ଲକ୍‌ଡାଉନ୍‌ ସମୟରେ ତବଲିଗି ସଦସ୍ୟଙ୍କୁ ପଳାଇବାରେ ସାହାଯ୍ୟ କରିଥିବା ମୌଲାନା ସର୍‌ୱର୍‌ ପୁଲିସ ଜେରାର ସମ୍ମୁଖୀନ

ନୂଆଦିଲ୍ଲୀ: କୋଭିଡ୍-୧୯ ଲକ୍‌ଡାଉନ୍‌ ସମୟରେ ମସ୍‌ଜିଦ୍‌ ମଧ୍ୟରୁ ତବଲିଗି ଜମାତ୍ ସଦସ୍ୟମାନଙ୍କୁ ପଳାଇ ଯିବାରେ ସାହାଯ୍ୟ କରିଥିବା ମୌଲାନା ଗୁଲାମ୍ ସର୍‌ୱର୍‌ଙ୍କୁ ଶୁକ୍ରବାର ଦିନ ଦିଲ୍ଲୀ ପୁଲିସ ଜେରା କରିଛି। ପ୍ରାପ୍ତ ସୂଚନା ଅନୁସାରେ, ଜାମିଆ ନଗର ଥାନାରେ ୯ ଘଣ୍ଟାରୁ ଅଧିକ ସମୟ ଧରି ଏକ ପୁଲିସ ଟିମ୍ ମୌଲାନା ଗୁଲାମ୍ ସର୍‌ୱାର୍‌ଙ୍କୁ ଜେରା କରିଥିଲା। ମୌଲାନା ସେମାନଙ୍କୁ ସହଯୋଗ କରୁ ନାହାନ୍ତି ଏବଂ ତାଙ୍କ ବିରୋଧରେ ଉଠିଥିବା ଅଭିଯୋଗ ସଂକ୍ରାନ୍ତରେ ଠିକ୍ ଉତ୍ତର ଦେଉନାହାନ୍ତି ବୋଲି ପୁଲିସ କହିଛି। ଆବଶ୍ୟକ ହେଲେତାଙ୍କୁ ପୁଣି ଥାନାକୁ ଡକାଯିବ ବୋଲି ପୁଲିସ କହିଛି। ଜେରା ପରେ ଥାନାରୁ ବାହାରୁଥିବା ମୌଲାନାଙ୍କୁ ପଚରାଯାଇଥିଲା କି, ସେ ଗଣମାଧ୍ୟମ ପାସ୍‌ର ଅପବ୍ୟବହାର କରି ପୁଲିସ କବଳରୁ ଜମାତ୍ ସଦସ୍ୟଙ୍କୁ ସ୍ଥାନାନ୍ତର କରିଛନ୍ତି କି? ଏହାର ଜବାବ ସେ ଅଦାଲତରେ ଦେବେ ବୋଲି କହିଛନ୍ତି। ଦିଲ୍ଲୀ ମସ୍‌ଜିଦ୍‌ରେ ଆତ୍ମଗୋପନ କରିଥିବା ଅନ୍ୟୂନ ୧୫ଜଣ ତବଲିଗି ଜମାତ ସଦସ୍ୟଙ୍କୁ ସେ ଖସି ଯିବାରେ ସହାୟକ ହୋଇଥିଲେ ବୋଲି ଜଣାପଡ଼ିଥିଲା।

Share Now:

Kalinga News Beuro

Leave a Reply

Next Post

ବିଶ୍ୱ ଆଖିରେ ଧୂଳି ଦେଇଥିଲା ଚୀନ୍‌: ଉହାନ୍‌ ମୃତ୍ୟୁସଂଖ୍ୟା ୫୦% ବୃଦ୍ଧି

Sat Apr 18 , 2020
ପୂର୍ବ ତଥ୍ୟରେ ତ୍ରୁଟି ଥିବା ସ୍ୱୀକାର କଲା ଚୀନ୍‌, ଚୀନ୍‌ରେ ସମୁଦାୟ ମୃତ୍ୟୁସଂଖ୍ୟା ୪୦ ପ୍ରତିଶତ ବୃଦ୍ଧି ବେଜିଂ: କରୋନା ଭାଇରସ୍‌ର ଉତ୍ପତ୍ତି ସ୍ଥଳ ଚୀନ୍‌ର ଉହାନ୍‌ ସହର ହୋଇଥିଲେ ମଧ୍ୟ ଚୀନ୍‌ ବିଶ୍ୱବାସୀଙ୍କୁ ଉହାନ୍‌ର କରୋନା ମୃତ୍ୟୁ ନେଇ ଆଜି ପର୍ଯ୍ୟନ୍ତ ଅନ୍ଧାରରେ ରଖିଥିଲା। ଆଜି ହଠାତ ଚୀନ୍‌ ଉହାନ୍‌ ମୃତ୍ୟୁ ସଂଖ୍ୟାରେ ୫୦ ପ୍ରତିଶତ ବୃଦ୍ଧି ଘଟାଇଛି ଏବଂ ଦେଶର ସମୁଦାୟ ମୃତ୍ୟୁ ସଂଖ୍ୟାରେ ୪୦ ପ୍ରତିଶତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial