ମେ ୩ ତାରିଖ ରାତି ୧୨ଟାଯାଏଁ ଯାତ୍ରୀବାହୀ ରେଳ ଚଳାଚଳ ବନ୍ଦ ରହିବ: ରେଳ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ମୋଦୀ ଲକ୍‌ଡାଉନ୍ ସମୟସୀମା ଆହୁରି ୧୯ ଦିନ ବୃଦ୍ଧି କରିବା ପରେ ଭାରତୀୟ ରେଳବାଇ ମେ ୩ ତାରିଖ ପର୍ଯ୍ୟନ୍ତ ଯାତ୍ରୀ ସେବା ବାତିଲ କରିଛି। ଏ ସଂକ୍ରାନ୍ତରେ ଟୁଇଟ୍ କରି ରେଳ ମନ୍ତ୍ରାଳୟ କହିଛି ଯେ ପ୍ରିମିୟମ ଟ୍ରେନ୍, ମେଲ୍/ଏକ୍ସ‌େପ୍ରେସ୍ ଟ୍ରେନ୍, ପାସେଞ୍ଜର୍ ଟ୍ରେନ୍, ସବ୍ଅର୍ବାନ୍‌ ଟ୍ରେନ୍, କୋଲ୍‌କାତା ମେଟ୍ରୋ ରେଲ୍, କୋଙ୍କଣ ରେଲ୍‌ୱେ ଇତ୍ୟାଦି ସମେତ ଭାରତୀୟ ରେଳବାଇର ସମସ୍ତ ଯାତ୍ରୀବାହୀ ଟ୍ରେନ୍ ସେବା ମେ ୩ ତାରିଖ ରାତି ୧୨ଟା ଯାଏଁ ବନ୍ଦ ରହିବ। ବାତିଲ ହୋଇଥିବା ରେଳଗାଡ଼ି ନିମନ୍ତେ ଅଗ୍ରିମ ଟିକେଟ କରିଥିବା ଯାତ୍ରୀମାନଙ୍କୁ ଯାତ୍ରୀ ମାସୁଲ ସମ୍ପୂର୍ଣ୍ଣ ଫେରସ୍ତ କରାଯିବ। ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ନ ପାଇବା ଯାଏଁ କୌଣସି ଅଗ୍ରୀମ ରିଜର୍ଭେସନ୍‌ କରାଯିବ ନାହିଁ। ମାଲ୍‌ ଓ ପାର୍ସଲ୍‌ ପରିବହନ ବର୍ତ୍ତମାନ ପରି ଚାଲୁ ରହିବ।

Share Now:

Kalinga News Beuro

Leave a Reply

Next Post

ବଢ଼ୁଛି ପାରଦ : ରାଜଧାନୀରେ ୪୧.୫,ରାଜ୍ୟର ସବୁଠୁ ଉତ୍ତପ୍ତ ସହର

Tue Apr 14 , 2020
ଭୁବନେଶ୍ୱର : ଜଳୁଛି ରାଜଧାନୀ,ଗତକାଲି ରାଜଧାନୀର ତାପମାତ୍ରା ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୦ ଡିଗ୍ରି ଅତିକ୍ରମ କରିଥିଲା। ଆଜି କିନ୍ତୁ ବର୍ତ୍ତମାନ ସୁଦ୍ଧାର ସବୁ ରେକର୍ଡ ଭାଙ୍ଗି ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି ରାଜଧାନୀ ଭୁବନେଶ୍ୱର। ଗତକାଲି ଅପେକ୍ଷା ‌ଦେଢ଼ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ବଢ଼ି ଆଜି ରାଜଧାନୀର ତାପମାତ୍ରା ୪୧.୫ ଡିଗ୍ରିରେ ପହଞ୍ଚିଥିଲା। ଲକ୍‌ଡାଉନ୍‌ ଯୋଗୁଁ ଗୃହବନ୍ଦୀ ରାଜଧାନୀବା‌ସୀ ଗ୍ରୀଷ୍ମ ପ୍ରବାହକୁ ସିଧାସଳଖ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial