ପ୍ରତି ୪ ଦିନରେ ଦୁଇଗୁଣ ହେଉଛି ଦେଶର କରୋନା ସଂକ୍ରମିତ ସଂଖ୍ୟା : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନିଜାମୁଦ୍ଦିନ ଘଟଣା ଘଟିନଥିଲେ ଏଥିପାଇଁ ସାଢେ ୭ ଦିନ ଲାଗିଥାନ୍ତା

ନୂଆଦିଲ୍ଲୀ : ଭାରତରେ ଏବେ ପ୍ରତି ୪.୧ ଦିନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ହୋଇଯାଉଛି। କିନ୍ତୁ ଯଦି ତାବଲିଗି ଜମାତ ସମ୍ମିଳନୀ ହୋଇନଥାନ୍ତା ତେବେ ସଂକ୍ରମିତ ସଂଖ୍ୟା ଦୁଇଗୁଣ ହେବା ପାଇଁ ୭.୪ ଦିନ ଲାଗିଥାନ୍ତା ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି। ଭାରତରେ ଏବେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୭୪ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୭୨ଟି ନୂଆ ସଂକ୍ରମଣ ମାମଲା ଜଣାପଡ଼ିଛି। ଏହା ସହିତ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୭୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧ ଜଣ କରୋନା ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି। ତେବେ ସୁଖର କଥା ହେଉଛି ଦେଶରେ ଏପର୍ଯ୍ୟନ୍ତ ୨୬୭ ଜଣ ବ୍ୟକ୍ତି ଆରୋଗ୍ୟଲାଭ କରିସାରିଲେଣି ବୋଲି ସେ କହିଛନ୍ତି। ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ କହିଛନ୍ତି ଯେ ସାରା ଦେଶରେ ଏବେ ୨୭,୬୬୧ଟି ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। ଏଗୁଡ଼ିକ ମଧ୍ୟରୁ ୨୩,୯୨୪ଟି ସରକାରଙ୍କ ଦ୍ୱାରା ନିର୍ମାଣ କରାଯାଇଥିବାବେଳେ ୩୭୩୭ଟି ଏନଜିଓ ମାନଙ୍କ ଦ୍ୱାରା ନିର୍ମାଣ କରାଯାଇଛି।

Share Now:

Kalinga News Beuro

Leave a Reply

Next Post

ୟୁରୋପ ପାଇଁ ବିଶ୍ୱ ଆଜି କରୋନାମୟ:କାଳ ହେଲା ‘ଚୀନୀଙ୍କୁ ଆଲିଙ୍ଗନ କର’ ଭଳି ଲଜ୍ଜାକର ନୀତି

Sun Apr 5 , 2020
ନୂଆଦିଲ୍ଲୀ: କହାଯାଉଛି ଯେ କୋଭିଡ୍‌-୧୯ ଭୂତାଣୁ ଚୀନ୍‌ରେ ଜନ୍ମିତ ଓ ଇଟାଲିରେ ପ୍ରସ୍ତୁତ। କାରଣ ଯେତେବେଳେ ଜାନୁଆରି ୨୦୨୦ରେ ଚୀନ୍‌ରେ ଏକ ନୂଆ ପ୍ରକାର ଭୂତାଣୁ ସଂକ୍ରମଣର ତଥ୍ୟ ସାମନାକୁ ଆସିଲା, ସେତେବେଳେ ତୁରନ୍ତ ମଙ୍ଗୋଲିଆ, ରୁଷିଆ ଓ ଉତ୍ତରକୋରିଆ ନିଜର ଅନ୍ତର୍ଜାତୀୟ ସୀମାକୁ ବନ୍ଦ କରିଦେଇଥିଲେ ଏବଂ ଚୀନ୍‌ରୁ କେହି ସେଇ ଦେଶକୁ ଆସିବାକୁ ନିଷେଧ କରିଥିଲେ। କିନ୍ତୁ ୟୁରୋପୀୟ ରାଷ୍ଟ୍ରସମୂହ ଏଥିରେ ଅବହେଳା କରିଥିଲେ। ଜଗତୀକରଣ ଯୁଗରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial