ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ମୃତ:କାର୍‌-ବାଇକ୍‌ ମୁହାଁମୁହିଁ

କେନ୍ଦ୍ରାପଡ଼ା: ରାଜନଗର ଥାନା ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଲୋକଙ୍କର ମୃତ୍ୟୁ ଘଟିଛି। ବାଇକରେ ଯାଉଥିବା କୂଳଲାଞ୍ଜୁଡ଼ା ଗ୍ରାମର ଗଣିଆ ମଲ୍ଲିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରାଜନଗର ଥାନା ଅନ୍ତର୍ଗତ ଗୋପାଳପୁର ଫରେଷ୍ଟ କାର୍ଯ୍ୟାଳୟ ସମ୍ମୁଖରେ ବାଇକ୍‌ ଆରୋହୀଙ୍କୁ ଏକ କାର ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ଗଣିଆର ମୃତ୍ୟୁ ହୋଇଛି। ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ବାଇକ୍‌ଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଯାଇଛି।

Share Now:

Kalinga News Beuro

Leave a Reply

Next Post

ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

Fri Mar 30 , 2018
ପାତ୍ରପୁର : ଖାରିଆଗୁଡ଼ା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡ଼ା ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କ ଉପରେ ଜରଡ଼ା ଥାନା ପୁଲିସ୍‌ ନରମ ଆଭିମୁଖ୍ୟ ପୋଷଣ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ପୀଡ଼ିତା ଓ ତାଙ୍କ ପରିବାର ପକ୍ଷରୁ ପ୍ରତିବାଦ ପରେ ପୀଡ଼ିତାଙ୍କ ୧୬୪ ବୟାନ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୩୫୪ରେ ମାମଲା ରୁଜୁ କରାଯାଇଛି। ଆଜି ଜରଡ଼ା ଥାନା ଅଧିକାରୀ ଏନେଇ ସୂଚନା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial