ଭୁବନେଶ୍ୱରରେ ୬୪ଜଣ ସଟ୍‌ଡାଉନ ନିୟମ ଉଲ୍ଲଂଘନକାରୀଙ୍କୁ ଉଠାଇ ନେଲା ପୁଲିସ: ୪୫ଜଣଙ୍କୁ କ୍ଵାରେଣ୍ଟାଇନରେ ରଖାଗଲା

ଭୁବନେଶ୍ୱର: ଆଜର ରାଜଧାନୀ ଭୁବନେଶ୍ୱରରେ ୬୪ଜଣ ସଟ୍‌ଡାଉନ ନିୟମ ଉଲ୍ଲଂଘନକାରୀଙ୍କୁ ପୁଲିସ ଉଠାଇ ନେଇଥିବାର ଖବର ମିଳିଛି। ୪୫ଜଣଙ୍କୁ ବାଧ୍ୟତାମୂଳକ କ୍ଵାରେଣ୍ଟାଇନରେ ରଖାଗଲା ବୋଲି ଡିସିପି ସୂଚନା ଦେଇଛନ୍ତି। ପୁଲିସ ୧୪ଦିନ ପାଇଁ କ୍ଵାରେଣ୍ଟାଇନ ରୁମ୍‌ରେ ରଖିଥିବା ଜଣାଯାଇଛି। ଆଜି ସକାଳୁ ରାଜଧାନୀର ବିଭିନ୍ନ ବସ୍ତିରେ ପୁଲିସର ପାଟ୍ରୋଲିଂ ଜାରି ରହିଛି। ଲୋକ ଗିରଫ ଭୟରେ ଘରୁ ବାହାରୁ ନ ଥିବାର ଦେଖିବାକୁ ମିଳୁଛି। ସୂଚନାଯୋଗ୍ୟ, ଭଦ୍ରକ ସହରରୁ ୩ କରୋନା ରୋଗୀ ଚିହ୍ନଟ ହେବା ପରେ ସାରା ଜିଲ୍ଲାରେ କୋକୁଆ ଭୟ ଖେଳିଯାଇଛି। ସଟଡାଉନ ଘୋଷଣା ହୋଇଥିବା ସମୟରେ ଭଦ୍ରକ ସହରରେ ଵୁଲିଵା ଅଭିଯୋଗରେ ୯ଜଣଙ୍କୁ ଗିରଫ କରାଯାଇଥିବାର ଖବର ମିଳିଛି। ଭଦ୍ରକ ଟାଉନ ଥାନା ପୁଲିସ ୯ଜଣ ଯୁଵକଙ୍କୁ ଗିରଫ କରିଥିବା ଜଣାଯାଇଛି। ସମସ୍ତ ଯୁଵକଙ୍କୁ ୧୪ଦିନ ପାଇଁ କ୍ଵାରେଣ୍ଟାଇନରେ ରଖାଯାଇଛି।
ସୂଚନାଯୋଗ୍ୟ, କରୋନା ସହ ମୁକାବିଲା ଲାଗି ରାଜ୍ୟ ସରକାର ନେଇଛନ୍ତି କଠୋର ପଦକ୍ଷେପ। କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ୩ ସହରକୁ କରାଯାଇଛି ସଟଡାଉନ୍। ରାଜ୍ୟର ରାଜଧାନୀ ଭୁବନେଶ୍ୱର, ରାଜ୍ୟର ପୁରାତନ ସହର କଟକ ଏବଂ ଭଦ୍ରକ ସହରରେ ଲାଗୁ ହୋଇଛି ୪୮ ଘଣ୍ଟିଆ ସଟଡାଉନ୍। ଏହି ତିନି ସହରରେ କଡକଡି ଭାବେ ଲୋକଙ୍କୁ ଘରୁ ପାଦ କାଢ଼ିବାକୁ ମନା କରାଯାଇଛି। ରାତି ୮ଟା ପରେ ରାସ୍ତାଘାଟ୍ ହୋଇଯାଇଛି ଶୁନଶାନ, ଜନମାନବ ଶୂନ୍ୟ। ସବୁ ଦୋକାନ ବଜାର ହୋଇଛି ବନ୍ଦ।

Share Now:

Kalinga News Beuro

Leave a Reply

Next Post

ଭୁବନେଶ୍ୱରରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ:ଓଡ଼ିଶାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩କୁ ବୃଦ୍ଧି

Sun Apr 5 , 2020
ଭୁବନେଶ୍ୱର : ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି। ଆଜି ଆଉ ଦୁଇ ଜଣ କରୋନା ପଜିଟିଭ୍ ଭୁବନେଶ୍ୱରରେ ଚିହ୍ନଟ ହୋଇଛନ୍ତି। ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ୭୦ ବର୍ଷ ବୟସ୍କ ବୃଦ୍ଧ ହୋଇଥିବାବେଳେ ସେ କପିଳ ପ୍ରସାଦ ହାଉସିଂ ବୋର୍ଡ କଲୋନୀ ଫେଜ-୨ ଅଞ୍ଚଳରେ ରହୁଛନ୍ତି। ସେ ଅଷ୍ଟ୍ରେଲିଆରୁ ଫେରିବା ପରେ ମାର୍ଚ୍ଚ ୨୨ରୁ ଘରେ ଏକାନ୍ତବାସରେ ରହୁଥିଲେ। ତାଙ୍କ ନମୁନା ଆଜି ପଜିଟିଭ ବାହାରିଛି। ସେହିପରି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial