ପୁଣି ୫ କରୋନା ଆକ୍ରନ୍ତ ଚିହ୍ନଟ:ରାଜ୍ୟରେ ସଂଖ୍ୟା ୬୦ ହେଲା

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ରାଜ୍ୟ ସରକାରଙ୍କ ସମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ଆଜି ସକାଳୁ ଜଣେ ଓ ସନ୍ଧ୍ୟାରେ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସକାଳୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଯାଜପୁର ଅଞ୍ଚଳର ଓ ତାଙ୍କର ବୟସ ୬୫ ବର୍ଷ। ସେହିଭଳି ସନ୍ଧ୍ୟାରେ ଚିହ୍ନଟ ହୋଇଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣ ଭୁବନେଶ୍ୱର ବମିଖାଲ ଅଞ୍ଚଳର ହୋଇଥିବା ବେଳେ ଆଉ ଜଣେ ଝାରପଡ଼ା ଅଞ୍ଚଳର। ସୂଚନା ଅନୁସାରେ, ଝାରପଡ଼ାର ଆକ୍ରନ୍ତ ଜଣେ ୫୦ ବର୍ଷିଅ ପୁରୁଷ ଓ ୪୨ ନମ୍ବର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଅନ୍ୟପକ୍ଷରେ ଭୁବନେଶ୍ୱରର ଅବରୋଧ ଅଂଚଳ ବମିଖାଲରୁ ଚିହ୍ନଟ ହୋଇଥିବା ତିନି ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୫୧ ବର୍ଷିୟ ପୁରୁଷ, ୭୦ ବର୍ଷିୟ ବୃଦ୍ଧ ଓ ୫୧ ବର୍ଷୀୟ ମହିଳା ଅଛନ୍ତି। ସମସ୍ତଙ୍କୁ ଚିକିତ୍ସା ଲାଗି ରାଜଧାନୀ ଭୁବନେଶ୍ୱରରେ ଥିବା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଏ ପର୍ଯ୍ୟନ୍ତ ରାଜ୍ୟରେ ୪ ହଜାର ୭୩୪ ଜଣଙ୍କ ନମୁନା ପରୀକ୍ଷା ହୋଇଛି। ସେଥିରୁ ୪ ହଜାର ୬୭୮ ଜଣଙ୍କ ନମୁନା ନେଗେଟିଭ ଓ ୬୦ ଜଣଙ୍କ ପଜିଟିଭ ଆସିଛି। ଏଥିରୁ ଜଣେ ୭୨ ବର୍ଷିଅ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ସୁସ୍ଥ ହୋଇ ଘରକୁ ଯାଇଛନ୍ତି। ରାଜ୍ୟରେ ଏବେ ୪୧ ଜଣ ସକ୍ରିୟ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।

Share Now:

Kalinga News Beuro

Leave a Reply

Next Post

ମେ ୩ ତାରିଖ ରାତି ୧୨ଟାଯାଏଁ ଯାତ୍ରୀବାହୀ ରେଳ ଚଳାଚଳ ବନ୍ଦ ରହିବ: ରେଳ ମନ୍ତ୍ରାଳୟ

Tue Apr 14 , 2020
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ମୋଦୀ ଲକ୍‌ଡାଉନ୍ ସମୟସୀମା ଆହୁରି ୧୯ ଦିନ ବୃଦ୍ଧି କରିବା ପରେ ଭାରତୀୟ ରେଳବାଇ ମେ ୩ ତାରିଖ ପର୍ଯ୍ୟନ୍ତ ଯାତ୍ରୀ ସେବା ବାତିଲ କରିଛି। ଏ ସଂକ୍ରାନ୍ତରେ ଟୁଇଟ୍ କରି ରେଳ ମନ୍ତ୍ରାଳୟ କହିଛି ଯେ ପ୍ରିମିୟମ ଟ୍ରେନ୍, ମେଲ୍/ଏକ୍ସ‌େପ୍ରେସ୍ ଟ୍ରେନ୍, ପାସେଞ୍ଜର୍ ଟ୍ରେନ୍, ସବ୍ଅର୍ବାନ୍‌ ଟ୍ରେନ୍, କୋଲ୍‌କାତା ମେଟ୍ରୋ ରେଲ୍, କୋଙ୍କଣ ରେଲ୍‌ୱେ ଇତ୍ୟାଦି ସମେତ ଭାରତୀୟ ରେଳବାଇର ସମସ୍ତ ଯାତ୍ରୀବାହୀ ଟ୍ରେନ୍ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial