କରୋନା ମୁକାବିଲା ପାଇଁ ୩୪ ଲକ୍ଷ ୨୦ ହଜାର ଟଙ୍କାର ସହାୟତା ପ୍ରଦାନ କଲେ ଓଡ଼ିଶା ରାଜ୍ୟପାଳ

ଭୁବନେଶ୍ୱର; କରୋନା ଲଢେଇକୁ ମୁକାବିଲା କରିବା ପାଇଁ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେସି ଲାଲ ଆଜି ଉଭୟ ପିଏମ କେୟାର୍ସ ଫଣ୍ଡ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହାୟତା ପ୍ରଦାନ କରିଛନ୍ତି। ସେ ମୋଟ୍ ୩୪ ଲକ୍ଷ ୨୦ ହଜାର ଟଙ୍କାର ସହାୟତା ପ୍ରଦାନ କରିଥିବାବେଳେ ପିଏମ୍ କେୟାର୍ସ ଫଣ୍ଡକୁ ୧୩ ଲକ୍ଷ ୨୦ ହଜାର ଟଙ୍କା ଦେଇଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ମାର୍ଚ୍ଚ, ୨୦୨୦ରୁ ଫେବୃୟାରୀ, ୨୦୨୧ ମଧ୍ୟରେ ପାଇବାକୁ ଥିବା ନିଜ ଦରମାର ୩୦ ପ୍ରତିଶତ ସେ ଦାନ କରିଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଲଢେଇ ପାଇଁ ଦାନ କରିବାକୁ ନିବେଦନ କରିଥିଲେ। ରିଲିଫ୍ ପାଣ୍ଠିକୁ ଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । cmrfodisha.gov.inରେ ଦାନ କରିବାକୁ ସେ ନିବେଦନ କରିଛନ୍ତି। ଏଥିପାଇଁ ଏସବିଆଇ, ଏଚଡିଏଫସି, ଓ ଆଇସିଆଇସିଆଇ ବ୍ୟାଙ୍କର ଆକାଉଂଟନମ୍ବର ଓ ଆଇଏଫସି କୋଡ ଜାରି କରାଯାଇଛି । ଗୁଗୁଲ ପେ, ପେଟିଏମ କିମ୍ବା ଅନ୍ୟାନ୍ୟ ଅନଲାଇନ ପେମେଣ୍ଟ ଆପ୍ ଜରିଆରେ ଦାନ ଦେଇପାରିବେ।

Share Now:

Kalinga News Beuro

Leave a Reply

Next Post

ଭାରତୀୟ ଚିଡ଼ିଆଖାନା ପାଇଁ ସତର୍କ ସୂଚନା ଜାରି କଲେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ

Mon Apr 6 , 2020
ନୂଆଦିଲ୍ଲୀ: ପୂର୍ଣ୍ଣ ଜାଗ୍ରତ ରହିବା ସହ ଅସ୍ୱାଭାବିକ ଆଚରଣ ପ୍ରଦର୍ଶନ କରୁଥିବା ଜୀବଜନ୍ତୁଙ୍କ ଉପରେ ଦିବାନିଶି ଧ୍ୟାନ ରଖିବାକୁ ଆଜି ଭାରତର ସମସ୍ତ ଚିଡ଼ିଆଖାନାକୁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଅସୁସ୍ଥ ବୋଲି ସନ୍ଦେହ ହେଉଥିବା ଜୀବଜନ୍ତୁମାନଙ୍କର ନମୁନା କୋଭିଡ୍-୧୯ ପରୀକ୍ଷଣ ପାଇଁ ସ୍ୱୀକୃତିପ୍ରାପ୍ତ ତିନୋଟି ପ୍ରାଣୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ପଠାଇବାକୁ ଚିଡ଼ିଆଖାନାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ଏ ସଂକ୍ରାନ୍ତରେ ଭାରତର ସମସ୍ତ ଚିଡ଼ିଆଖାନାର ସର୍ବୋଚ୍ଚ ପ୍ରତିଷ୍ଠାନ କେନ୍ଦ୍ରୀୟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial