କରୋନା ଭାଇରସ୍‌କୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ

ନୂଆଦିଲ୍ଲୀ : କରୋନା ଭାଇରସକୁ ନେଇ ସୋସିଆଲ୍‌ ମିଡିଆରେ ବ୍ୟାପକ ମିଥ୍ୟା ପ୍ରଚାର ଚାଲିଛି। କରୋନା ଭାଇରସ ଅପେକ୍ଷା ସୋସିଆଲ୍‌ ମିଡ଼ିଆରେ ଏଭଳି ଗୁଜବ ଖୁବ୍‌ ଦ୍ରୁତ ଗତି‌ରେ ପ୍ରଚାର ହେଉଛି। କରୋନା ଭାଇରସଜନିତ ମୃତ୍ୟୁହାର ମାତ୍ର ୩.୪ ପ୍ରତିଶତ। ଏଣୁ କରୋନା ଭାଇରସକୁ ନେଇ ଏତେ ଆତଙ୍କିତ ହେବାର କାରଣ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ତେବେ ଉହାନ୍‌ରେ ପ୍ରାଥମିକ ଅବସ୍ଥାରେ କରୋନା ମୃତ୍ୟୁ ହାର ସର୍ବାଧିକ ୧୭.୩ ପ୍ରତିଶତ ଥିଲା। ମାତ୍ର ଉହାନ୍‌ରେ ଆଜିର ଦିନରେ ଏହି ହାର ହ୍ରାସ ପାଇ ୫.୮ ପ୍ରତିଶତରେ ପହଞ୍ଚିଛି। ତେବେ ସୋସିଆଲ୍‌ ମିଡିଆରେ କରୋନା ଭାଇରସକୁ ନେଇ ଅଯଥା ବିଭ୍ରାନ୍ତି କରାଯାଉଛି। ଉହାନ୍‌କୁ ବାଦ୍‌ ଦେଲେ ଚୀନ୍‌ର ଅନ୍ୟ ଅଞ୍ଚଳରେ କରୋନା ଭାଇରସ ସଂକ୍ରମଣ ହାର ସର୍ବନିମ୍ନ। ଭାରତରେ ମଧ୍ୟ ଆତଙ୍କିତ ହେବାର କୌଣସି କାରଣ ନାହିଁ। କରୋନା ଭାଇରସ୍‌ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମୁହଁରେ ମାସ୍କ ବ୍ୟବହାର ଜରୁରୀ ନୁହେଁ। ଏଣୁ ମାସ୍କ୍‌ ପାଇଁ ଅଯଥା‌ରେ କଳାବଜାର ସୃଷ୍ଟି କରିବା ଉଚିତ ନୁହେଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। କାଶ ଓ ଜ୍ଜର ନଥାଇ ଲୋକେ ମାସ୍କ ପିନ୍ଧିବା ଆଦୌ ଆବଶ୍ୟକ ନାହିଁ। କରୋନା ଭାଇରସ ଯେ କୌଣସି ଚଟାଣ ମାଧ୍ୟମରେ ବ୍ୟାପିଥାଏ। ଜଣେ କମ୍ପ୍ୟୁଟର କିମ୍ବା ଟେବୁଲ୍‌ରେ ହାତ ଲଗାଇ ମୁହଁରେ ବୋଳିଲେ କରୋନା ଭାଇରସ ସଂକ୍ରମିତ ହେବାର ସମ୍ଭାବନା ରହିଛି। ମାତ୍ର, ମାସ୍କ୍‌ ଦ୍ୱାରା କରୋନା ରୋକାଯିବା ସମ୍ଭବ ନୁହେଁ। ଏଣୁ ମାସ୍କ ବ୍ୟବହାର ପାଇଁ ଅଯଥା ବିବ୍ରତ ହେବା ଉଚିତ ନୁହେଁ।

Share Now:

Kalinga News Beuro

Leave a Reply

Next Post

ସୂଚନାଧିକାର କର୍ମୀ ରଂଜନ ଦାସ ହତ୍ୟାର ସିବିଆଇ ତଦନ୍ତ ଦାବି:୧୯ରେ ନବୀନ ନିବାସ ଘେରିବ ଓସା

Fri Mar 13 , 2020
ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ସୂଚନାଧିକାର କର୍ମୀ ରଂଜନ ଦାସ ହତ୍ୟାକାଣ୍ଡକୁ ଇତିମଧ୍ୟରେ ୪୦ଦିନ ବିତିଗଲାଣି। ମାତ୍ର ପୁଲିସ କୌଣସି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇନାହିଁ। ତଦନ୍ତକୁ ଚାପି ଦେବା ଲାଗି ପୁଲିସ ପ୍ରଚେଷ୍ଟା ଜାରି ରଖିଛି ବୋଲି ଅଭିଯୋଗ ହୋଇଛି। ତେଣୁ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରାଗଲେ ପ୍ରକୃତ ଘଟଣା ସାମ୍ନାକୁ ଆସିପାରିବ ବୋଲି ଓଡ଼ିଶା ସୂଚନା ଅଧିକାର ଅଭିଯାନ ବା ଓସା ପକ୍ଷରୁ ଦାବି କରାଯାଇଛି। ଆଜି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial