୨୦୨୧ ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଟୋକିଓ ଅଲମ୍ପିକ୍ସ

ଟୋକିଓ : ବିଶ୍ୱର ସବୁଠାରୁ ଲୋକପ୍ରିୟ କ୍ରୀଡ଼ା ପ୍ରତିଯୋଗିତା ଅଲମ୍ପିକ୍ସ ଜାପାନର ରାଜଧାନୀ ଟୋକିଓ ସହରରେ ଆସନ୍ତା ବର୍ଷ ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏ ସଂପର୍କରେ ଅନ୍ତର୍ଜାତୀୟ ଅଲମ୍ପିକ୍ସ କମିଟି ଓ ଜାପାନ ସରକାର ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି ।
୨୦୨୧ ଜୁଲାଇ ୨୩ରେ ଅଲମ୍ପିକ୍ସର ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ । ସେହିପରି ଅଗଷ୍ଟ ୮ରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ । ଅଲମ୍ପିକ୍ସ ଚଳିତ ବର୍ଷ ଜୁଲାଇ ୨୪ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ହେବାର ଥିଲା । କିନ୍ତୁ ସାରା ବିଶ୍ୱରେ କରୋନା ଭାଇରସର ଭୟାବହତା ଫଳରେ ଅଲମ୍ପିକ୍ସକୁ ଘୁଞ୍ଚାଇବାକୁ ସବୁଆଡ଼ୁ ଦାବି ହେବା ପରେ ଅନ୍ତର୍ଜାତୀୟ ଅଲମ୍ପିକ୍ସ କମିଟି ଓ ଆୟୋଜକ କମିଟି ଏହାକୁ ଘୁଞ୍ଚାଇବାକୁ ଗତସପ୍ତାହରେ ରାଜି ହୋଇଥିଲା । ପ୍ରଥମେ ଏହାକୁ ୨୦୨୧ର ଫେବ୍ରୁଆରୀ-ମାର୍ଚ୍ଚ ମାସରେ କରିବାକୁ ବିଚାର କରାଯାଉଥିଲା । କିନ୍ତୁ ଏହି ସମୟରେ ଜାପାନରେ ପାରମ୍ପରିକ ଚେରୀ ବ୍ଲସୁମ ଉତ୍ସବ ଅନୁଷ୍ଠିତ ହୋଇଥାଏ । ଏହାଛଡ଼ା ଏହି ସମୟରେ ୟୁରୋପୀୟ ଫୁଟବଲ ଓ ନର୍ଥ ଆମେରିକାନ ସ୍ପୋର୍ଟ ଲିଗ ଅନୁଷ୍ଠିତ ହେଉଥିବାରୁ ତାହାକୁ ଜୁଲାଇରେ କରିବାକୁ ନିଷ୍ପତ୍ତି ହୋଇଥିଲା । ଏହି ଅଲମ୍ପିକ୍ସ ପାଇଁ ଜାପାନ ସରକାର ୧୨.୬ ବିଲିୟନ ଡଲାର ଖର୍ଚ୍ଚ କରୁଥିବାବେଳେ ଅନ୍ତର୍ଜାତୀୟ ଅଲମ୍ପିକ୍ସ କମିଟି ୧.୩ ବିଲିୟନ ଡଲାର ଯୋଗଦାନ ଦେଉଛି ।

Share Now:

Kalinga News Beuro

Leave a Reply

Next Post

ରାଜ୍ୟରେ ଲକ୍‌ଡାଉନ୍‌ ଓ କରୋନା ନିୟମକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ଡିଜିପି ଅଭୟ

Mon Mar 30 , 2020
ଭୁବନେଶ୍ୱର: କରୋନା ଭାଇରସ ବା କୋଭିଡ୍‌-୧୯ର ସଂକ୍ରମଣକୁ ରୋକିବା ସହ ଏହାର ମୁକାବିଲା ପାଇଁ ସମଗ୍ର ରାଜ୍ୟରେ ଏବେ ଲକ୍‌ଡାଉନ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ଏଥିସହ ପ୍ରତ୍ୟେକ ବିଦେଶ ଫେରନ୍ତା ଓ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷମାନଙ୍କ ପାଇଁ ଏକାନ୍ତବାସ (ଆଇସୋଲେସନ୍‌) ଓ ସଙ୍ଗରୋଧ (କ୍ୱାରେଣ୍ଟିନ୍‌) ପରି କେତେକ ନିୟମ ଲାଗୁ କରାଯାଇଛି। ହେଲେ, ଶତକଡ଼ା ୯୦ ପ୍ରତିଶତ ରାଜ୍ୟବାସୀ ଏହି ନିୟୟମକୁ କଡ଼ାକଡ଼ି ଭାବେ ପାଳନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial