ରାଜ୍ୟରେ ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୪୪ ହେଲା

ଭୁବନେଶ୍ୱର: ପୁଣି ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି। ଢ଼େଙ୍କାନାଳ ଟାଉନରୁ ଜଣେ ୫୧ ବର୍ଷୀୟ ମହିଳା କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଛି। ଏଥିସହ ପଶ୍ଚିମବଙ୍ଗର ମେଦିନ ପୁରରୁ ଆସି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ୬୯ ବର୍ଷିୟ ବ୍ୟକ୍ତି କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪ରେ ପହଞ୍ଚିଛି। ପଶ୍ଚିମବଙ୍ଗରୁ ଆସିଥିବା ଆକ୍ରାନ୍ତ ସିଧା ଅଆମ୍ବୁଲାନ୍ସରେ ଭୁବନେଶ୍ୱର ଆସିଥିଲେ ଓ ଏ ବାବଦରେ ଅଧିକ ତଥ୍ୟ ସରକାର ସାମ୍ବାଦିକ ସମ୍ମିଳନୀରେ ଦେବେ। ଗତକାଲି ରାଜ୍ୟରେ ଗୋଟିଏ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡିଥିଲା। ଗତକାଲି ପରୀକ୍ଷା ହୋଇଥିବା ୪୦୦ଟି ନମୁନାରୁ ଗୋଟିଏ ବି ପଜିଟିଭି ବାହାରି ନ ଥିଲା ତେବେ ରାଜ୍ୟରେ ଏପର୍ଯ୍ୟନ୍ତ ୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ଭୁବନେଶ୍ୱରରେ କେବଳ ୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟର କରୋନା ମାନଚିତ୍ରରେ ଯୋଡ଼ି ହୋଇଗଲା ଢ଼େଙ୍କାନାଳ। ଏଯାବତ୍ ଭଦ୍ରକରୁ ୩ ଜଣ କରୋନା ପଜିଟିଭି ଚିହ୍ନଟ ହୋଇଥିବା ବେଳେ ଢ଼େଙ୍କାନାଳ, କଟକ, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ ଓ କଳାହାଣ୍ଡିରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଇତି ମଧ୍ୟରେ କରୋନା ଆକ୍ରାନ୍ତ ହୋଇ ଜଣେ ୭୨ ବର୍ଷିଅ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଯୁବକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତଥ୍ୟ ଅନୁସାରେ ଗତକାଲି ସୁଦ୍ଧା ଭୁବନେଶ୍ୱରର ସହିଦନଗରରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୟୁନିଟ-୪ ଓ ୟୁନିଟ-୫ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିପରି ସୂର୍ଯ୍ୟନଗରରେ ୮ ଜଣ, କପିଳପ୍ରସାଦରେ ଜଣେ, ବମିଖାଲରୁ ୧୪ ଜଣ, ଝାରପଡ଼ାରୁ ଆଉ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିପରି ଜିମଖାନା ପାମ ହାଇଟ୍ସରୁ ଜଣେ, ବରଗଡ଼ ଗାଁରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

Share Now:

Kalinga News Beuro

Leave a Reply

Next Post

ଢେଙ୍କାନାଳରେ ତବଲିଗି ଜମାତ ଲିଙ୍କ୍:ମହିଳା ଆକ୍ରାନ୍ତଙ୍କ ଘରକୁ ଆସିଥିଲେ ଧର୍ମ ପ୍ରଚାରକ

Thu Apr 9 , 2020
ଢେଙ୍କାନାଳ: ନୂଆଦିଲ୍ଲୀର ନିଜାମୁଦ୍ଦିନସ୍ଥିତ ତବଲିଗି ଜମାତ ସହ ଢେଙ୍କାନାଳର କରୋନା ଆକ୍ରାନ୍ତଙ୍କ ଲିଙ୍କ ଥିବା ଜଣାପଡ଼ିଛି। ତବଲିଗିରୁ ଫେରିଥିବା ଜଣେ ଧର୍ମ ପ୍ରଚାରକ ଗତ ମାସରେ ଢେଙ୍କାନାଳ ଆସିଥିଲେ। ଢେଙ୍କାନାଳ ସହରରେ ସେ ଆକ୍ରାନ୍ତଙ୍କ ପରିବାର ସହ ରହିଥିଲେ ବୋଲି ଜିଲ୍ଲାପାଳ ଉମେଶ ଚନ୍ଦ୍ର ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହା କରୋନା ସଂକ୍ରମଣର କାରଣ ହୋଇପାରିଥାଏ ବୋଲି ସନ୍ଦେହ କରାଯାଉଛି। ଡେଙ୍କାନାଳର ମହିଳା ଆକ୍ରାନ୍ତଙ୍କର କୌଣସି ଯାତ୍ରା ଇତିହାସ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial