ବିଜେପି ମହିଳା କର୍ପୋରେଟର ନିଜ ଦଳର ପୂର୍ବତନ ବିଧାୟକଙ୍କ ବିରୋଧରେ ଆଣିଲେ ଦୁଷ୍କର୍ମ ଅଭିଯୋଗ

ଥାଣେ/ ମୁମ୍ବାଇ: ମହାରାଷ୍ଟ୍ର ବିଜେପିର ଜନୈକ ପୂର୍ବତନ ବିଧାୟକ ତାଙ୍କ ନିଜ ଦଳର ଜନୈକା ମହିଳା କର୍ପୋରେଟରଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କୁ ଯୌନ ନିର୍ଯାତନା ଦେବା ଘଟଣା ଏବେ ମହାରାଷ୍ଟ୍ରରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣା ସଂପର୍କରେ ପୀଡ଼ିତା କର୍ପୋରେଟର ଥାଣେ ପୁଲିସ୍‌ ଥାନାରେ ଲିଖିତ ଅଭିଯୋଗ ଆଗତ କରିବା ପରେ ପୁଲିସ୍‌ ଏବେ ସଂପୃକ୍ତ ବିଧାୟକ ଓ ତାଙ୍କର ଅନ୍ୟଜଣେ ସହଯୋଗୀଙ୍କ ବିରୋଧରେ ବିଧିବଦ୍ଧ ଭାବେ ଏକ ମାମଲା ଆଗତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ମହାରାଷ୍ଟ୍ର ବିଧାନସଭାରେ ବିଜେପିର ପୂର୍ବତନ ବିଧାୟକ ଥିବା ନରେନ୍ଦ୍ର ମେହେଟ୍ଟା ଥାଣେ ଜିଲ୍ଲାର ଜନୈକା ମହିଳା କର୍ପୋରେଟରଙ୍କୁ ବିଗତ ଦୀର୍ଘ ବର୍ଷ ଧରି ଦୁଷ୍କର୍ମ କରିବା ସହ ତାଙ୍କୁ ଯୌନ ନିର୍ଯାତନା ଦେଇ ଆସୁଥିଲେ। ଏପରିକି ବିଧାୟକଙ୍କର ଏହି କଳା କାରନାମାନାରେ ତାଙ୍କ ସହ ସଞ୍ଜୟ ନାମରେ ତାଙ୍କର ଅନ୍ୟଜଣେ ସହଯୋଗୀ ମଧ୍ୟ ସାମିଲ ଥିଲେ। ଏପରିକି ବିଧାୟକ ମେହେଟ୍ଟା ଦୁଷ୍କର୍ମ ସମୟର ଏକ ଭଡିଓ ଚିତ୍ର ଉତ୍ତୋଳନ କରିବା ସହ ତାହାକୁ ଦେଖାଇ ମହିଳା କର୍ପୋରେଟରଙ୍କୁ ବ୍ଲାକ୍‌ମେଲ୍‌ କରିବାକୁ ମଧ୍ୟ କୁଣ୍ଠାବୋଧ କରି ନଥିଲେ। କ୍ରମେ ନିର୍ଯାତନା ଅସହ୍ୟ ହେବାରୁ ଶେଷରେ ମହିଳା କର୍ପୋରେଟର ଜଣକ ଘଟଣା ସଂପର୍କରେ ଥାନାରେ ଅଭିଯୋଗ କରିଥିଲେ।
ଏ ସଂପର୍କରେ ଘଟଣାର ତଦନ୍ତ କରୁଥିବା ଥାଣେ ଗ୍ରାମାଞ୍ଚଳ ପୁଲିସ୍‌ କହିଛି ଯେ ବିଧାୟକ ନରେନ୍ଦ୍ର ମେହେଟ୍ଟା ଓ ତାଙ୍କର ଅନ୍ୟଜଣେ ସହଯୋଗୀ ସଞ୍ଜୟଙ୍କ ବିରୋଧରେ ମହିଳା କର୍ପୋରେଟରଙ୍କ ଠାରୁ ଲିଖିତ ଅଭିଯୋଗ ପାଇବା ପରେ ବିଧିବଦ୍ଧ ଭାବେ ଏକ ମାମଲା ଆଗତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛୁ। ହେଲେ, ପୂର୍ବତନ ବିଧାୟକ ନରେନ୍ଦ୍ର ମେହେଟ୍ଟା ଗତ ତିନି ଦିନ ତଳୁ ଦଳରୁ ଇସ୍ତଫା ଦେଇ କେଉଁଆଡ଼େ ଫେରାର ହୋଇଯାଇ ଥିବାରୁ ଆମେ ତାଙ୍କୁ ଗିରଫ କରିବାରେ ସମର୍ଥ ହୋଇପାରି ନାହୁୁଁ।

Share Now:

Kalinga News Beuro

Leave a Reply

Next Post

ନିର୍ଭୟା ମାମଲା: ପୁଣି ଟଳିବ ଫାଶୀ! କ୍ୟୁରେଟିଭ୍‌ ପିଟିସନ ଦାଖଲ କଲା ଦୋଷୀ ପବନ

Sat Feb 29 , 2020
ନୂଆଦିଲ୍ଲୀ: ୨୦୧୨ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ପବନ କୁମାର ଗୁପ୍ତା ଆଜି ସୁପ୍ରିମ୍‌ କୋର୍ଟରେ କ୍ୟୁରେଟିଭ୍‌ ପିଟିସନ ଦାଖଲ କରିଛି। ୧୩ ମାର୍ଚରେ ଫାଶୀ ପୂର୍ବରୁ ପବନ ଗୁପ୍ତା ତା’ର ମୃତ୍ୟୁ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିବାକୁ ନିବେଦନ କରିଛି। ପବନ ଗୁପ୍ତାର ଓକିଲ ଏପି ସିଂହ ଆଜି ଏ ସଂପର୍କରେ ସୂଚନା ଦେଇଛନ୍ତି। ଟ୍ରାଏଲ୍‌ କୋର୍ଟ ନିର୍ଭୟା ମାମଲାର ୪ ଦୋଷୀଙ୍କୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial