ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭ ଶହ ଛୁଇଁଲା, ୧୭ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦୦ ଟପିଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ସଂଧ୍ୟା ୮ଟା ବେଳେ ଜାରି ତଥ୍ୟ ଅନୁସାରେ ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୯୪ ରେ ପହଞ୍ଚିଛି । ଏହା ମଧ୍ୟରୁ ୬୪୭ ଜଣ ଭାରତୀୟ ହୋଇଥିବାବେଳେ ୪୭ ଜଣ ବିଦେଶୀ ରହିଛନ୍ତି । ଏହି ରିପୋର୍ଟ ଅନୁସାରେ ଦେଶରେ ୪୫ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଥିବାବେଳେ ୧୭ ଜଣ ମୃତ୍ୟୁବରଣ କରିଛନ୍ତି । ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ମିଶାଇଲେ ମୋଟ ସଂଖ୍ୟା ୭୧୦ରେ ପହଞ୍ଚିଛି । ଗତ କାଲି ସଂଧ୍ୟା ସୁଦ୍ଧା ମୃତ୍ୟୁସଂଖ୍ୟା ୧୦ ଥିବାବେଳେ ଆଜି ୬ଟି ନୂଆ ମାମଲା ସାମନାକୁ ଆସିଛି । ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୧୨୫ରେ ସ୍ଥିର ରହିଥିବାବେଳେ ତାପଛକୁ କେରଳ ରହିଛି । କେରଳରେ ୧୧୮ ଜଣ ସଂକ୍ରମିତ ରହିଛନ୍ତି । ତେବେ ଆଶ୍ୱସ୍ତିର କଥା ହେଉଛି ରାଜ୍ୟରେ ଏପର୍ଯ୍ୟନ୍ତ କୌଣସି କରୋନା ସଂକ୍ରମିତ ମରିନାହାନ୍ତି । ତାମିଲନାଡ଼ୁରେ ସଂକ୍ରମିତଙ୍କ ସଂଖ୍ୟା ୨୬ରେ ପହଞ୍ଚିଛି । କର୍ଣାଟକରେ ଗତ ୨୪ ଘଣ୍ଟାରେ ୪ଟି ନୂଆ ମାମଲା ଜଣାପଡ଼ିଛି । ରାଜ୍ୟରେ ମୋଟ ସଂଖ୍ୟା ୫୫ରେ ପହଞ୍ଚିଛି । ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧ଟି ନୂଆ ମାମଲା ସାମନାକୁ ଆସିଛି । ଏହା ଫଳରେ ଦିଲ୍ଲୀରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି । ଜମ୍ମୁ ଓ କଶ୍ମୀରରେ ୫ଟି ନୂଆ ସଂକ୍ରମଣ ମାମଲା ଜଣାପଡ଼ିଛି । ଏହା ଫଳରେ ଏହି କେନ୍ଦ୍ର ଶାସିତ ଅଂଚଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି ।

Share Now:

Kalinga News Beuro

Leave a Reply

Next Post

ଟ୍ରକରେ ଲୁଚି ବିହାର ଯାଉଥିଲେ ୭୦ ଡ୍ରାଇଭର:ଟ୍ରକକୁ ଅଟକ ରଖିଲା ପୋଲିସ

Fri Mar 27 , 2020
ଝାରସୁଗୁଡ଼ା: ବ୍ରଜରାଜନଗର ଥାନା ଗାନ୍ଧିଛକ ନିକଟରେ ଆଜି ଏକ ଟ୍ରକକୁ ପୁଲିସ ଅଟକ ରଖିଛି। ଏହି ଟ୍ରକ ଡାଲାରୁ ୭୦ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଲକ୍‌ଡାଉନ ସମୟରେ ଯାନବାହନ ବନ୍ଦ ରହିଥିବା ବେଳେ ମାଲବାହୀ ଗାଡ଼ି ଚାଲୁଥିବାରୁ ଏହି ଲୋକମାନେ ଏହି ଟ୍ରକରେ ବିହାର ଯାଉଥିବା ଜଣାଯାଇଛି। ବ୍ରଜରାଜନଗର ଏସ୍‌ଡିପିଓ ଦିଲୀପ ଦାଶ ଖବର ପାଇ ଚଢ଼ାଉ କରିଥିଲେ। ଟ୍ରକ ଭିତରେ ଲଦାଲଦି ହୋଇ ଏହି ଲୋକ ମାନେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial