ସରକାରଙ୍କ ନୂଆ କଟକଣା : ୟୁରୋପ,ବ୍ରିଟେନ, ତୁର୍କୀରୁ ଭାରତ ଆସିବା ମନା

ବର୍ଲିନ :ଏହି ଭାଇରସ ସଂକ୍ରମଣ ବଢିଚାଲିଥିବାରୁ ସରକାର ଆଜି ଆଉ କେତେକ କଟକଣା ଜାରି କରିଛନ୍ତି। ୟୁରୋପୀୟ ସଂଘ ଅଧିନରେ ଆସୁଥିବା ରାଷ୍ଟ୍ର, ବ୍ରିଟେନ ଓ ତୁର୍କୀରୁ ଆସୁଥିବା ଯାତ୍ରୀମାନଙ୍କୁ ଭାରତ ଆସିବା ମନା କରାଯାଇଛି। ଏସବୁ ଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ କୌଣସି ଏୟାରଲାଇନ୍ସ ଯାତ୍ରା କରାଇବେ ନାହିଁ। ମାର୍ଚ୍ଚ ୧୮ରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ନିଷେଧାଜ୍ଞା ଜାରି ରହିବ। ୩୧ ପରେ ସ୍ଥିତିକୁ ଦୃଷ୍ଟିରେ ରଖି ସମୟସୀମା ବଢାଇବା ବାବଦରେ ନିଷ୍ପତ୍ତି ନିଆଯିବ। ଏହାଛଡ଼ା ଉପସାଗରୀୟ ଦେଶ କୁଏତ, କାତାର, ଓମାନ ଓ ୟୁଏଇରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ୧୪ ଦିନିଆ ବାଧ୍ୟତାମୂଳକ ପୃଥକୀକରଣ ବା କ୍ୱାରାଣ୍ଟାଇନ କରାଯିବାର ବ୍ୟବସ୍ଥା ରହିଛି। ଏହି ନିଷ୍ପତ୍ତି ସଂପର୍କରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଥିବାବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ଓ ମୃତ୍ୟୁସଂଖ୍ୟା ବଢିଚାଲିଛି। ଏହି ଭୁତାଣୁ ଏବେ ବିଶ୍ୱର ୧୩୫ଟି ଦେଶରେ ପହଞ୍ଚିଥିବାବେଳେ ପ୍ରାୟ ୧ ଲକ୍ଷ ୫୩ ହଜାର ଲୋକ ସଂକ୍ରମିତ ହୋଇଛନ୍ତି ଓ ୫୭୦୦ ଜଣ ମୃତ୍ୟୁବରଣ କରିଛନ୍ତି। ଭାରତରେ ଏପର୍ଯ୍ୟନ୍ତ ୧୧୪ ଜଣ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି।। ଆଜି ଆମେରିକାରୁ ବାଙ୍ଗାଲୁରୁ ଫେରିଥିବା ଜଣେ ଇଂଜିନିୟର କରୋନା ସଂକ୍ରମିତ ବୋଲି ଜଣାପଡ଼ିଛି। ଏହାକୁ ମିଶାଇ କର୍ଣ୍ଣାଟକରେ ମୋଟ ସଂକ୍ରମିତ ସଂଖ୍ୟା ୮ରେ ପହଞ୍ଚିଛି।

Share Now:

Kalinga News Beuro

Leave a Reply

Next Post

କ୍ୟାରେଣ୍ଟାଇନ୍‌ରେ ରହିବେ ଗଜପତି ମହାରାଜ ଓ ବରିଷ୍ଠ ଆଇଏଏସ ଅଫିସର ଭିନୀଲକ୍ରିଷ୍ଣ

Tue Mar 17 , 2020
ବିଦେଶରୁ ଫେରି ଗଜପତି ମହାରାଜା ଓ ବରିଷ୍ଠ ଆଇଏଏସ ଅଫିସର ଭିନୀଲକ୍ରିଷ୍ଣ ରାଜ୍ୟ ସରକାରଙ୍କ କୋଭିଡ-୧୯ ପୋର୍ଟାଲ୍‌ରେ ନିଜର ପଞ୍ଜୀକରଣ କଲେ ଭୁବନେଶ୍ୱର: ଗଜପତି ମହାରାଜ ଦିବ୍ୟସିଂହ ଦେବ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବିଦେଶ ଫେରନ୍ତାଙ୍କ ପଞ୍ଜୀକରଣ ଲାଗି ଉଦ୍ଦିଷ୍ଟ ୱେବସାଇଟ୍‌ରେ ନିଜକୁ ଓ ପରିବାରକୁ ପଞ୍ଜୀକୃତ କରିଛନ୍ତି। ସେ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ଲାଗି ଆମେରିକା ଗସ୍ତ କରି ମାର୍ଚ୍ଚ ୧୫ ତାରିଖ ଦିନ ଭୁବନେଶ୍ୱର ଫେରିଛନ୍ତି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial