ରାଜ୍ୟର ୭୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ପଶ୍ଚିମବଙ୍ଗରୁ ଫେରିଛନ୍ତି ୨୪ ଜଣ

ଭୁବନେଶ୍ୱର: ରାଜ୍ୟର ୭୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ପଶ୍ଚିମବଙ୍ଗରୁ ୨୪ ଜଣ ଫେରିଛନ୍ତି। ଏମାନଙ୍କୁ ପଞ୍ଚାୟତ ସ୍ତରରେ ନିର୍ମାଣ ହୋଇଥିବା କ୍ୱାରେଣ୍ଟାଇନରେ ରହିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆଜି ଏହି ସୂଚନା ଦେଇଛନ୍ତି। ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଛନ୍ତି, ପ୍ରତ୍ୟେକ ପଞ୍ଚାୟତରେ କରୋନା ମୁକାବିଲା ପାଇଁ ବ୍ୟବସ୍ଥା ହୋଇଛି। ବାହାରୁ ଫେରିଥିବା ଲୋକେ ୧୪ ଦିନ ସଙ୍ଗରୋଧରେ ରହିବେ। ସଙ୍ଗରୋଧ ସରିବା ପରେ ସରକାର ସେମାନଙ୍କୁ ୨୦୦୦ ଟଙ୍କା ଆର୍ଥିକ ସହାୟତା ଦେବେ। ତେବେ ପଶ୍ଚିବବଙ୍ଗରୁ ଫେରିଥିବା ଲୋକେ ନିଜ ତରଫରୁ ନାମ ପଞ୍ଜୀକରଣ କରି କ୍ୱାରେଣ୍ଟାଇନରେ ରୁହନ୍ତୁ ବୋଲି ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ଯଦି ଜଣେ ବ୍ୟକ୍ତି ୨୮ ଦିନ ଭିତରେ ପଶ୍ଚିମବଙ୍ଗରୁ ଫେରିଥାନ୍ତି ନିଜର ନାମ ପଞ୍ଜୀକରଣ କରନ୍ତୁ। ସଂପୃକ୍ତ ବ୍ୟକ୍ତିମାନେ ସ୍ଥାନୀୟ ସରପଞ୍ଚ, ବିଡିଓ ଓ ତହସିଲଦାରମାନଙ୍କୁ ଜଣାଇପାରିବେ। ପଶ୍ଚିମବଙ୍ଗ ଫେରନ୍ତାଙ୍କୁ କ୍ୱାରେଣ୍ଟାଇନରେ ରଖିବାକୁ ସରକାର କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ବିଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୧୩ ଜଣ କରୋନା ସଂକ୍ରମଣ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ସେଥିରୁ ଯାଜପୁର ଓ ଭଦ୍ରକ ଜିଲ୍ଲାରୁ ୫ ଜଣ ଲେଖାଏଁ ହୋଇଥିବା ବେଳେ ବାଲେଶ୍ୱରରୁ ୨ ଜଣ ଓ ବିଶ୍ରାରୁ ଆଉ ଜଣେ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ଏପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାରୁ ୪୬ ଜଣ, ପୁରୀ ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ଜଣେ, ଯାଜପୁର ଜିଲ୍ଲାରୁ ୭ ଜଣ, ଭଦ୍ରକ ଜିଲ୍ଲାରୁ ୮ ଜଣ, ବାଲେଶ୍ୱର ଜିଲ୍ଲାରୁ ୩ ଜଣ, ଢେଙ୍କାନାଳ ଜିଲ୍ଲାରୁ ଜଣେ, ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ, କେନ୍ଦ୍ରାପଡ଼ା ଓ କଳାହାଣ୍ଡି ଜିଲ୍ଲାରୁ ୨ ଜଣ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୪ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଏବେ ବିଭିନ୍ନ କୋଭିଡ ହସ୍ପିଟାଲରେ ୪୯ ଜଣ ସକ୍ରିୟ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।

Share Now:

Kalinga News Beuro

Leave a Reply

Next Post

ରାଉରକେଲାରେ ପୁଣି ଲଜ୍ଜା:ଚକୋଲେଟର ପ୍ରଲୋଭନ ଦେଇ ନାବାଳିକାକୁ ଦୁଷ୍କର୍ମ କଲେ ୪୫ ବର୍ଷିୟ ପଡ଼ୋଶୀ

Mon Apr 20 , 2020
ରାଉରକେଲା: ସ୍ମାର୍ଟ ସିଟି ରାଉରକେଲାରେ ପୁଣି ଲଜ୍ଜା। ଏବେ ସହରରେ ଲକ ଡାଉନ ଚାଲିଥିବା ବେଳେ ଜଣେ ୪୫ ବର୍ଷିୟ ବ୍ୟକ୍ତି ନାବାଳିକାକୁ ଚକୋଲେଟର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ଅଭିଯୁକ୍ତ ମଧୁସୂଦନପାଲିର ରମେଶ ଦାସକୁ ପ୍ଲାଣ୍ଟସାଇଟ ପୁଲିସ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ରାଉରକେଲାର ମଧୁସୂଦନପାଲିରେ ଜଣେ ୪୫ ବର୍ଷିୟ ବିବାହିତ ବ୍ୟକ୍ତି ଘର ଭଡ଼ା ନେଇ ରହୁଥିଲେ। ତାଙ୍କ ପରିବାର ଗାଁରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial