ତାଲାବନ୍ଦ ପରେ ମଧ୍ୟ ସାମାଜିକ ଦୂରତା ନିୟମ ଉଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ

ନିୟମ ଉଲଂଘନକାରୀଙ୍କ ଦୋକାନ ବନ୍ଦ କରାଯିବ

ଭୁବନେଶ୍ୱର: ଆଜି ରାତି ୮ଟା ପରେ ସଟ୍‌ଡାଉନ୍ ସମୟ ଶେଷ ହୋଇଯିବ। ଏହା ପରେ ମଧ୍ୟ ଲକଡାଉନ ଜାରି ରହିବ। କିନ୍ତୁ ଆଜି କୌଣସି ଦୋକାନ ଖୋଲାଯିବ ନାହିଁ। କାଲିଠାରୁ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦୋକାନଗୁଡ଼ିକ ଖୋଲିବ ବୋଲି ଭୁବନେଶ୍ୱର ମହାନଗର କମିସନର ଓ କମିସନରେଟ ପୁଲିସ ପକ୍ଷରୁ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ସମସ୍ତେ ଶୃଙ୍ଖଳିତ ଭାବେ ଦୋକାନରୁ ଜିନିଷ ପତ୍ର କିଣନ୍ତୁ ବୋଲି କୁହାଯାଇଛି। ଭିଡ ଲଗାନ୍ତୁ ନାହିଁ। ସାମାଜିକ ଦୂରତ୍ୱକୁ ରକ୍ଷା କରନ୍ତ।
ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ସଟଡାଉନ ହେଉ କି ଲକଡାଉନ ହେଉ ସମସ୍ତଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ ହେବ। ଦୋକାନୀମାନେ ପ୍ରତି ୫ ଫୁଟ ବ୍ୟବଧାନରେ ଗୋଲ ବୁଲାଇବେ। ଦୋକାନୀ ନିଜର ଜଣେ ବ୍ୟକ୍ତିଙ୍କୁ ଦୋକାନ ସାମ୍ନାରେ ରଖିବେ। ସାମାଜିକ ଦୂରତା ରକ୍ଷା କରିବା ପାଇଁ ଏହି କାମ କରିବାକୁ ହେବ। ଯଦି ଦୋକାନୀମାନେ ଏହି ନିୟମକୁ ଅନୁସରଣ ନ କରିବେ ତାହେଲେ ଦୋକାନର ଲାଇସେନ୍ସ ବାତିଲ କରିଦିଆଯିବ। ଏଥି ସହିତ ଉଲଂଘନକାରୀ ଦୋକାନୀଙ୍କୁ ଗିରଫ ମଧ୍ୟ କରାଯିବ ବୋଲି ଶ୍ରୀ ସୁଧାଂଶୁ ଷଡ଼ଙ୍ଗୀ ଏକ ଯୁଗ୍ମ ସାମ୍ବାଦିକ ସମ୍ମିନଳୀରେ ସୂଚନା ଦେଇଛନ୍ତି। ତେଣୁ ସେମାନେ ଦୋକାନ ସାମ୍ନାରେ ଗ୍ରାହକଙ୍କ ପାଇଁ ଚିହ୍ନ ଦିଅନ୍ତୁ। କାଲିଠୁ ଯେଉଁ ଦୋକାନୀ ନିୟମ ଭାଙ୍ଗିବେ, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ସାମାଜିକ ଦୂରତା ନେଇ ବିଏମସି କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି, ସାମାଜିକ ଦୂରତା ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ହେବ। ଦୋକାନରେ ସାମାଜିକ ଦୂରତା କିପରି ରହିବ ଦୋକାନୀଙ୍କ ଦାୟିତ୍ୱ। କରୋନା ଭାଇରସ ସଂକ୍ରମଣ ଗୋଟିଏ କି ଦୁଇ ଦିନର ନୁହେଁ। ଏହା ଆଗାମୀ ୧୪ ତାରିଖ ପର୍ଯ୍ୟନ୍ତ ନୁହେଁ, ଯେତେ ଦିନ ପର୍ଯ୍ୟନ୍ତ କରୋନାକୁ ଆମେ ବିଜୟୀ ନ ହୋଇଛୁ ସେତେଦିନ ପର୍ଯ୍ୟନ୍ତ ଏହି ନିୟମ ମାନିବାକୁ ପଡ଼ିବ। ତେଣୁ କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଅନ୍ତୁ। ସମସ୍ତେ ସହଯୋଗ କରନ୍ତୁ। ବର୍ତ୍ତମାନ ପରିପ୍ରେକ୍ଷୀରେ ସାମାଜିକ ଦୂରତ୍ୱ ହେଉଛି ସବୁଠାରୁ ବଡ଼ କାମ।

Share Now:

Kalinga News Beuro

Leave a Reply

Next Post

ଗଂଜାମରେ ମାସ୍କ ନପିନ୍ଧିଲେ ଜରିମାନା: ଜିଲ୍ଲାପାଳ ଜାରି କଲେ ନିର୍ଦ୍ଦେଶନାମା

Sun Apr 5 , 2020
ଦୋକାନରେ ଗହଳି ହେଲେ ଦୋକାନୀ ବିରୋଧରେ ରୁଜୁ ହେବ ମାମଲା ବ୍ରହ୍ମପୁର: କରୋନା ଭାଇରସ ମୁକାବିଲା ପାଇଁ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ କଡ଼ା ପଦକ୍ଷେପ ନିଆଯାଇଛି। ଏ ନେଇ ଜିଲ୍ଲା ପ୍ରଶାସନ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ଏଣିକି ଗଂଜାମର ଲୋକଙ୍କୁ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବାକୁ ପଡ଼ିବ। ଘରୁ ବାହାରକୁ ବାହାରିଲେ ଲୋକଙ୍କ ମାସ୍କ ପିନ୍ଧିବାକୁ ପଡ଼ିବ ବୋଲି ଜିଲ୍ଲାପାଳ ବିଜୟା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial