ଲକଡାଉନକୁ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କରୋନା ସଙ୍କଟ ଏବଂ ଲକଡାଉନ ଯୋଗୁଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁରୁବାର ଦିନ କଂଗ୍ରେସ ୱାର୍କିଂ କମିଟି ବୈଠକ କରିଛି। ଏହି ବୈଠକରେ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସୋନିଆ ଗାନ୍ଧୀ କହିଛନ୍ତି ଯେ ୨୧ ଦିନିଆ ତାଲାବନ୍ଦ ଆବଶ୍ୟକ, କିନ୍ତୁ ଏହା ଏକ ଯୋଜନାବଦ୍ଧ ଢଙ୍ଗରେ କାର୍ଯ୍ୟକାରୀ କରାଯାଇନାହିଁ । ଏହି ବନ୍ଦ ଯୋଗୁଁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ହଇରାଣ ହେବାକୁ ପଡ଼ିଛି। ମୋଦୀ ସରକାରଙ୍କୁ ସୋନିଆ ଗାନ୍ଧୀ କହିଛନ୍ତି ଯେ ସରକାର ଡାକ୍ତର, ନର୍ସ ଏବଂ ମେଡିକାଲ କର୍ମଚାରୀଙ୍କୁ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯୋଗାଇବା ଉଚିତ। ସରକାର ନିର୍ଦ୍ଦିଷ୍ଟ ଡାକ୍ତରଖାନା, ଶଯ୍ୟା ସଂଖ୍ୟା ଏବଂ ପରୀକ୍ଷା ସୁବିଧା ଏବଂ ଚିକିତ୍ସା ସାମଗ୍ରୀର ସବିଶେଷ ତଥ୍ୟ ପ୍ରକାଶ କରିବା ଉଚିତ୍। କୃଷକମାନଙ୍କୁ ଫସଲ ଅମଳ ଉପରେ ଲଗାଯାଇଥିବା ବାରଣକୁ ହଟାଇବାକୁ ସୋନିଆ ଦାବି କରିଛନ୍ତି। ସୋନିଆ ଗାନ୍ଧୀ ମଧ୍ୟବିତ୍ତଙ୍କ ପାଇଁ ଏକ ସର୍ବନିମ୍ନ ରିଲିଫ୍ କାର୍ଯ୍ୟକ୍ରମ ପ୍ରସ୍ତୁତ କେନ୍ଦ୍ର ସରକାରଙ୍କୁ ଅପିଲ କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ଥିବା କଂଗ୍ରେସ ସରକାର, ଛାମୁଆ ସଂଗଠନ, ଆମର ନେତା ତଥା କାର୍ଯ୍ୟକର୍ତ୍ତାମାନେ ଅଧିକ ବିପଦରେ ଥିବା ପରିବାରକୁ ସେମାନଙ୍କ ସହାୟତା ପ୍ରଦାନ କରିବା ଉଚିତ। ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଆମେ ଦୁଇମାସ ଧରି କରୋନା ଦେଖୁଛୁ ଏବଂ ବିଶେଷଜ୍ଞଙ୍କ ସହ କଥାବାର୍ତ୍ତା କରୁଛୁ। ଦୁନିଆରେ ଏପରି କୌଣସି ଦେଶ ନାହିଁ ଯିଏ ଶ୍ରମିକମାନଙ୍କ ଜୀବିକା, ଖାଇବା ଏବଂ ଖାଦ୍ୟର ବ୍ୟବସ୍ଥା ନକରି ଲକଡାଉନ ଘୋଷଣା କରିଛି।

Share Now:

Kalinga News Beuro

Leave a Reply

Next Post

ସୁସ୍ଥ ହେବା ପରେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେଲେ ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ

Fri Apr 3 , 2020
ଭୁବନେଶ୍ୱର: ଆଜି ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇଥିବା ଜଣାଯାଇଛି। ତାଙ୍କର ସ୍ୱାବ୍‌ ନମୁନା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ପ୍ରଥମ କରୋନା ଆକ୍ରାନ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ଡସ୍‌ଚାର୍ଜ କରାଯାଇଛି। ଏ ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। କ୍ୟାପିଟାଲ୍ ହସ୍ପିଟାଲର ମେଡିକାଲ୍ ଟିମକୁ ମଧ୍ୟ ଅଭିନନ୍ଦନ ଜଣାଇଛି ବିଭାଗ। ସୂଚନାଯୋଗ୍ୟ, […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial