ଶରୀର ଭିତରେ ପଶି କରୋନା ଭୂତାଣୁ କି କି କାରନାମା କରୁଛି ତାହା ଦର୍ଶାଇଲେ ବାଗଚୀ

ଭୁବନେଶ୍ୱର: ଚୀନରୁ ବ୍ୟାପିଥିବା ମାରାତ୍ମକ କରୋନା ଭାଇରସ ଏବେ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଛି। ତେଣୁ କରୋନାରୁ ବର୍ତ୍ତିବାକୁ ହେଲେ ସମସ୍ତ ମାନବ ଜାତିକୁ ସତର୍କ ରହିବା ସହ ନିଜ ଶରୀର ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆଜି ଏହା କହିଛନ୍ତି। ସେ କହିଛନ୍ତି ଯେ, ମାନବ ଶରୀରରେ ୩୭ ଲକ୍ଷ କୋଟି ଜୀବ କୋଷ ଅଛି। କରୋନା ଭାଇରସ ଆମେ ପ୍ରଶ୍ୱାସ ନେବା ସମୟରେ ଶରୀର ଭିତରକୁ ପ୍ରବେଶ କରିଥାଏ। ଆଉ ପ୍ରବେଶ କରିବା ପରେ ଶରୀରକୁ ଏପରି ସଂକ୍ରମିତ କରେ କି ଶରୀରରୁ ହିଁ ଲକ୍ଷ ଲକ୍ଷ ସଂଖ୍ୟାରେ ଭୂତାଣୁ ଉତ୍ପନ୍ନ ହୋଇଯାଆନ୍ତି। କରୋନା ସଂକ୍ରମଣ ପରେ ଶରୀର ଏକ ପ୍ରକାରର ଭୂତାଣୁ କାରଖାନା ପାଲଟି ଯାଏ। ଆଜି ସାମ୍ବାଦିକ ସମ୍ମିଳନୀରେ କରୋନା ଭାଇରସ ଆମ ଶରୀରକୁ କିଭଳି ଆକ୍ରମଣ କରୁଛି ତାହା ଦୁଇଟି ଭିଡିଓ ମାଧ୍ୟମରେ ଉପସ୍ଥାପିତ କରିଥିଲେ ବାଗଚୀ। ସେ କହିଛନ୍ତି ଯେ, ଶରୀରର ଦାୟିତ୍ୱ ନିଃଶ୍ୱାସ-ପ୍ରଶ୍ୱାସ ଓ ଫୁସଫୁସ ଉପରେ ରହିଛି। କରୋନା ଭୂତାଣୁ ନିଃଶ୍ୱାସ ନେବା ସମୟରେ ଫୁସଫୁସକୁ ପ୍ରବେଶ କରିଥାଏ। ଏହା ଧୀରେ ଧୀରେ ଜୀବକୋଷ ଉପରେ ଆକ୍ରମଣ କରିଥାଏ। ସେ ନିଜର କାୟା ବିସ୍ତାର କରି ଶରୀରକୁ କବଜାକୁ ନେଇ କୋଟି କୋଟି ଭୂତାଣୁ ସୃଷ୍ଟି କରିଥାଏ। ଏହା ଫୁସଫୁସକୁ ସଂକ୍ରମିତ କରି ନଷ୍ଟ କରିଥାଏ। ଶ୍ରୀ ବାଗଚୀ କହିଛନ୍ତି, କରୋନାର ପ୍ରତିଷେଧକ ବ୍ୟବସ୍ଥା ଏଯାଏଁ ହୋଇପାରି ନାହିଁ। ତେଣୁ ଏହାକୁ ପ୍ରତିରୋଧ ମାଧ୍ୟମରେ ହିଁ ମୁକାବିଲା କରାଯାଇ ପାରିବ। ସାମାଜିକ ଦୂରତା ହେଉଛି ମୁକାବିଲା କରିବାର ଶ୍ରେଷ୍ଠ ମାଧ୍ୟମ। କରୋନାକୁ ଗାଁର ଲୋକେ ଭଲ ଭାବରେ ବୁଝିଛନ୍ତି। ସହରାଞ୍ଚଳର ଲୋକ ବୁଝିପାରୁ ନାହାନ୍ତି। ଏହାକୁ ଯଦି ଆମେ ନିୟନ୍ତ୍ରଣ କରି ନ ପାରିବା ତା’ହେଲେ ବିପଦରେ ପଡ଼ିବା।

Share Now:

Kalinga News Beuro

Leave a Reply

Next Post

ୟୁନିଟ୍‌-୧ ପଡ଼ିଆରେ ରାପିଡ୍‌ ଟେଷ୍ଟ ଚିନ୍ତା ବଢ଼ାଇଲା:୨ଜଣଙ୍କ ରକ୍ତ ନମୁନା ପଜିଟିଭ୍

Tue Apr 21 , 2020
୩ ହଜାର ଲୋକଙ୍କର ରାପିଡ୍‌ ଟେଷ୍ଟ ଭୁବନେଶ୍ୱର : ବିଏମ୍‌ସି ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ରାଜଧାନୀର ତିନିଟି ଜୋନ୍‌ରେ ପ୍ରାୟ ୩ହଜାର ଲୋକଙ୍କର ରାପିଡ୍‌ ଟେଷ୍ଟ କରାଯାଇଛି। ଏଥିରେ ବିଏମ୍‌ସି ଉତ୍ତର ଜୋନ୍‌ରେ ୭୮୭, ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ୭୦୦ ଏବଂ ଦକ୍ଷିଣ-ପୂର୍ବ ଜୋନ୍‌ରେ ପ୍ରାୟ ୧୫୦୦ ଲୋକଙ୍କର ରାପିଡ୍‌ ଟେଷ୍ଟ ହୋଇଛି। ହେଲେ ୟୁନିଟ-୧ ପଡ଼ିଆରେ ଆଜି ରାପିଡ୍‌ ଟେଷ୍ଟ ହେବା ବେଳେ ୨ଜଣଙ୍କର ନମୁନା ପଜିଟିଭ୍ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial