ଭାରତୀୟ ଚିଡ଼ିଆଖାନା ପାଇଁ ସତର୍କ ସୂଚନା ଜାରି କଲେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ

ନୂଆଦିଲ୍ଲୀ: ପୂର୍ଣ୍ଣ ଜାଗ୍ରତ ରହିବା ସହ ଅସ୍ୱାଭାବିକ ଆଚରଣ ପ୍ରଦର୍ଶନ କରୁଥିବା ଜୀବଜନ୍ତୁଙ୍କ ଉପରେ ଦିବାନିଶି ଧ୍ୟାନ ରଖିବାକୁ ଆଜି ଭାରତର ସମସ୍ତ ଚିଡ଼ିଆଖାନାକୁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଅସୁସ୍ଥ ବୋଲି ସନ୍ଦେହ ହେଉଥିବା ଜୀବଜନ୍ତୁମାନଙ୍କର ନମୁନା କୋଭିଡ୍-୧୯ ପରୀକ୍ଷଣ ପାଇଁ ସ୍ୱୀକୃତିପ୍ରାପ୍ତ ତିନୋଟି ପ୍ରାଣୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ପଠାଇବାକୁ ଚିଡ଼ିଆଖାନାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ଏ ସଂକ୍ରାନ୍ତରେ ଭାରତର ସମସ୍ତ ଚିଡ଼ିଆଖାନାର ସର୍ବୋଚ୍ଚ ପ୍ରତିଷ୍ଠାନ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ନିର୍ଦେଶନାମା ଜାରି କରିଛନ୍ତି । ସତତ ଜାଗ୍ରତ ରହିବାକୁ ଏଥିରେ ଚିଡ଼ିଆଖାନାଗୁଡ଼ିକୁ କୁହାଯାଇଛି । ଅସ୍ୱାଭାବିକ ଆଚରଣ କରୁଥିବା ବା ଲକ୍ଷଣ ପ୍ରଦର୍ଶନ କରୁଥିବା ପ୍ରାଣୀମାନଙ୍କ ଉପରେ ସିସିଟିଭି ଯୋଗେ ନଜର ରଖିବାକୁ ମଧ୍ୟ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବ୍ୟକ୍ତିଗତ ସୁରକ୍ଷା ଉପକରଣ ପରିଧାନ ନ କରି କୌଣସି ଜନ୍ତୁପାଳକ ବା ତତ୍ତ୍ୱାବଧାରକ ଖୁଆଡ଼ ମଧ୍ୟକୁ ପ୍ରବେଶ କରିବାକୁ ବାରଣ କରାଯାଇଛି । ଅସୁସ୍ଥ ଜନ୍ତୁମାନଙ୍କୁ କ୍ୱାରେଣ୍ଟିନରେ ରଖିବା ସହ ଖାଇବାକୁ ଦେବା ସମୟରେ ଜନ୍ତୁମାନଙ୍କ ସହ ଯଥା ସମ୍ଭବ କମ୍ ସଂସ୍ପର୍ଶରେ ଆସିବାକୁ ଏଥିରେ ପରାମର୍ଶ ଦିଆଯାଇଛି । ଭାରତରେ ଏବେ ପ୍ରାୟ ୧୬୦ଟି ସ୍ୱୀକୃତିପ୍ରାପ୍ତ ଚିଡ଼ିଆଖାନାରେ ୫୬, ୮୦୦ରୁ ଅଧିକ ଜୀବଜନ୍ତୁ ରହୁଛନ୍ତି । ସମ୍ପ୍ରତି ଲକଡାଉନ ଯୋଗୁଁ ଦେଶର ସମସ୍ତ ଚିଡ଼ିଆଖାନା ବନ୍ଦ ରହିଛି ।

Share Now:

Kalinga News Beuro

Leave a Reply

Next Post

ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ:ଏମ୍ସରେ ଚିକିତ୍ସିତ ହେଉଥିଲେ ଝାରପଡ଼ାର ୭୨ ବର୍ଷ ବୟସ୍କ ଆକ୍ରାନ୍ତ

Tue Apr 7 , 2020
ଭୁବନେଶ୍ୱର: ଆଜି ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ ଖବର ଆସିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ଏ ସଂପର୍କରେ ସୂଚନା ଦିଆଯାଇଛି। ଗତକାଲି (ଏପ୍ରିଲ ୬ ତାରିଖ) ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା କଥା ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜଣାଇଛି। ଗୋଟିଏ ପଟେ ରାଜ୍ୟରେ ଆଜି ୪୧ତମ ଆକ୍ରାନ୍ତ ଚିହ୍ନଟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial