ଦିଲ୍ଲୀ ବିମାନ ବନ୍ଦରରୁ ଧରାପଡ଼ିଲେ ମାଲେସିଆ ଖସିଯିବାକୁ ଚେଷ୍ଟା କରୁଥିବା ୮ଜଣ ବିଦେଶୀ

ନୂଆଦିଲ୍ଲୀ: ମାଲେସିଆ ଖସିଯିବାକୁ ଉଦ୍ୟମ କରୁଥିବା ଆଠଜଣ ବ୍ୟକ୍ତି ରବିବାର ଦିନ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଧରାପଡ଼ିଛନ୍ତି। ସେମାନେ ସମସ୍ତେ ମାଲେସିଆର ନାଗରିକ। ନିକଟ ଅତୀତରେ ସେମାନେ ନିଜାମୁଦ୍ଦିନରେ ଅନୁଷ୍ଠିତ ତବଲିଗି ଜମାତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କଥା ଲୁଚାଉଥିବା ସନ୍ଦେହ କରାଯାଉଛି। ଭାରତରୁ ମାଲେସିଆ ଯାଉଥିବା ମାଲିଣ୍ଡୋ ଏୟାରୱେଜର ଏକ ରିଲିଫ୍ ବିମାନରେ ସେମାନେ ଚଢ଼ିବାକୁ ଉଦ୍ୟମ କରୁଥିଲେ। ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ ସମଗ୍ର ଭାରତରେ ଲକଡାଉନ୍ ଜାରି ହେବା ସହ ଯାତ୍ରୀବାହୀ ବିମାନ ଚଳାଚଳ ମଧ୍ୟ ରଦ୍ଦ କରାଯାଇଛି। ଦିଲ୍ଲୀ ବିଭିନ୍ନ ଅଞ୍ଚଳରେ ଆତ୍ମଗୋପନ କରିଥିବା ଏହି ଆଠଜଣ ମାଲେସିଆବାସୀ ବିମାନବନ୍ଦରରେ ଏକତ୍ର ହୋଇଥିବା ବେଳେ ଧରାପଡ଼ିଛନ୍ତି। ଅଧିକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସେମାନଙ୍କୁ ଦିଲ୍ଲୀ ପୁଲିସ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ହସ୍ତାନ୍ତର କରାଯିବ। ତବଲିଗି ଜମାତ ଘଟଣା ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ୯୬୦ ବିଦେଶୀଙ୍କୁ କଳାତାଲିକାଭୁକ୍ତ କରିବା ସହ ସେମାନଙ୍କର ପର୍ଯ୍ୟଟକ ଭିସା ରଦ୍ଦ କରିଛି।

Share Now:

Kalinga News Beuro

Leave a Reply

Next Post

ତାଲାବନ୍ଦ ପରେ ମଧ୍ୟ ସାମାଜିକ ଦୂରତା ନିୟମ ଉଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ

Sun Apr 5 , 2020
ନିୟମ ଉଲଂଘନକାରୀଙ୍କ ଦୋକାନ ବନ୍ଦ କରାଯିବ ଭୁବନେଶ୍ୱର: ଆଜି ରାତି ୮ଟା ପରେ ସଟ୍‌ଡାଉନ୍ ସମୟ ଶେଷ ହୋଇଯିବ। ଏହା ପରେ ମଧ୍ୟ ଲକଡାଉନ ଜାରି ରହିବ। କିନ୍ତୁ ଆଜି କୌଣସି ଦୋକାନ ଖୋଲାଯିବ ନାହିଁ। କାଲିଠାରୁ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦୋକାନଗୁଡ଼ିକ ଖୋଲିବ ବୋଲି ଭୁବନେଶ୍ୱର ମହାନଗର କମିସନର ଓ କମିସନରେଟ ପୁଲିସ ପକ୍ଷରୁ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ସମସ୍ତେ ଶୃଙ୍ଖଳିତ ଭାବେ ଦୋକାନରୁ ଜିନିଷ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial