୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରଖ ଜୁନ୍‌ ୩୦ ପର୍ଯ୍ୟନ୍ତ ବୃଦ୍ଧି:ଘୋଷଣା କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ସଂପ୍ରତି କରୋନା ଭାଇରସ୍‌କୁ କେନ୍ଦ୍ରକରି ସମଗ୍ର ଦେଶରେ ଏକ ଅଦ୍ଭୂତପୂର୍ବ ପରିସ୍ଥିତି ସୃଷ୍ଟି ହୋଇଛି। କରୋନା ଭାଇରସ୍‌ର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଲକ୍‌ ଆଉଟ୍‌ ଠାରୁ ଆରମ୍ଭ କରି କର୍ଫ୍ୟୁ ପର୍ଯ୍ୟନ୍ତ ଘୋଷଣା କରିଥିବା ବେଳେ ସମଗ୍ର ଦେଶରେ ଜୀବନ ଯାତ୍ରା ଏକରକମ ଠପ୍‌ ହୋଇପଡ଼ିଛି। ସାଂପ୍ରତିକ ସ୍ଥିତି ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲର ଅବଧିକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଜୁନ୍‌ ମାସ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଥିବା ଆଜି ଘୋଷଣା କରିଛନ୍ତି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୧, ୨୦୨୦ ରହିଥିଲା ।

Share Now:

Kalinga News Beuro

Leave a Reply

Next Post

ଭାରତ ପାଇଁ ଆଶ୍ୱାସନା! କୋଭିଡ୍‌-୧୯ରୁ ରକ୍ଷା ପାଇଁ ଏକମାତ୍ର ଉପାୟ, ସାମାଜିକ ଦୂରତ୍ୱ ଓ ସଙ୍ଗରୋଧ: ଗବେଷଣାରୁ ପ୍ରମାଣ ପାଇଲା ଆଇସିଏମ୍‌ଆର୍‌

Wed Mar 25 , 2020
ନୂଆଦିଲ୍ଲୀ: ସଂପ୍ରତି ସମଗ୍ର ବିଶ୍ୱ ପାଇଁ ଅଦୃଶ୍ୟ କରୋନା ଭାଇରସ୍‌ ଆତଙ୍କର କାରଣ ପାଲଟିବା ସହ ମହାମାରୀର ରୂପ ଧାରଣ କରିଛି। ଏଥିରୁ ବର୍ତ୍ତିବା ପାଇଁ କୌଣସି ପ୍ରକାରର ପ୍ରତିଷେଧକ ଟୀକା ବା ଏଥିରୁ ଆରୋଗ୍ୟ ଲାଭ ପାଇଁ କୌଣସି ପ୍ରକାରର ନିର୍ଦ୍ଦିଷ୍ଟ ଔଷଧ ଏଯାବତ୍‌ ବାହାରିପାରି ନାହିଁ। ଏଥିରୁ ବର୍ତ୍ତିବା ପାଇଁ କେବଳ ମାତ୍ର ସଚେତନତା ଓ ସତର୍କତା ହିଁ ଏକମାତ୍ର ଉପାୟ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial