ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ପାତ୍ରପୁର : ଖାରିଆଗୁଡ଼ା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡ଼ା ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କ ଉପରେ ଜରଡ଼ା ଥାନା ପୁଲିସ୍‌ ନରମ ଆଭିମୁଖ୍ୟ ପୋଷଣ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ପୀଡ଼ିତା ଓ ତାଙ୍କ ପରିବାର ପକ୍ଷରୁ ପ୍ରତିବାଦ ପରେ ପୀଡ଼ିତାଙ୍କ ୧୬୪ ବୟାନ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୩୫୪ରେ ମାମଲା ରୁଜୁ କରାଯାଇଛି।
ଆଜି ଜରଡ଼ା ଥାନା ଅଧିକାରୀ ଏନେଇ ସୂଚନା ଦେଇ କହିଛନ୍ତି ଯେ ପୀଡ଼ିତାଙ୍କ ପକ୍ଷରୁ ଦାଏର ହୋଇଥିବା ଏଫ୍‌ଆଇଆର୍‌ରେ ଦୁଷ୍କର୍ମ କିମ୍ବା ଯୌନ ଉତ୍ପୀଡ଼ନ ନେଇ କୌଣସି କଥା ଉଲ୍ଲେଖ ନଥିଲା। ତେବେ ପରବର୍ତ୍ତୀ ସମୟରେ ପୀଡ଼ିତା ନିଜର ବୟାନରେ ଏହା ମୌଖିକ ଭାବେ ଉଲ୍ଲେଖ କରିଥିଲେ। ଏହି ଅଭିଯୋଗ ଭିତ୍ତିରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ, ଗତ ୨୩ ତାରିଖ ସଂନ୍ଧ୍ୟା ୫ଘଣ୍ଟା ସମୟରେ ଉକ୍ତ ଗ୍ରାମର ଛଦ୍ମନାମ ଝୁମୁରି ଦେବୀ ନିଜର ତିନିବର୍ଷର ଝିଅକୁ ଖୁଆଇବା ସମୟରେ ଝିଅକୁ ମାଡ଼ ମାରିବା, ତାଙ୍କୁ ଦୁଷ୍କର୍ମ କରିବା ଓ ହତ୍ୟାଧମକ ଦେବା ନେଇ ଥାନାରେ ଏତଲା ଦିଆଯାଇଥିଲା।

Share Now:

Kalinga News Beuro

Leave a Reply

Next Post

ଜଳିଗଲା ୧୩ ଦୋକାନ :୧୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ

Fri Mar 30 , 2018
ଖଣ୍ଡଗିରି: ବୁଧବାର ବିଳମ୍ବିତ ରାତିରେ ଡୁମୁଡୁମା ଛକ ଉପରିସ୍ଥ ଏକ ଅସ୍ଥାୟୀ ବଜାରରେ ନିଅାଁ ଲାଗିଯିବାରୁ ସେଠାରେ ଥିବା ସମସ୍ତ ୧୩ଟି ଯାକ ଦୋକାନ ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ପୋଡ଼ି ଛାରଖାର୍‌ ହୋଇଯାଇଛି। ଦୁଇଟି ଫଳଦୋକାନ, ଏକ ବଡ଼ ପୂଜା ସାମଗ୍ରୀ ଦୋକାନ, ଓମ୍‌ଫେଡ୍‌ ଷ୍ଟଲ୍‌, ଚିକେନ୍‌ ସେଣ୍ଟର୍‌, ଫାଷ୍ଟଫୁଡ୍‌ ଷ୍ଟଲ୍‌ ଓ ୪ଟି ଜଳଖିଆ ଦୋକାନ ଜଳି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial