ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନରେ ଏକାଠି ହେଲେ ହଜାର ହଜାର ପ୍ରବାସୀ ଶ୍ରମିକ:ଘରକୁ ଫେରିବାକୁ ଜିଦ୍

ମୁମ୍ବାଇ : ଦେଶରେ କଲଡାଉନ ସମୟ ଆଉ ୧୯ ଦିନ ପାଇଁ ବୃଦ୍ଧି ହେବା ନେଇ ହତାସ ହୋଇପଡ଼ିଛନ୍ତି ମୁମ୍ବାଇରେ କାମ କରୁଥିବା ଉତ୍ତରପ୍ରଦେଶ, ବିହାର ପଶ୍ଚିମବଙ୍ଗର ଶ୍ରମିକ। ଆଜି ହଜାର ହଜାର ଶ୍ରମିକ ମୁମ୍ବାଇର ବାନ୍ଦ୍ରା ଷ୍ଟେସନଠାରେ ଏକତ୍ରିତ ହୋଇ ବିକ୍ଷୋଭ କରିଛନ୍ତି। ସେମାନଙ୍କୁ ଘଉଡ଼େଇବା ଲାଗି ପୁଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ମିଳିଥିବା ସୂଚନା ଅନୁସାରେ ଆଜି ଲକଡାଉନ ସମାପ୍ତହୋଇ ଆସନ୍ତା କାଲିଠାରୁ ଟ୍ରେନ,ବସ ଆଦି ଚଳାଚଳ କରିବ ବୋଲି ସେମାନେ ଆଶା କରିଥିଲେ। କିନ୍ତୁ ଏହି ଆଶା ନିରାଶାରେ ପରିଣତ ହେବା ପରେ ସେମାନେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ ଓ ବାନ୍ଦ୍ରା ଷ୍ଟେସନ ପାଖରେ ଏକତ୍ରିତ ହୋଇ ବିକ୍ଷେଭ ଆରମ୍ଭ କରିଦେଇଥିଲେ। ରାଜ୍ୟ ସରକାର ଓ ବିଭିନ୍ନ ଏନଜିଓ ମାନଙ୍କ ଦ୍ୱାରା ସେମାନଙ୍କୁ ଖାଦ୍ୟ ଆଶ୍ରୟ ଆଦି ଦିଆଯାଉଥିଲେ ମଧ୍ୟ ସେମାନେ ନିଜ ନିଜ ଘରକୁ ଫେରିବାକୁ ଜିଦ ଧରିଛନ୍ତି। ତେବେ ପୁଲିସ ଲାଠି ଚାର୍ଜ କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି। ମହାରାଷ୍ଟ୍ର ଦେଶରେ ସବୁଠାରୁ ଅଧିକ କରୋନା ସଂକ୍ରମିତ ରାଜ୍ୟ ହେଇଥିବାବେଳେ ଗୋଟିଏ ସ୍ଥାନରେ ଏତେ ସଂଖ୍ୟକ ଲୋକ ଏକତ୍ରିତ ହେବା ସରକାରଙ୍କୁ ଚିନ୍ତାରେ ପକାଇଦେଇଛି। ଏହି ପରିସ୍ଥିତି ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କେନ୍ଦ୍ରକୁ ଦାୟୀ କରିଛନ୍ତି।

Share Now:

Kalinga News Beuro

Leave a Reply

Next Post

କରୋନା ପ୍ରଭାବ: ୧୧.୭ କୋଟି ଶିଶୁଙ୍କୁ ମିଳିମିଳା ବିପଦ

Wed Apr 15 , 2020
ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ୧୧ କୋଟି ୭୦ ଲକ୍ଷ ଶିଶୁ ମିଳିମିଳା ରୋଗ ଭୋଗିବାର ଆଶଙ୍କା ଦେଖାଦେଇଛି। ଏବେ ବରୋନା ବିଶ୍ୱମହାମାରୀ ମୁକାବିଲା ପାଇଁ ଶତାଧିକ ଦେଶ ଲକ୍‌ଡାଉନ୍‌ରେ ଥିବା ବେଳେ ଶିଶୁମାନଙ୍କୁ ବିଭିନ୍ନ ଟିକାଦାନ ସେବାରେ ଗୁରୁତର ସଂକଟ ଉପୁଜିଛି। ସାଧାରଣତଃ ବିଦ୍ୟାଳୟରେ ବା ବିଭିନ୍ନ ସମାଗମ ସ୍ଥଳରେ ଏକାଦିକ୍ରମେ ବହୁସଂଖ୍ୟକ ଶିଶୁଙ୍କୁ ଟିକାଦାନ କରାଯାଇଥାଏ। ସେଭଳି ସ୍ଥିତି ସୃଷ୍ଟି କରିବା ଏବେ ଅସମ୍ଭବ ଥିବା ବେଳେ ମିଳିମିଳା ଜ୍ୱର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial