ନିଜାମୁଦ୍ଦିନ ଫେରନ୍ତା ସମସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ଜିଲ୍ଲାପାଳ-ଏସ୍‌ପିଙ୍କୁ ଚିଠି ଲେଖିଲେ ୫-ଟି ସଚିବ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ ନୂଆଦିଲ୍ଲୀର ନିଜାମୁଦ୍ଦିନସ୍ଥିତ ତବଲିଗି ଜମାତ ଧାର୍ମିକ ସମାରୋହରେ ଯୋଗଦେଇଥିବା ଓଡ଼ିଶା ଫେରନ୍ତା ସମସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ଚିଠିରେ ୫-ଟି ସଚିବ ଉଲ୍ଲେଖ କରିଛନ୍ତି ଯେ, ଜିଲ୍ଲାପାଳ ପ୍ରଶାସନ ଓ ପୁଲିସ ନିଜ ସୋର୍ସ ମାଧ୍ୟମରେ ଚିହ୍ନଟ କରନ୍ତୁ । ସେମାନଙ୍କୁ ସାହାସ ଦେବା ସହ ତଥ୍ୟ ଜଣାଇବାକୁ ଆହ୍ୱାନ ଦିଅନ୍ତୁ । ୫-ଟି ସଚିବ ନିଜାମୁଦ୍ଦିନ ଫେରନ୍ତା ସାମ୍ନାକୁ ଆସିବାକୁ ଧର୍ମଗୁରୁ ଆହ୍ୱାନ ଦିଅନ୍ତୁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ସାମ୍ନକୁ ଆସିଲେ ସରକାର ସେମାନଙ୍କୁ ସଂପୂର୍ଣ୍ଣ ସହଯୋଗ କରିବେ । ସଂପୃକ୍ତ ବ୍ୟକ୍ତି ଓ ପରିବାରକୁ ସଂପୂର୍ଣ୍ଣ ସୁରକ୍ଷା ଓ ସ୍ୱାସ୍ଥ୍ୟାବସ୍ଥା ଯୋଗାଇ ଦିଆଯିବ । ତଥ୍ୟ ଜଣାଇବାରେ ବିଳମ୍ବ କଲେ ସମସ୍ତଙ୍କ ପାଇଁ ସମସ୍ୟା ହେବ । ସଂପୃକ୍ତ ବ୍ୟକ୍ତି, ପରିବାର ଓ ରାଜ୍ୟ ପାଇଁ ମହଙ୍ଗା ପଡ଼ିପାରେ ।

Share Now:

Kalinga News Beuro

Leave a Reply

Next Post

ପୁଣି ରାଜ୍ୟରେ ୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଲା

Sat Apr 4 , 2020
ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଭୁବନେଶ୍ୱରର ସୂର୍ଯ୍ୟନଗରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ନିକଟ ସଂସ୍ପର୍ଶରେ ଆସିଥିବା ୭ଜଣ ଆଜି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୭ ଜଣଙ୍କ ମଧ୍ୟରେ ଆକ୍ରାନ୍ତଙ୍କ ପତ୍ନୀ,ଝିଅ ଓ ଭଡ଼ାଟିଆ ଅଛନ୍ତି। ଫଳରେ ଆଜି ଭୁବନେଶ୍ୱରରେ ସମୁଦାୟ ୧୦ ଜଣ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial