ରୁକୁଣା ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ : ଅପରାହ୍‌ଣ ୩ଟା ୩୦ରୁ ହେବ ରଥଟଣା

ପୁରୁଣା ଭୁବନେଶ୍ୱର : ଆସନ୍ତା ଏପ୍ରିଲ ପହିଲାରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି। ନିଷ୍ପତ୍ତି ଅନୁଯାୟୀ ମହାପ୍ରଭୁଙ୍କ ରଥଟଣା ଅପରାହ୍‌ଣ ୩ଟା ୩୦ରେ ଆରମ୍ଭ ହେବ। ମନ୍ଦିର କାର୍ଯ୍ୟାଳୟ ସୂଚନା ଅନୁଯାୟୀ ଭୋର ୫ଟାରେ ମଙ୍ଗଳ ଆଳତି ଓ ଅବକାଶ କରାଯାଇ ଭୋର ସାଢ଼େ ୫ଟାରେ ସାହାଣମେଲା ଦର୍ଶନ କରାଯିବ। ଘଣ୍ଟେ ସାହାଣମେଲା ଦର୍ଶନ ପରେ ରୋଷ ହୋମ ଓ ପାକ କାର୍ଯ୍ୟ, ଛାମୁ ପରିଷ୍କାର, ମହାସ୍ନାନ, ବେଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ପୂର୍ବାହ୍‌ଣ ୮ଟା ମଧ୍ୟରେ ଶେଷ ହୋଇ ଧୂପ କରାଯିବ। ଏହାପରେ ବଲ୍ଲଭ, ଭୋଗ ମଣ୍ଡପ କରାଯାଇ ପୁଣି ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ମହାସ୍ନାନ, ବେଶ କରାଯାଇ ୧୨ଟାରୁ ଯାତ୍ରା ପୂଜା କରାଯିବ। ମଧ୍ୟାହ୍ନ ସାଢ଼େ ୧୨ଟା ପରେ ଶ୍ରୀଜୀଉଙ୍କ ପହଣ୍ଡି କରାଯିବା ପରେ ରଥରେ ପୂଜା କରାଯିବ। ଏହା ପରେ ଘୋଡ଼ା ବନ୍ଧାଯାଇ ଅପରାହ୍‌ଣ ୩ଟା ୩୦ରେ ରଥଟଣା ଆରମ୍ଭ ହେବ। ରଥ ରାମେଶ୍ୱରପାଟଣାରେ ପହଞ୍ଚିବା ପରେ ସେଠାରେ ସନ୍ଧ୍ୟା ୭ଟା ୩୦ରେ ଠାକୁର ଶ୍ରୀରାମେଶ୍ୱର ମନ୍ଦିରକୁ ବିଜେ କରିବେ।
ସେହିପରି ଆସନ୍ତା ଏପ୍ରିଲ ୫ରେ ବାହୁଡ଼ା ଯାତ୍ରା ଦିନ ଭୋର ୫ଟାରୁ ମନ୍ଦିରରେ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯିବ। ଏହାପରେ ସାଢ଼େ ୫ଟାରେ ରୋଷ ହୋମ ଓ ପାକ କାର୍ଯ୍ୟ କରାଯିବା ସହ ସକାଳ ସାଢ଼େ ୭ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ। ଏହାପରେ ମହାସ୍ନାନ, ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା ସାଢ଼େ ୮ଟା ପର୍ଯ୍ୟନ୍ତ ଚାଲିବ। ଏହାପରେ ସକାଳ ଧୂପ, ଭୋଗ ମଣ୍ଡପ ନୀତି ୧୧ଟା ୩୦ ମଧ୍ୟରେ ସରିବ। ପରେ ୧୧ଟା ୩୦ରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ଅଧରପଣା କରାଯିବ। ୧୨ଟା ୩୦ ପରେ ପହଣ୍ଡି କରାଯିବ ଓ ୨ଟା ୩୦ରେ ରଥଟଣା ଆରମ୍ଭ ହେବ। ଚଳିତ ବର୍ଷ ରଥ କାମ ହେଉଥିବା ସ୍ଥାନରେ ୨ଟି ଓ ମହାଖଳା ଉପରେ ନଜର ରଖିବା ପାଇଁ ୪ଟି ସିସିଟିଭି କ୍ୟାମେରା ଲଗାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ଆସନ୍ତା ସମନ୍ୱୟ ବୈଠକରେ ରଥଟଣା ସମୟର ପରିବର୍ତ୍ତନ ହୋଇପାରେ ବୋଲି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କମାର ଦାଶ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Leave a Reply

Next Post

ପୁଣି ତିହାର ଜେଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଅଦାଲତରେ ମାମଲା ଆଗତ କଲା; ନିର୍ଭୟା ଦୋଷୀ ପଓ୍ଵନ: ଶୁଣାଣି ଆସନ୍ତାକାଲି

Thu Mar 12 , 2020
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ଥିବା ଚାରି ଦୋଷୀଙ୍କୁ ଆସନ୍ତା ମାର୍ଚ୍ଚ ୨୦ ତାରିଖ ସକାଳ ୫ଟା ୩୦ରେ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ଦିଲ୍ଲର ଅଦାଲତଙ୍କ ପକ୍ଷରୁ ଚତୁର୍ଥ ଥର ପାଇଁ ‘ମୃତ୍ୟୁ ପରଓ୍ଵାନା’ ବା ‘ଡେଥ୍‌ ଓ୍ଵାରେଣ୍ଟ’ ଜାରି କରାଯାଇ ସାରିଛି। କିନ୍ତୁ, ଏଣେ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ଦୋଷୀମାନେ ସେମାନଙ୍କ ଫାଶୀ ଦଣ୍ଡାଦେଶରୁ ବଞ୍ଚିବା ସହ ଏହାକୁ କାର୍ଯ୍ୟକାରୀ କରାଇବାରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial