ମାର୍ଚ୍ଚ ପହିଲାରୁ ରାଜ୍ୟରେ ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ହେବ : ପରିବହନ ମନ୍ତ୍ରୀ

ଗାଡି ଚାଳକଙ୍କ ପାଇଁ ସତର୍କ ଘଣ୍ଟି

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ପହିଲାରୁ ରାଜ୍ୟରେ ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ହେବ ବୋଲି ଆଜି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ତେବେ ଦୁର୍ଘଟଣାର ହାର ହ୍ରାସ କରିବାକୁ ଟ୍ରାଫିକ ନିୟମକୁ କଡ଼ାକଡ଼ି କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ଗାଡି ଚାଳକଙ୍କ ପାଇଁ ସତର୍କ ଘଣ୍ଟି । ମାର୍ଚ୍ଚ ପହିଲାରୁ ପୁଣି ରାଜ୍ୟରେ କଡ଼ାକଡ଼ି ହେବ ନୂଆ ଟ୍ରାଫିକ୍ ନିୟମ, ଯାହାକୁ ଭାଙ୍ଗିଲେ ଆପଣ ଜରିମାନା ଗଣିବା ଏକ ପ୍ରକାର ନିଶ୍ଚିତ । ତେବେ ରାଜରେ ନୂଆ ମୋଟର ଯାନ ଲାଗୁ ହେବା ପରେ ଏହାକୁ ନେଇ ଅନେକ ଅଭିଯୋଗ ଆସିଥିଲା । ଏହାକୁ ୬ ମାସ ପାଇଁ କୋହଳ କରାଯାଇଥିଲା । ତେଣୁ ଆସନ୍ତା ୧ ତାରିଖରୁ ପୁଣି ଥରେ ରାଜ୍ୟରେ ଟ୍ରାଫିକ୍ ଚେକିଂ ଆରମ୍ଭ ହୋଇଯିବ । ମାର୍ଚ୍ଚ ପହିଲାରୁ ଏଣିକି ନିୟମ ଉଲ୍ଲଂଘନ କଲେ ଚାଳକଙ୍କୁ ଆଉ ମିଳିବନି ତ୍ରାହି । ମୋଟା ଅଙ୍କର ଜରିମାନ ସାଙ୍ଗକୁ ରଦ୍ଦ ହୋଇପାରେ ଗାଡ଼ି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ । ତେବେ ଲାଇସେନ୍ସ ନଥିଲେ, ହେଲମେଟ ପିନ୍ଧିନଥିଲେ, ମଦ୍ୟପାନ କରି ଗାଡି ଚଲାଇଲେ ଫାଇନ୍ ଦେବାକୁ ପଡିବ । ସେହିଭଳି ଜଣେ ବ୍ୟକ୍ତି ପ୍ରଥମ ଥର ପାଇଁ ସାଧାରଣ ଟ୍ରାଫିକ ନିୟମ ଭାଙ୍ଗିଲେ ଶହେ ଟଙ୍କା ଜରିମାନା ଦେବ । ଦ୍ୱିତୀୟ ଥର ନିୟମ ଭାଙ୍ଗି ଧରାପଡ଼ିଲେ ୩ଶହ ଓ ତୃତୀୟ ଥର ଧରାପଡ଼ିଲେ ୫ ଶହ ଓ ଚତୁର୍ଥ ଥର ନିୟମ ଭାଙ୍ଗିଲେ ୧୫ ଶହ ଟଙ୍କା ଗଣିବାକୁ ପଡିବ । ସେହିପରି ଟ୍ରାଫିକ ଅଧିକାରୀଙ୍କ ନିର୍ଦ୍ଦେଶକୁ ଅବଜ୍ଞା କଲେ ୫ ଶହରୁ ୨ ହଜାର ଟଙ୍କା ଯାଏଁ ଜରିମାନା ଦେବେ ଉଲ୍ଲଂଘନକାରୀ । ଦ୍ରୁତଗତିରେ ଗାଡି ଚାଳନା ପାଇଁ ୪ ଶହରୁ ୨ ହଜାର ଟଙ୍କା ଯାଏଁ ଜରିମାନା ଆଦାୟ କରିବେ ଟ୍ରାଫିକ ବିଭାଗର କର୍ମଚାରୀ । ମୋବାଇଲରେ କଥା ହୋଇ ଗାଡ଼ି ଚଲାଉଥିଲେ ୫ ହଜାରରୁ ୧୦ ହଜାର ଟଙ୍କା ଯାଏଁ ଜରିମାନା ଆଦାୟ କରାଯିବ । କାରର ସିଟ ବେଲଟ ବାନ୍ଧିନଥିଲେ ହଜାରେ ଟଙ୍କା, ବିନା ସେଫଟି ବେଲଟରେ ୧୪ ବର୍ଷରୁ କମ ବୟସର ଶିଶୁଙ୍କ କାରରେ ନେଉଥିଲେ ୧ ହଜାର ଟଙ୍କା ଗଣିବାକୁ ପଡ଼ିବ । ସେହିଭଳି ଗୋଟିଏ ବାଇକରେ ୨ରୁ ଅଧିକ ବ୍ୟକ୍ତି ଯାଉଥିଲେ ୧ ହଜାର ଟଙ୍କା , ଗାଡ଼ି ଚାଳକଙ୍କ ସହ ପଛରେ ବସିଥିବା ବ୍ୟକ୍ତି ହେଲମେଟ ନ ପିନ୍ଧିଲେ ମଧ୍ୟ ୧ହଜାର ଟଙ୍କା ଜରିମାନା ଆଦାୟ କରାଯିବ । ଏହାଛଡା ରାସ୍ତାରେ ଗଲା ବେଳେ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡ଼ିକୁ ବାଟ ନ ଛାଡ଼ିଲେ ୧୦ ହଜାର ଟଙ୍କାର ଜରିମାନା କରାଯିବ ବୋଲି ଚେତାଇ ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

Share Now:

Kalinga News Beuro

Leave a Reply

Next Post

ହିଂସାର ନିଆଁରେ ବି ଭାଇଚାରାର ଅନନ୍ୟ ଉଦାହରଣ, ହିନ୍ଦୁଙ୍କ ଘରେ ଆଶ୍ରୟ ନେଲେ ମୁସଲିମ୍‌

Fri Feb 28 , 2020
ଜାଫରାବାଦ ଅଞ୍ଚଳରେ ହିନ୍ଦୁଙ୍କୁ ସୁରକ୍ଷା ଦେଲେ ମୁସଲିମ୍‌ ନୂଆଦିଲ୍ଲୀ: ଉତ୍ତର ପୂର୍ବ ଦିଲ୍ଲୀରେ ହିଂସା ଓ ଘୃଣାର ତାଣ୍ଡବ ଭିତରେ ବି ହିନ୍ଦୁ-ମୁସ୍‌ଲିମ ଏକତାର ଅନେକ ଉଦାହରଣ ଲୋକଙ୍କୁ ଆଶ୍ୱସ୍ତ କରିଛି। ୪ ଦିନ ଧରି ଉତ୍ତର ପୂର୍ବ ଦିଲ୍ଲୀରେ ଯେଉଁ ହିଂସା ଲାଗି ରହିଥିଲା ସେଥିଯୋଗୁଁ ଅନେକ ଲୋକଙ୍କ ଘର ଜଳିପୋଡ଼ି ଛାରଖାର ହୋଇଯାଇଛି। ଦଙ୍ଗାକାରୀମାନେ ଘରଦ୍ୱାର ଏବଂ ଦୋକାନ ବଜାରରେ ନିଆଁ ଲଗାଇ ଦେଇଛନ୍ତି। ଏଥିଯୋଗୁଁ ଶହ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial