ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନ୍‌ର ଭାଇଙ୍କୁ ଗୁଳିମାଡ଼

କଟକ: ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନ୍‌ଙ୍କ ଭାଇ ତାହିରଙ୍କୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। ଜଗତପୁର ନର୍ଥ ଡିଭିଜନ୍ ଆଇବି ନିକଟରେ ଏହି ଗୁଳିମାଡ଼ ହୋଇଛି। ତାହିରଙ୍କ ଗୋଡ଼ରେ ଗୁଳି ବାଜିଛି। ତେବେ ତାଙ୍କୁ କିଏ ଗୁଳି କରିଛି, ଗୁଳିମାଡ଼ର କାରଣ କ’ଣ ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ମିଳିଥିବା ସୂଚନା ମୁତାବକ ଟେଣ୍ଡର କାରବାରକୁ ନେଇ ଗୁଳିମାଣ୍ଡ ହୋଇଥିବା ସୂଚନା ମିଳିଛି। ତାହିରଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲ୍ ଏବଂ ପରେ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

Share Now:

Kalinga News Beuro

Leave a Reply

Next Post

ସେବିକାଙ୍କ ଚରମ ଅବହେଳା:ମୃତ ଘୋଷିତ ଶିଶୁ ବଞ୍ଚିଲା!

Thu Mar 29 , 2018
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ମୃତ ଘୋଷିତ ଶିଶୁ ବଞ୍ଚଯିବା ଘଟଣା ଦିନତମାମ ଚର୍ଚ୍ଚାର ବିଷୟ ପାଲଟିଥିଲା। ମିଳିଥିବା ସୂଚନା ଅନୁସାରେ, ରାଜନଗର ତାଳଚୂଆଁ ଶୈଳେନ୍ଦ୍ରୀସରାଇ ଗାଁର ଶୁଭଙ୍କରୀ ଗିରିଙ୍କର ପ୍ରସବ ବେଦନା ହେବାରୁ ପରିବାର ଲୋକେ ତାଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଅପରାହ୍ନ ୪ଟାରେ ମହିଳା ଜଣଙ୍କ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial