ବିଷାକ୍ତ ତେଲ ପିଇ ପ୍ରାଣ ହରାଇଲେ ମହିଳା

ପାଇକସାହି: ଅନୁଗୁଳ ଜିଲ୍ଲାର ଠାକୁରଗଡ଼ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ବିଷାକ୍ତ ତେଲ ପିଇ ମୃତ୍ୟୁବରଣ କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ୮ଟା ବେଳେ ଠାକୁରଗଡ଼ ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମର ମଙ୍ଗଳୁ ବିଶ୍ୱାଳଙ୍କ ପତ୍ନୀ ମଞ୍ଜୁ ବିଷାକ୍ତ ତେଲ ପିଇଥିଲେ। ଏହାପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ମଞ୍ଜୁ ବିଶ୍ୱାଳଙ୍କୁ ଆଠମଲିକ ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା। ପୂର୍ବାହ୍ନ ସାଢେ ୧୦ଟା ବେଳେ ସେଠାରେ ଚିକିତ୍ସିତ ହେଉଥିବା ତାଙ୍କର ମୃତ୍ୟୁ ଘଟିଥିଲା। ମୃତକ ମଞ୍ଜୁଙ୍କର ବୟସ ୫୦ ବର୍ଷ ବୋଲି ଜଣାଯାଇଛି। ଗତ ବର୍ଷ ତାଙ୍କର ଜଣେ ଝିଅ ମରିଯିବା ପରେ ମଞ୍ଜୁଙ୍କର ମାନସିକ ସ୍ଥିତ ଭଲ ନ ଥିଲା ବୋଲି କୁହାଯାଉଛି। ମଙ୍ଗଳୁ ବିଶ୍ୱାଳ ଜଣେ ଚାଷୀ ବୋଲି ଜଣାଯାଇଛି। ତେବେ ଏହି ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ। ଖବର ପାଇ ଠାକୁରଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଥିଲା। ପରେ ଶବ ପରିବାରକୁ ହସ୍ତାନ୍ତର କରିଛି ପୁଲିସ। ଠାକୁରଗଡ଼ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

Share Now:

Kalinga News Beuro

Leave a Reply

Next Post

କରୋନା ଦାଉରେ ପରିବା ଓ ଫୁଲ ଚାଷୀ

Sun Apr 12 , 2020
ବାଲିଅନ୍ତା : ଲକ୍‌ଡାଉନ୍‌ ଯୋଗୁଁ ବହୁ ଲୋକଙ୍କ ଜୀବନଜୀବିକା ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଭିନ୍ନ କଳ କାରଖାନା, କମ୍ପାନି ବନ୍ଦ ହୋଇଯାଇଥିବାରୁ ଏଥିରେ ନିଯୁକ୍ତ ହୋଇଥିବା ଲୋକଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସେହିପରି ଖଟିଖିଆ ପରିବାର ମଧ୍ୟ କାମଧନ୍ଦା ଅଭାବରୁ ରୋଜଗାରଶୂନ୍ୟ ହୋଇଯାଇଛନ୍ତି। ତେବେ କରୋନା କଟକଣା ପ୍ରଭାବରୁ କୃଷିକ୍ଷେତ୍ର ମଧ୍ୟ ବାଦ୍‌ ପଡ଼ିନି। ଏଥିଯୋଗୁଁ ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଞ୍ଚଳର ବହୁ ଚାଷୀ ଏବେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial