ୟୁନିଟ୍‌-୧ ପଡ଼ିଆରେ ରାପିଡ୍‌ ଟେଷ୍ଟ ଚିନ୍ତା ବଢ଼ାଇଲା:୨ଜଣଙ୍କ ରକ୍ତ ନମୁନା ପଜିଟିଭ୍

୩ ହଜାର ଲୋକଙ୍କର ରାପିଡ୍‌ ଟେଷ୍ଟ

ଭୁବନେଶ୍ୱର : ବିଏମ୍‌ସି ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ରାଜଧାନୀର ତିନିଟି ଜୋନ୍‌ରେ ପ୍ରାୟ ୩ହଜାର ଲୋକଙ୍କର ରାପିଡ୍‌ ଟେଷ୍ଟ କରାଯାଇଛି। ଏଥିରେ ବିଏମ୍‌ସି ଉତ୍ତର ଜୋନ୍‌ରେ ୭୮୭, ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ୭୦୦ ଏବଂ ଦକ୍ଷିଣ-ପୂର୍ବ ଜୋନ୍‌ରେ ପ୍ରାୟ ୧୫୦୦ ଲୋକଙ୍କର ରାପିଡ୍‌ ଟେଷ୍ଟ ହୋଇଛି। ହେଲେ ୟୁନିଟ-୧ ପଡ଼ିଆରେ ଆଜି ରାପିଡ୍‌ ଟେଷ୍ଟ ହେବା ବେଳେ ୨ଜଣଙ୍କର ନମୁନା ପଜିଟିଭ୍ ବାହାରିବାରୁ ଦୁଇଜଣଙ୍କୁ ସ୍ୱାସ୍ଥ୍ୟ ବିଭାଗ ଉଠାଇ ନେଇଛି। ସେମାନଙ୍କର ସ୍ୱାବ୍‌ ଟେଷ୍ଟ୍‌ ପାଇଁ ପଠାଯାଇଥିବ‌ା ବେଳେ ଚୂଡ଼ାନ୍ତ ରିପୋର୍ଟକୁ ‌ଅପେକ୍ଷା କରାଯାଇଛି। ୟୁନିଟ-୧ ପଡ଼ିଆରେ ଆଜି ନମୁନା ସଂଗ୍ରହ ବେଳେ ସ୍ୱାସ୍ଥ୍ୟକର୍ମୀମାନେ ସାମାଜିକ ଦୂରତା ରଖି ନଥିଲେ। ଗହଳି ଯୋଗୁଁ ଠେଲାପେଲା ହୋଇ ଲୋକ ନମୁନା ଦେଉଥିବା ଦେଖିବାକୁ ମିଳିଥିଲା। ହେଲେ ଯେତେବେଳେ ଦୁଇ ଜଣଙ୍କର ପଜିଟିଭ୍ ଆସିଲା, ତା’ ପରେ ସମସ୍ତେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ସ୍ୱାସ୍ଥ୍ୟକର୍ମୀମାନେ ଏହାପରେ ବି ସାମାଜିକ ଦୂରତା ରଖି ନମୁନା ସଂଗ୍ରହ କରିଥିଲେ। କିନ୍ତୁ ଏଠାକୁ ରାପିଡ୍‌ ଟେଷ୍ଟ କରିବାକୁ ଯାଇଥିବା ଲୋକମାନେ ଏବେ ଭୟଭୀତ ହୋଇଯାଇଛନ୍ତି। ରାପିଡ୍‌ ଟେଷ୍ଟରେ ଯେଉଁମାନଙ୍କର ପଜିଟିଭ୍ ଆସିଛି, ସେମାନଙ୍କର ସ୍ୱାବ୍‌ ଟେଷ୍ଟ ଯଦି ପଜିଟିଭ୍ ଆସିବ, ତେବେ ଆଜି ଏହି କେନ୍ଦ୍ରରେ ରାପିଡ୍‌ ଟେଷ୍ଟ କରିଥିବା ସମସ୍ତ ଲୋକଙ୍କୁ ୧୪ ଦିନିଆ ସଙ୍ଗରୋଧ‌ରେ ରହିବାକୁ ପଡ଼ିବ।

Share Now:

Kalinga News Beuro

Leave a Reply

Next Post

ଏପ୍ରିଲ ୨୩ରୁ ମାନବ ଉପରେ କୋଭିଡ-୧୯ ଟୀକା ପରୀକ୍ଷା ଆରମ୍ଭ କରିବ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ: ସ୍ୱାସ୍ଥ୍ୟ ସଚିବ

Wed Apr 22 , 2020
ଲଣ୍ଡନ: ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଦ୍ୱାରା ପ୍ରସ୍ତୁତ ସମ୍ଭାବ୍ୟ କୋଭିଡ-୧୯ର ପ୍ରତିଷେଧକ ବା ଟୀକାର ମଣିଷ ଉପରେ ପରୀକ୍ଷଣ ଆସନ୍ତା ଏପ୍ରିଲ ୨୩ ଗୁରୁବାର ଠାରୁ ଆରମ୍ଭ ହେବ ବୋଲି ବ୍ରିଟେନ ସରକାର ମଙ୍ଗଳବାର ଘୋଷଣା କରିଛନ୍ତି। ଗତ ସପ୍ତାହରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଏକ ସୁପରଫାଷ୍ଟ ଟୀକା ପ୍ରସ୍ତୁତି ନେଇ ପ୍ରତିଶୃତି ଦେଇ କହିଥିଲେ ଯେ, ଏହି ଟୀକା ସେପ୍ଟେମ୍ବର ସୁଦ୍ଧା ଉପଲବ୍ଧ ହେବ। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial