ଶ୍ରମଜୀବୀଙ୍କୁ ସମୟ ଅନୁସାରେ ମଜୁରୀ ଦେବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ, ଶ୍ରମିକ ଓ ଛାତ୍ରଙ୍କୁ ଘର ଛାଡିବାକୁ ବାଧ୍ୟ କଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଦେଶର ସବୁ ରାଜ୍ୟ ସହ ଜିଲ୍ଲାର ସୀମା ସିଲ କରିବାକୁ କଡା ନିର୍ଦ୍ଦେଶ ଦେବା ପରେ ପ୍ରବାସୀ ଶ୍ରମିକମାନେ ରହୁଥିବା ସ୍ଥାନରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏଥିସହ ଶ୍ରମିକମାନଙ୍କୁ ସମୟ ଅନୁସାରେ ସେମାନଙ୍କ ମଜୁରି ଦେବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି । ଏହି ସମୟରେ ଯଦି କୌଣସି ଛାତ୍ର ବା ଶ୍ରମିକଙ୍କୁ ଘର ଖାଲି କରିବାକୁ କେହି କହୁଛନ୍ତି .ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିପିକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଶ୍ରମିକମାନଙ୍କର ଏକ ମାସର ଘରଭଡା ଛାଡ଼ ଲାଗି ମଧ୍ୟ ସରାକାର ଘରମାଲିକମାନଙ୍କୁ ମଧ୍ୟ ଆହ୍ୱାନ କରିଛନ୍ତି। ଭଡାଘରେ ରହୁଥିବା ଶ୍ରମିକଙ୍କୁ ଭଡା ପାଇଁ ଦାବି କରିବେନି ମାଲିକ । ମାସକ ପାଇଁ ଘର ଭଡା ଦାବି ନ କରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ । ଶ୍ରମିକ ଓ ଛାତ୍ରଙ୍କୁ ଘର ଛାଡିବାକୁ ବାଧ୍ୟ କଲେ କାର୍ଯ୍ୟାନୁଷ୍ଠାନ ହେବ । ଲକଡାଉନକୁ କଡାକଡି ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ତାଲାବନ୍ଦ ସମୟରେ ପ୍ରତି ରାଜ୍ୟର ସୀମା ସିଲ କଲେ ବାହାର ରାଜ୍ୟରୁ କୌଣସି ଲୋକ ପ୍ରବେଶ କରିପାରିବେନି । ସେହିପରି ସବୁ ଜିଲ୍ଲାମାନଙ୍କର ସୀମା ସିଲ ଫଳରେ ବାହାର ଜିଲ୍ଲାର ଲୋକେ ଅନ୍ୟ ଜିଲ୍ଲାକୁ ପ୍ରବେଶ କରି ପାରିବେନି । ଫଳରେ ସଂକ୍ରମଣର ଆଶଙ୍କା କମିଯିବ । ତାଲାବନ୍ଦ ଦେଶ ପାଇଁ ବହୁତ ଜରୁରୀ । ତେଣୁ ତାଲାବନ୍ଦକୁ ସମ୍ପୂର୍ଣ୍ଣ ସଫଳ କରିବାକୁ ହେଲେ ସୀମା ସିଲ କରିବାକୁ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ତେବେ ସୀମା ସିଲ ନିଷ୍ପତ୍ତି ଜିଲ୍ଲାର ଜିଲ୍ଲାପାଳ ଏବଂ ଏସପି କାଯ୍ୟକାରୀ କରିବେ। ରାଜ୍ୟର ମୁଖ୍ୟ ସଚିବ ଏବଂ ଡିଜିପିଙ୍କ ସହ ଭିଡିଓ କନଫରେନ୍ସିଂ ସମୟରେ କ୍ୟାବିନେଟ ସଚିବ ରାଜୀବ ଗୌବା ଏବଂ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ଲକଡାଉନ୍ ଜାରି ରହିଥିବାରୁ ସହର କିମ୍ବା ରାଜପଥରେ ଲୋକମାନଙ୍କର କୌଣସି ଗତିବିଧି ଯେମିତି ନଜରକୁ ନ ଆସେ ତାହାକୁ ନିଶ୍ଚିତ କରିବାକୁ କହିଛନ୍ତି। ଏହା ସହ, ଯେଉଁ ପ୍ରବାସୀ ଶ୍ରମିକମାନେ ନିଜ ଗାଁ ଅଭିମୁଖେ ବାହାରି ସାରିଛନ୍ତି, ସେମାନେ ପହଞ୍ଚିବା ମାତ୍ରେ ସେମାନଙ୍କୁ ତୁରନ୍ତ ସରକାରଙ୍କ ଦ୍ୱାରା ପରିଚାଳିତ ସଙ୍ଗରୋଧ କେନ୍ଦ୍ରରେ ୧୪ଦିନ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Share Now:

Kalinga News Beuro

Leave a Reply

Next Post

ରାଜଧାନୀ ଉପକଣ୍ଠରେ ଭୁଲିଗଲେ କଟକଣା : ରୁଣ୍ଡ ହୋଇ ମାଛ ଧରିଲେ, ଖଟି କଲେ, ପୁଲିସର ଲାଠିମାଡ଼

Mon Mar 30 , 2020
ବାଲିପାଟଣା : ପୂରା ଦେଶ ଲକ୍‌ଡାଉନ୍‌ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣାକୁ ୬ ଦିନ ବିତିଛି। ବହୁ ଅସୁବିଧା ସତ୍ତ୍ୱେ ଲୋକେ ଏହାକୁ ସ୍ୱତଃସ୍ଫୂର୍ତ୍ତ ଭାବେ ପାଳନ କରୁଥିବା ବେଳେ ବାଲିପାଟଣାରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ସାମାଜିକ ଦୂରତା ରକ୍ଷା କରିବା ପାଇଁ ବାରମ୍ବାର ସଚେତନ କରାଯାଉଥିଲେ ହେଁ ସରାଟ ନୀଳକଣ୍ଠେଶ୍ଵର ମହାଦେବ ମନ୍ଦିର ନିକଟ ପଞ୍ଚାୟତ ପୋଖରୀ‌ ଓ ବସନ୍ତମାଳ ଗାଁ ପୋଖରୀରେ ଆଜି ୩୦ରୁ ଉର୍ଦ୍ଧ୍ୱ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial