ସଂକ୍ରମଣ ଭୟରେ ପୂରା ହୋଟେଲ ବୁକ କଲେ, ୨୦ଜଣ ରକ୍ଷିତାଙ୍କୁ ନେଇ ଆତ୍ମ-ବିଚ୍ଛିନ୍ନ ହୋଇ ରହିଲେ ଥାଇଲାଣ୍ଡର ରାଜା

ନୂଆଦିଲ୍ଲୀ: ଥାଇଲାଣ୍ଡର ରାଜା ମହା ଭାଜିରାଲୋଙ୍ଗକର୍ନ ଜର୍ମାନୀର ଏକ ବିଳାସପୂର୍ଣ୍ଣ ହୋଟେଲକୁ ବୁକ କରି ସେଠାରେ ସଙ୍ଗରୋଧରେ ରହିଥିବା ଜଣା ପଡିଛି । ସଂକ୍ରମଣ ଭୟରେ ସେ ଏଭଳି କରିଥିବା ବେଳେ ପ୍ରାୟ ୨୦ଜଣ ମହିଳାଙ୍କୁ ରକ୍ଷିତା ଭାବରେ ସେଠାରେ ରଖିଥିବା ନେଇ ସୂଚନା ମିଳିଛି । ନୋଭଲ କରୋନାଭାଇରସର ସଂକ୍ରମଣ ସମଗ୍ର ବିଶ୍ୱର ଲୋକଙ୍କୁ ନିଜ ଘର ଭିତରେ ରହିବାକୁ ବାଧ୍ୟ କରିଛି । ଦରକାର ସମୟରେ ଘର ବାହାରକୁ ବାହାରିବା ପାଇଁ ସରକାର କହୁଥିବା ବେଳେ ଯେତେ ସମ୍ଭବ ନିଜକୁ ସଙ୍ଗରୋଧ କରିବାକୁ କୁହାଯାଇଛି । ଏବେ ସଂକ୍ରମଣକୁ ଦେଖି ଥାଇଲାଣ୍ଡର ରାଜା ଜର୍ମାନୀରେ ଆତ୍ମ-ବିଚ୍ଛିନ୍ନ ହୋଇ ରହିବା ପାଇଁ ନିଷ୍ପତ୍ତି ନେଇଥିବା ବୋଲି ଜଣା ପଡିଛି। ରାଜାଙ୍କୁ ଜର୍ମାନୀର ବାଭାରିଆରରେ ଥିବା ବିଳାସପୂର୍ଣ୍ଣ ହୋଟେଲ,ଗ୍ରାଣ୍ଡ ହୋଟେଲ ସୋନେନବିଚଲରେ ରହିବାକୁ ଅନୁମତି ଦିଆଯାଇଛି । ମେଟ୍ରୋ ରିପୋର୍ଟ ଅନୁଯାୟୀ, ସେ ପୁରା ହୋଟେଲ ବୁକ୍ କରିଛନ୍ତି।
ଜର୍ମାନ ଟାବ୍ଲଏଡ୍ ବିଲଡ ଅନୁଯାୟୀ, ଥାଇ କିଙ୍ଗ ୨୦ଜଣ ରକ୍ଷିତା ଏବଂ କିଛି ଗୃହ ସହାୟିକାଙ୍କ ସହ ହୋଟେଲକୁ ରହିବାକୁ ଆସିଥିଲେ । ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ରାଜା ପ୍ରଥମେ ନିଜ ସହ ଅଧିକ ଗୃହ ସହାୟିକା ଆଣିବା ପାଇଁ ଯୋଜନା କରୁଥିବା ବେଳେ ସେମାନେ ନୋଭଲ କରୋନାଭାଇରସ୍-ପଜିଟିଭ୍ ବୋଲି ସନ୍ଦେହ କରାଯିବାରୁ ୧୧୯ଜଣଙ୍କୁ ଘରକୁ ପଠାଇ ଦିଆଯାଇଥିଲା । ଜର୍ମାନୀରେ ରାଜାଙ୍କ ଆତ୍ମ-ବିଚ୍ଛିନ୍ନ ହେବା ଖବର ଭାଇରାଲ ହେବାପରେ ଥାଇଲାଣ୍ଡରେ ଥିବା ଲୋକମାନେ ଟ୍ୱିଟରରେ ନିଜର କ୍ରୋଧ ପ୍ରକାଶ କରିଥିଲେ। ଫଳସ୍ୱରୂପ, ‘ଆମକୁ ଜଣେ ରାଜା କାହିଁକି ଦରକାର?’ ଟ୍ୱିଟରରେ ଟ୍ରେଣ୍ଡ କରିବା ଆରମ୍ଭ ହୋଇଥିଲା । ସୂଚନା ମୁତାବକ, ଥାଇଲାଣ୍ଡର ବର୍ତ୍ତମାନର ରାଜା ମହା ଭାଜିରାଲୋଙ୍ଗକର୍ନଙ୍କର ଚାରି ପତ୍ନୀ ଥିଲେ । ସେମାନେ ହେଉଛନ୍ତି ରାଜକୁମାରୀ ସୋମସାୱାଲି (୧୯୭୭–୧୯୯୩); ୟୁଭାଦିଦା ପୋଲପ୍ରେସର (୧୯୯୪-୧୯୯୬); ଶ୍ରୀରସ୍ମି ସୁୱାଡି (୨୦୦୧–୨୦୧୪); ଏବଂ ରାଣୀ ସୁଥିଦା । ବର୍ତ୍ତମାନ ସୁଦ୍ଧା, ଥାଇଲାଣ୍ଡରେ ୧,୫୨୪ କରୋନାଭାଇରସ୍-ପଜିଟିଭ୍ ମାମଲା ଏବଂ ନଅ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ସାମ୍ନାକୁ ଆସିଛି।

Share Now:

Kalinga News Beuro

Leave a Reply

Next Post

ସମାଜସେବୀଙ୍କ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

Tue Mar 31 , 2020
ଆନନ୍ଦପୁର:ଘସିପୁରା ରାମଚନ୍ଦ୍ରପୁର ଅଂଚଳର ସମାଜସେବୀ ପ୍ରଦୀପ କୁମାର ସାହୁ (ଟୁଲୁ ଭାଇ) ସାମ୍ପ୍ରତିକ କରୋନାର ମୁକାବିଲା କରିବା ନିମନ୍ତେ ଓଡିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୋଭିଡ-୧୯ କୁ ଏକ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ଘସିପୁରା ବ୍ଲକ ଅଧିକାରୀ ଏବଂ ଉପ-ଜିଲ୍ଲାପାଳ ରାମଚନ୍ଦ୍ରପୁରର କୋଭିଡ-୧୯ କେନ୍ଦ୍ର ପରିଦର୍ଶନରେ ଆସିଥିବା ଅବସରରେ ସେ ଏହା ପ୍ରଦାନ କରିଥିଲେ। ପ୍ରଦୀପ ଏହି ସମାଜସେବା କାମ ଦୀର୍ଘ ୨୦ ବର୍ଷ ହେବ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial