଠିଗାଁ’ରେ ଛାଡ଼ିବାକୁ ବୃନ୍ଦାବନଙ୍କ ପୁଅ ସାଗର ଯାଇଥିବାରୁ ଘରେ ସେ ଅନୁପସ୍ଥିତ ଥିଲେ। ଘଟଣାସ୍ଥଳରେ ଗଞ୍ଜାମ ଏସ୍‌. ପି. ବ୍ରଜେଶ ରୟ, ଛତ୍ରପୁର ଏସ୍‌ଡିପିଓ ଏବଂ ଆଇଇସି ପହଞ୍ଚିଛନ୍ତି। ତଦନ୍ତରେ ସହାୟତା କରିବାକୁ ସାଇଣ୍ଟିଫିକ୍‌ ଟିମ୍‌କୁ ମଧ୍ୟ ଡକାଯାଇଛି।

Share Now:

Kalinga News Beuro

Leave a Reply

Next Post

ବିପଦରେ ଓଭରବ୍ରିଜ୍‌ : ଚରିଗଲାଣି ବର, ଓସ୍ତ ଗଛ/ମେଲୁଛି ଯୋଡ଼େଇ ଫାଟ

Thu Feb 27 , 2020
ଭୁବନେଶ୍ୱର : ରାଜଧାନୀର ଅଧିକାଂଶ ସ୍ଥାନର ଓଭରବ୍ରିଜ୍‌ ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଅନେକ ସ୍ଥାନରେ ବ୍ରିଜ୍‌ର ଯୋଡ଼େଇ ସ୍ଥାନରେ ଉଠିଲାଣି ଶହଶହ ବର ଓ ଓସ୍ତ ଗଛ। ରସୁଲଗଡ଼ରୁ ନେଇ ବରମୁଣ୍ଡା ପର୍ଯ୍ୟନ୍ତ ଓଭରବ୍ରିଜ ଉପରେ ଏହି ଗଛଗୁଡ଼ିକ ଶାଖା ପ୍ରଶାଖା ମେଲି ଚାଲିଥିଲେ ହେଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେଉନାହିଁ। ଆଜି ଅପରାହ୍‌ଣରେ ରସୁଲଗଡ଼ ନିକଟରେ ଓଭରବ୍ରିଜର ଯୋଡ଼େଇ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial