ଭାରତର ସାହାଯ୍ୟ ଭୁଲି ହେବନାହିଁ: ଡୋନାଲଡ୍ ଟ୍ରମ୍ପ୍

ନିୟୁୟର୍କ: କରୋନାଭାଇରସ୍ ବିରୋଧରେ ସଂଗ୍ରାମ ନିମନ୍ତେ ଭାରତ ମ୍ୟାଲେରିଆ ନିରୋଧୀ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ପଠାଇବାକୁ ନିଷ୍ପତ୍ତି ନେଇଥିବାରୁ ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ୍ ଭାରତକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଟୁଇଟ୍ କରି ଟ୍ରମ୍ପ୍ ଲେଖଛନ୍ତି ଯେ ଅସ୍ୱାଭାବିକ ପରିସ୍ଥିତିରେ ବନ୍ଧୁମାନଙ୍କର ସହଯୋଗ ଆହୁରି ନିବିଡ଼ ହୋଇଉଠେ। ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ନିଷ୍ପତ୍ତି ନିମନ୍ତେ ଭାରତ ଓ ଭରତବାସୀଙ୍କୁ ଧନ୍ୟବାଦ! ଏହା ଅବିସ୍ମରଣୀୟ! ଏହି ଲଢ଼େଇରେ ଖାଲି ଭାରତ ନୁହେଁ ମାନବସମ୍ପ୍ରଦାୟକୁ ସହାୟତା ନିମନ୍ତେ ବଳିଷ୍ଠ ନେତୃତ୍ୱ ପାଇଁ ଆପଣଙ୍କୁ ଧନ୍ୟବାଦ ପ୍ରଧାନମନ୍ତ୍ରୀ ମୋଦୀ। ପୂର୍ବରୁ ଫକ୍ସ୍ ନିଉଜ ସହ ଏକ ସାକ୍ଷାତକାରରେ ଟ୍ରମ୍ପ୍ କହିଥିଲେ ଯେ ମୁଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥାବାର୍ତ୍ତା କରିଥିଲି। ଭାରତରେ ବିପୁଳ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଉତ୍ପାଦନ ହୁଏ। ସେ କିଛି ଯୋଗାଇ ପାରିବେ କି, ନାହିଁ ବୋଲି ପଚାରିଥିଲି। ସେ ଅସାଧାରଣ। ସତରେ ସେ ଭାରି ଭଦ୍ରଲୋକ। ଭାରତ ପାଇଁ ଲୋଡ଼ା ଥିବାରୁ ସେମାନେ କଟକଣା କରିଥିଲେ। ଆମକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବଟିକା ଦେଇଥିବାରୁ ଆମେରିକାରେ କରୋନାଭାଇସ୍ ଟିକା ପ୍ରସ୍ତୁତ ହେଲେ ଅନ୍ୟ ଦେଶମାନଙ୍କ ଠାରୁ ଭାରତ ପ୍ରଥମେ ତାହା ପାଇବ।

Share Now:

Kalinga News Beuro

Leave a Reply

Next Post

ସଲାମ ‘ଓସ୍ତାଦ୍‌’: ଦୀର୍ଘ ବର୍ଷ ଧରି ଦେଇ ଆସୁଥିଲେ ନକ୍ସଲ ବିରୋଧୀ ତାଲିମ

Thu Apr 9 , 2020
ପ୍ରକାଶଙ୍କ ପରିବାରକୁ ଯଥାସମ୍ଭବ ସାହାଯ୍ୟ କରିବେ ସରକାର ଭୁବନେଶ୍ୱର: ନକ୍ସଲ ବିରୋଧୀ ମୁକାବିଲାର କୌଶଳ ଶିଖାଉଥିଲେ। ୨୪ କ୍ୟାଡେଟ ସର୍ଜେଣ୍ଟଙ୍କୁ ଦେଉଥିଲେ ତାଲିମ। ଯଦି ନକ୍ସଲ ଘଞ୍ଚ ଜଙ୍ଗଲରେ ଘେରି ଯାଇ ଆକ୍ରମଣ କରନ୍ତି ତାହାଲେ କିପରି ଜବାବ ଦିଆଯିବ? କିପରି ଆମ୍ବୁସରୁ ମୁକୁଳିବା ସହ ପ୍ରତି ଜବାବ ଦିଆଯିବ? ପାଖରେ ଥିବା ହ୍ୟାଣ୍ଡ ଗ୍ରେନେଡକୁ କେମିତି ନକ୍ସଲଙ୍କ ଉପରକୁ ଫିଙ୍ଗିବାକୁ ପଡ଼ିବ? ଏହାର କୌଶଳ ଶିଖାଇ ଚାଲିଥିଲେ। ୧୮ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial