ପୁଣି ଫାଶୀ ରୋକିବା‌କୁ ଚାଲ୍ : ଦଣ୍ଡ କୋହଳ ଲାଗି ଦିଲ୍ଲୀ ଲେପ୍ଟନାଣ୍ଟ ଗଭର୍ଣ୍ଣରଙ୍କ ନିକଟରେ ପିଟିସନ୍ ଦାଖଲ୍ କଲା ନିର୍ଭୟା ଦୋଷୀ ବିନୟ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୪ ଦୋଷୀଙ୍କୁ ଫାଶୀରେ ଝୁଲାଇବା ଲାଗି ଚତୁର୍ଥ ଥର ପାଇଁ ଡେଥ୍ ୱାରେଣ୍ଟ ଜାରି ହୋଇଥିବା ବେଳେ, ପୁଣି ଥରେ ଫାଶୀ ଟାଳିବାକୁ ନୂଆ ଚାଲ୍ ଖେଳିଛନ୍ତି ଦୋଷୀ । ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ଦିଲ୍ଲୀ ଉପରାଜ୍ୟପାଳଙ୍କ ଠାରେ ଅପିଲ କରିଛି ଦୋଷୀ ବିନୟ ଶର୍ମା । ଦୋଷୀ ବିନୟର ଓକିଲ ଏ.ପି.ସିଂ ଜରିଆରେ ଦିଲ୍ଲୀ ଲେପ୍ଟନାଣ୍ଟ ଗଭର୍ଣ୍ଣରଙ୍କ ନିକଟରେ ତାର ଫାଶୀ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିବାକୁ ଅନୁରୋଧ କରିଛି। ଭାରତୀୟ ଦଣ୍ଡ ସଂହିତାର ଧାରା ୪୩୨ ଏବଂ ୪୩୩ରେ ଥିବା ବ୍ୟବସ୍ଥା ଅନୁସାରେ ଏହି ଆବେଦନ କରାଯାଇଛି ବୋଲି କହିଛନ୍ତି ଓକିଲ ଏ.ପି.ସିଂ। ଏଥିସହ ଜାରି ହୋଇଥିବା ଡେଥ୍ ୱାରେଣ୍ଟ ବା ମୃତ୍ୟୁ ପରୱାନାକୁ ବାତିଲ୍ କରିବାକୁ ମଧ୍ୟ ଆବେଦନ କରିଛି ନିର୍ଭୟା ଦୋଷୀ ବିନୟ।
ANI

@ANI
2012 Delhi gang-rape case: Convict Vinay Sharma through his lawyer AP Singh has approached Delhi LG seeking to commute death sentence to life imprisonment. Advocate AP Singh has filed a petition under sections 432 and 433 Cr.P.C. seeking to suspend death sentence.
155
4:18 PM – Mar 9, 2020
Twitter Ads info and privacy
74 people are talking about this
ନିର୍ଭୟା ଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀମାନଙ୍କ ପାଇଁ ଚତୁର୍ଥ ଥର ଡେଥ ଓ୍ଵାରେଣ୍ଟ ବା ମୃତ୍ୟୁ ପରଓ୍ଵାନା ଜାରି ହୋଇଛି । ସେମାନଙ୍କୁ ମାର୍ଚ୍ଚ ୨୦ ତାରିଖରେ ଫାଶୀ ଦିଆଯିବ ବୋଲି ଦିଲ୍ଲୀର ପାଟିଆଲା ହାଉସ୍ କୋର୍ଟ ଡେଥ ଓ୍ଵାରେଣ୍ଟ ଜାରି କରିଛନ୍ତି । ସେମାନଙ୍କୁ ସକାଳ ୫ଟା ୩୦ ମିନିଟରେ ଫାଶୀ ଦିଆଯିବ। ପୂର୍ବରୁ ତିନି ଥର ସେମାନଙ୍କ ପାଇଁ ଡେଥ ଓ୍ଵାରେଣ୍ଟ ଜାରି ହୋଇଥିଲେ ମଧ୍ୟ ତାହା ଶେଷ ମୂହୂର୍ତ୍ତରେ ବାତିଲ ହୋଇଥିଲା । ଶେଷ ଥର ପାଇଁ ମାର୍ଚ୍ଚ ୩ରେ ଡେଥ ଓ୍ଵାରେଣ୍ଟ ଜାରି ହୋଇଥିଲେ ମଧ୍ୟ ଅନ୍ୟତମ ଦୋଷୀ ପଓ୍ଵନ ଗୁପ୍ତାର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ନିକଟରେ ବିଚାରାଧୀନ ଥିବାରୁ ଟ୍ରାଏଲ କୋର୍ଟ ମୃତ୍ୟୁ ପରୱାନା ଉପରେ ରହିତାଦେଶ ଜାରି କରିଥିଲେ।

Share Now:

Kalinga News Beuro

Leave a Reply

Next Post

ପ୍ରାର୍ଥୀ ଦେବ ନାହିଁ:ରାଜ୍ୟସଭା ଦୌଡ଼ରୁ ଦୂରେଇଗଲା ବିଜେପି

Wed Mar 11 , 2020
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତୀୟ ଜନତା ପାର୍ଟି। ଓଡ଼ିଶାରେ ଖାଲି ଥିବା ୪ ରାଜ୍ୟସଭା ଆସନ ଲାଗି ଅନୁଷ୍ଠିତ ହେଉଥିବା ନିର୍ବାଚନରେ କୌଣସି ପ୍ରାର୍ଥୀ ଦେବନାହିଁ ବିଜେପି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ବୁଧବାର ଏହା ସ୍ପଷ୍ଟ କରିଛି । ବିଜେପି ପାଖରେ ଆବଶ୍ୟକୀୟ ସଂଖ୍ୟା ନଥିବାରୁ ପ୍ରାର୍ଥୀ ନ ଦେବା ପାଇଁ ଦଳ ପକ୍ଷରୁ ନିଷ୍ପତ୍ତି ହୋଇଥିବା ପ୍ରକାଶ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial