ଗୋଟିଏ ପରିବାରର ୨୫ ଜଣ ଭାଇରସ୍‌ ଆକ୍ରାନ୍ତ:ମହାରାଷ୍ଟ୍ରର ସର୍ବକନିଷ୍ଠ କୋଭିଡ୍‌-୧୯ ରୋଗୀ ୭ ମାସର ଶିଶୁ

ପୁନେ: ମହାରାଷ୍ଟ୍ରର ସାଙ୍ଗ୍‌ଲି ଜିଲ୍ଲାରେ ପୁଣି ଜଣେ ୨ ବର୍ଷର ଶିଶୁ କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଛି। ଏଥିସହ ସାଙ୍ଗ୍‌ଲିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି। ତେବେ ଏହି ସମସ୍ତ ୨୫ ଜଣ ସଦସ୍ୟ ଗୋଟିଏ ପରିବାରର। ରାଜ୍ୟ ସରକାର ଏବେ ସାଙ୍ଗ୍‌ଲିରେ ଭାଇରସ୍‌ ନିୟନ୍ତ୍ରଣ ପାଇଁ ୩ ଜଣିଆ ସଦସ୍ୟ ବିଶିଷ୍ଟ ଏକ ଡାକ୍ତରୀ ଦଳ ପଠାଇଛନ୍ତି। ମିରଜ୍‌ ସିଭିଲ୍‌ ହସ୍ପିଟାଲ୍‌ର ସ୍ୱାସ୍ଥ୍ୟସେବାକୁ ସରକାର ହାତକୁ ନେଇଛନ୍ତି। ଏହି ପରିବାରର ସମସ୍ତ ସଦସ୍ୟ ଏବେ ମିରଜ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ପରିବାରରୁ ସମୁଦାୟ ୨ ଜଣ ଶିଶୁ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଅନ୍ୟପକ୍ଷେ ପୁନେରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି। ମୁମ୍ବାଇରେ ପୁଣି ଏକ ୭ ମାସର ଶିଶୁ ଭାଇରସ୍‌ ଆକ୍ରାନ୍ତ ହୋଇଛି। ଏହି ଶିଶୁଟି ରାଜ୍ୟର ସର୍ବକନିଷ୍ଠ କୋଭିଡ୍‌ -୧୯ ରୋଗୀ ବୋଲି ଜଣାପଡ଼ିଛି। ଦେଶରେ କରୋନା ଭାଇରସ୍‌ର ପ୍ରକୋପ ବଢ଼ି ବଢ଼ି ଚାଲିଛି। ବ୍ୟାପକ କଟକଣା ଏବଂ ଲକ୍‌ଡାଉନ୍‌ ସତ୍ତ୍ୱେ ବିଗତ ୨୪ ଘଣ୍ଟା ମଧ୍ୟରେ ୧୭୫ଟି ନୂଆ ମାମଲା ସାମ୍ନାକୁ ଆସିଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୧୦୨୪ରେ ପହଞ୍ଚିଛି। ଦେଶରେ ଆଜି ସୁଦ୍ଧା ୨୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ୮୩ ଜଣ ଆକ୍ରାନ୍ତ କରୋନାରୁ ମୁକ୍ତ ହୋଇଛନ୍ତି। କେରଳ ଏବଂ ମହାରାଷ୍ଟ୍ରରେ ଏବେ ସର୍ବାଧିକ ଆକ୍ରାନ୍ତ ଅଛନ୍ତି। ମହାରାଷ୍ଟ୍ରରେ ଆଜି ସୁଦ୍ଧା ୨୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ରାଜ୍ୟରେ ୭ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ୨୫ ଜଣ ସଂକ୍ରମଣରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି।
ଅନ୍ୟପକ୍ଷରେ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୨ରେ ପହଞ୍ଚିଛି। ଏ ପର୍ଯ୍ୟନ୍ତ ଆନ୍ଧ୍ର ପ୍ରଦେଶରେ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଣ୍ଡାମାନ ନିକୋବରରେ ୯ ଜଣ, ବିହାରରେ ୯ ଜଣ, ଚଣ୍ଡିଗଡ଼ରେ ୮ ଜଣ, ଛତିଶଗଡ଼ରେ ୬ ଜଣ, ଦିଲ୍ଲୀରେ ୩୯ ଜଣ, ଗୋଆରେ ୩ ଜଣ, ଗୁଜରାଟରେ ୫୩ ଜଣ, ହରିୟାଣାରେ ୩୩ ଜଣ, ହିମାଚଳ ପ୍ରଦେଶରେ ୩ ଜଣ, ଜମ୍ମୁ କାଶ୍ମୀରରେ ୩୧ ଜଣ, କର୍ଣ୍ଣାଟକରେ ୭୬ ଜଣ, ଲଦାଖରେ ୧୩ ଜଣ, ମଧ୍ୟପ୍ରଦେଶରେ ୩୦ ଜଣ, ଓଡ଼ିଶାରେ ୩ ଜଣ, ପୁଡୁଚେରିରେ ୧, ପଂଜାବରେ ୩୮ ଜଣ, ରାଜସ୍ଥାନରେ ୫୪ ଜଣ, ତାମିଲନାଡ଼ୁରେ ୪୨ ଜଣ, ତେଲେଙ୍ଗାନାରେ ୫୫ ଜଣ, ଉତ୍ତରାଖଣ୍ଡରେ ୬ ଜଣ, ଉତ୍ତରପ୍ରଦେଶରେ ୫୫ ଜଣ ଏବଂ ପଶ୍ଚିମବଂଗରେ ୧୭ ଜଣ ଆକ୍ରାନ୍ତ ହୋଇଛନ୍ତି।

Share Now:

Kalinga News Beuro

Leave a Reply

Next Post

୨୦୨୧ ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଟୋକିଓ ଅଲମ୍ପିକ୍ସ

Mon Mar 30 , 2020
ଟୋକିଓ : ବିଶ୍ୱର ସବୁଠାରୁ ଲୋକପ୍ରିୟ କ୍ରୀଡ଼ା ପ୍ରତିଯୋଗିତା ଅଲମ୍ପିକ୍ସ ଜାପାନର ରାଜଧାନୀ ଟୋକିଓ ସହରରେ ଆସନ୍ତା ବର୍ଷ ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏ ସଂପର୍କରେ ଅନ୍ତର୍ଜାତୀୟ ଅଲମ୍ପିକ୍ସ କମିଟି ଓ ଜାପାନ ସରକାର ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି । ୨୦୨୧ ଜୁଲାଇ ୨୩ରେ ଅଲମ୍ପିକ୍ସର ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ । ସେହିପରି ଅଗଷ୍ଟ ୮ରେ ଉଦଯାପନୀ ସମାରୋହ ଅନୁଷ୍ଠିତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial