୫ମ କରୋନା ଆକ୍ରାନ୍ତଙ୍କ ପରିଚୟ ସାର୍ବଜନୀନ କଲେ ଓଡ଼ିଶା ସରକାର:ସିଲ ହେଲା ରାଜଧାନୀର ସୂର୍ଯ୍ୟନଗର ଅଞ୍ଚଳ

ଭୁବନେଶ୍ୱର: ରାଜ୍ୟ ସରକାର ୫ମ କରୋନା ଆକ୍ରାନ୍ତଙ୍କ ନାମ ଓ ଠିକଣାକୁ ସାର୍ବଜନୀନ କରିଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି, ପଞ୍ଚମ ଆକ୍ରାନ୍ତ ବ୍ୟକ୍ତିଙ୍କ ନାମ ହେଉଛି ପ୍ରଦୀପ୍ତ ଦଳବେହେରା। ସେ ରାଜଧାନୀର ସୂର୍ଯ୍ୟନଗରସ୍ଥିତ (ୟୁନିଟ-୭) ର ୩୭ ନମ୍ବର ପ୍ଲଟର ୪୬ ନମ୍ବର ୱାର୍ଡରେ ନିଜ ପରିବାର ସହ ରୁହନ୍ତି। ସେ ବିଦେଶ ଯାଇ ନାହାନ୍ତି ବୋଲି ଜଣାପଡ଼ିଛି। ତେଣୁ ସେ ନିକଟସ୍ଥ ବଜାରକୁ ଯାଇ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି। ତେଣୁ ମାର୍ଚ୍ଚ ପରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି, ସଙ୍ଗରୋଧରେ ରହୁନ୍ତୁ। ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି ଯେ, ୫ମ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରହି ୧୦୪ ହେଲ୍ପଲାଇନକୁ ଯୋଗାଯୋଗ କରନ୍ତୁ। ଡାକ୍ତରୀ ଟିମ ସଂପୃକ୍ତ ବ୍ୟକ୍ତିଙ୍କ ନିକଟକୁ ପହଞ୍ଚି ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା କରିବେ। ବର୍ତ୍ତମାନ ୫ମ କରୋନା ଆକ୍ରାନ୍ତ ବ୍ୟକ୍ତି ରହୁଥିବା ଅଞ୍ଚଳରେ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲାଗୁ କରି ଦିଆଯାଇଛି। ଗଙ୍ଗନଗର ଠାରୁ ଶିରିପୁର ରାସ୍ତାକୁ ସିଲ କରି ଦିଆଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଏହି ଅଞ୍ଚଳରେ ବ୍ୟାରିକେଡ ଲଗାଇ ଦିଆଯାଇଛି। ଡାକ୍ତରୀ ଟିମ ଲୋକଙ୍କ ନିକଟରେ ପହଞ୍ଚି ସ୍ୱାସ୍ଥ୍ୟ ଯାଞ୍ଚ କରିବେ।

Share Now:

Kalinga News Beuro

Leave a Reply

Next Post

ଲକଡାଉନକୁ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କଲେ ସୋନିଆ ଗାନ୍ଧୀ

Thu Apr 2 , 2020
ନୂଆଦିଲ୍ଲୀ: କରୋନା ସଙ୍କଟ ଏବଂ ଲକଡାଉନ ଯୋଗୁଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁରୁବାର ଦିନ କଂଗ୍ରେସ ୱାର୍କିଂ କମିଟି ବୈଠକ କରିଛି। ଏହି ବୈଠକରେ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସୋନିଆ ଗାନ୍ଧୀ କହିଛନ୍ତି ଯେ ୨୧ ଦିନିଆ ତାଲାବନ୍ଦ ଆବଶ୍ୟକ, କିନ୍ତୁ ଏହା ଏକ ଯୋଜନାବଦ୍ଧ ଢଙ୍ଗରେ କାର୍ଯ୍ୟକାରୀ କରାଯାଇନାହିଁ । ଏହି ବନ୍ଦ ଯୋଗୁଁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial