ଅନ୍ତର୍ଜାତୀୟ ମହିଳା ଦିବସ ବିଶେଷ : ଉଚ୍ଚଶିକ୍ଷିତା ଗାୟତ୍ରୀ ପ୍ରଧାନ ଆଜି ଜଣେ ସଫଳ ଚାଷୀ

ଫୁଲବାଣୀ: ଦୃଢ଼ ଇଚ୍ଛ‌ାଶକ୍ତି ଥିବା ଯୋଗୁଁ କନ୍ଧମାଳର ଉଚ୍ଚଶିକ୍ଷିତା ଗାୟତ୍ରୀ ପ୍ରଧାନ ଆଜି ଜଣେ ସଫଳ ଚାଷୀ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଜିଲ୍ଲା ସଦର ମହକୁମା ଫୁଲବାଣୀରେ ପରିବାର ସହ ରହୁଛନ୍ତି ଗାୟତ୍ରୀ। ସ୍ୱାମୀ ଜଣେ ଶିକ୍ଷକ। ଗୋଟିଏ ପୁଅ ବି ଅଛି। ଗାୟତ୍ରୀ ବିବାହ ପୂର୍ବରୁ ସ୍ନାତକ ଡିଗ୍ରି ହାସଲ କରି ସାରିଛନ୍ତି। ସରକାରୀ ହେଉ ବେସରକାରୀ ଚାକିରି, ଚେଷ୍ଟା କରିଥିଲେ ନିଶ୍ଚୟ ହାସଲ କରିପାରିଥା’ନ୍ତେ ଗାୟତ୍ରୀ । ହେଲେ, ସେ ଚାକିରି ପଛରେ କେବେ ଗୋଡ଼ାଇ ନାହାନ୍ତି। ପିଲାବେଳୁ ଗାୟତ୍ରୀଙ୍କର ଚାଷ ପ୍ରତି ବଡ଼ ଦୁର୍ବଳତା ରହିଆସିଛି। ଏଥିନିମନ୍ତେ ସେ ସୁଯୋଗ ଖୋଜୁ ଥିଲେ ବି କେବେ ପାଇବା‌ରେ ସଫଳ ହୋଇ ପାରିନାହାନ୍ତି। ଉଚ୍ଚଶିକ୍ଷିତା ଗାୟତ୍ରୀଙ୍କ ଚାଷ କରିବା ପ୍ରତି ଆଗ୍ରହ ଦେଖି ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବାକୁ ଉଦ୍ୟାନକୃଷି ବିଭାଗ ପ୍ରତିଶ୍ରୁତି ଦେଇଥିଲା। ହେଲେ ଚାଷ କରିବାକୁ ବଡ଼ ଚାଷ ଜମି ଦରକାର। ଏତେ ଚାଷ ଜମି କେଉଁଠୁ ପାଇବେ? ଏହାକୁ ନେଇ ଗାୟତ୍ରୀ ଚିନ୍ତାରେ ଥିବାବେଳେ ତାଙ୍କ ଅଜାଙ୍କର ସୁଡୁଲି ଗାଁରେ ଥିବା ଅବ୍ୟବହୃତ ଚାଷ ଜମି ଉପରେ ଆଖି ପକାଇଲେ। ଅଜା ଘରଙ୍କ ‌ଲୋକଙ୍କୁ ବୁଝାସୁଝା କରି ସେହି ୫ ଏକର ଜାଗାଟିକୁ ଆଣିବାରେ ଶେଷରେ ସଫଳ ହେଲେ। ତାପରେ ସେହି ଅବ୍ୟବହୃତ ଚାଷ ଜମିରେ ଧାନ ସହ ଅନ୍ୟାନ୍ୟ ଫସଲ ଆରମ୍ଭ କଲେ। ଏମିତି କି କିଛି ଲୋକଙ୍କୁ କାମରେ ଲଗାଇ ନିଜେ ଯନ୍ତ୍ରପାତିର ବ୍ୟବହାର କରି ଆମ୍ବ ବଗିଚା ସହ ବିଭିନ୍ନ ପନିପରିବା ଫସଲ କଲେ। ସଂପ୍ରତି ଯେଉଁ ଅବ୍ୟବହୃତ ଜମିରେ ଗୋରୁ ଚରୁଥିଲେ ଏବେ ସେଠାରେ ସୁନାର ଫସଲ ଫଳୁଛି। ଏହି ଚାଷରେ ବର୍ଷକୁ ଗାୟତ୍ରୀ ୩ରୁ ୪ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇ ପାରିଛନ୍ତି ଗାୟତ୍ରୀ। ରାତି ପାହିଲେ ରୋ‌ଷେଇ ଘରେ ବସି ରହୁଥିବା ଏବେ ଅସମ୍ଭବକୁ ସମ୍ଭବ କରି ଜଣେ ସଫଳ ଚାଷୀ ହୋଇ ପାରିଥିବା ଗାୟତ୍ରୀ ସମସ୍ତଙ୍କର ଶ୍ରଦ୍ଧାର ପାତ୍ର ହୋଇଛନ୍ତି।

Share Now:

Kalinga News Beuro

Leave a Reply

Next Post

ଓସ୍‌ଡମାର ଖରା ସତର୍କତା : ଏଥର ବି ରେକର୍ଡ ତାତି

Sun Mar 8 , 2020
ଭୁବନେଶ୍ୱର: ରାଜଧାନୀରେ ସବୁଠୁ ଅଧିକ ଗରମ ଅନୁଭୂତ ହେଉଥିବା ୧୩ଟି ଅଞ୍ଚଳକୁ ଓସ୍‌ଡମା ଚିହ୍ନଟ କରିଛି। ଏହି ୧୩ଟି ସ୍ଥାନରେ ଆସନ୍ତା ଗ୍ରୀଷ୍ମ ପ୍ରବାହ ସମୟରେ ସ୍ୱତନ୍ତ୍ର ପ୍ରସ୍ତୁତି କରିବାକୁ ଓସ୍‌ଡମା ବିଏମ୍‌ସିକୁ ଜଣାଇଛି। ଏହାପରେ ବିଏମ୍‌ସି ପକ୍ଷରୁ ଏନେଇ ଜୋରଦାର୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ଓସ୍‌ଡମାର ସୂଚନା ଅନୁଯାୟୀ, ପ୍ରତିବର୍ଷ ଖରାଦିନେ ରାଜଧାନୀର ତାତି ରେକର୍ଡ ଭାଙ୍ଗି ଚାଲିଛି। ହେଲେ ରାଜଧାନୀର ଏମିତି କିଛି ସ୍ଥାନ ଅଛି ଯେଉଁଠି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial