ଗୋପନରେ ପରମାଣୁ ବୋମା ପରୀକ୍ଷା କରିଚାଲିଛି ଚୀନ : ଆମେରିକା

ୱାଶିଂଟନ : ସମଗ୍ର ବିଶ୍ୱକୁ କରୋନା ମହାମାରୀ ମୁକାବିଲାରେ ବ୍ୟସ୍ତଥିବାବେଳେ ଚୀନ ଗୋପନରେ ନିଜର ସାମରିକ ଶକ୍ତି ବୃଦ୍ଧି କରିଚାଲିଛି। ଚୀନ ଗୋପନରେ ସ୍ପଳ୍ପ ବିସ୍ପୋରକ ଶକ୍ତି ବିଶିଷ୍ଟ କେତେକ ପରମାଣୁ ପରୀକ୍ଷା କରିଥିବା ଆମେରିକା ଜାଣିବାକୁ ପାଇଛି। ଆମେରିକାର ପରରାଷ୍ଟ୍ର ବିଭାଗର ଏକ ଗୋପନ ରିପୋର୍ଟରେ ଏ ସଂପର୍କରେ କୁହାଯାଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଅନ୍ତର୍ଜାତୀୟ ନିୟମ ଅନୁସାରେ କୌଣସି ପ୍ରକାରର ପରିମାଣୁ ପରୀକ୍ଷାକୁ ନିଷିଦ୍ଧ କରାଯାଇଥିଲେ ମଧ୍ୟ ଚୀନ ଗୋପନରେ ଏହା ଜାରି ରଖିଛି। ୨୦୧୯ରେ ଚୀନର ଲୁପ ନୁର ପରୀକ୍ଷଣ କେନ୍ଦ୍ରରେ ଏପରି କେତେକ ଜିରୋ ୟେଲଡ ପରୀକ୍ଷଣ କରାଯାଇଥିବା ଏହି ରିପୋର୍ଟରେ କୁହାଯାଇଛି। ଜିରୋ ୟେଲଡ ପରୀକ୍ଷଣର ଅର୍ଥ ହେଉଛି ପରମାଣୁ ପରୀକ୍ଷଣ ବେଳେ ଅନିୟନ୍ତ୍ରିତ ଚେନ ରିଆକ୍ସନ ହେବ ନାହିଁ। ରିପୋର୍ଟରେ କୁହାଯାଇଛି ଯେ ବେଜିଂ ପରମାଣୁ ପରୀକ୍ଷା ନିଷେଧ ଚୁକ୍ତି (ସିଟିବିଟି)ରେ ସ୍ୱାକ୍ଷର କରିଥିଲେ ମଧ୍ୟ ଚୀନ ଏହାର ନିୟମାବଳୀକୁ ମାନୁନାହିଁ ଓ ଚୀନର ଗତିବିଧି ସଂଦିଗ୍ଧ ରହୁଛି। ଅନ୍ତର୍ଜାତୀୟ ପରମାଣୁ ଏଜେନ୍ସିର ଅଗୋଚରରେ ଚୀନ ନିଜର ପରମାଣୁ ପରୀକ୍ଷଣକୁ ଗୋପନ ରେ ଚଳାଇଛି। କରୋନା ଭାଇରସକୁ ନେଇ ଚୀନ ଓ ଆମେରିକା ମୁହାଁମୁହିଁ ହୋଇଥିବାବେଳେ ଏହି ପ୍ରସଙ୍ଗରେ ଦୁଇଦେଶ ମଧ୍ୟରେ ବିବାଦ ବଢିବାର ଆଶଙ୍କା ରହିଛି।

Share Now:

Kalinga News Beuro

Leave a Reply

Next Post

ଲୋକ ଚାହିଲେ ସେମାନଙ୍କ କୋଭିଡ୍‌ ପରୀକ୍ଷା ହେବ, ଆଗ ଦୋକାନୀଙ୍କଠୁ ଆରମ୍ଭ

Fri Apr 17 , 2020
ଭୁବନେଶ୍ୱର: ଅଙ୍ଗନବାଡ଼ି କର୍ମୀ ଯେଉଁଠି ସର୍ଭେ କରି ରିପୋର୍ଟ ଦେଉଥିଲେ ବା ୧୦୪କୁ ଫୋନ୍‌ କରି ଯିଏ କରୋନା ଲକ୍ଷଣ ଥିବା କହୁଥିଲେ, ସେମାନଙ୍କର କୋଭିଡ୍‌-୧୯ ପରୀକ୍ଷା ହେଉଥିଲା। କିନ୍ତୁ ଏବେ ଲୋକମାନେ ଚାହିଲେ, ସେମାନଙ୍କର କୋଭିଡ୍‌-୧୯ ପରୀକ୍ଷା କରିପାରିବେ। ତାହା ବି ମାଗଣା‌ରେ। ଅଧିକରୁ ଅଧିକ ଲୋକଙ୍କ ଯେପରି ପରୀକ୍ଷା ହୋଇପାରିବ, ସେନେଇ ବ୍ୟବସ୍ଥା କରିବାକୁ ବିଏମ୍‌ସିର ତିନିଟି ଜୋନ୍‌ର ଜୋନାଲ ଡେପୁଟି କମିସନରଙ୍କୁ କୁହାଯାଇଛି। ୬ଜଣ ଆଇଏଏସ୍ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial