ରାଜ୍ୟରେ ଆଉ ୩ ପଜିଟିଭ୍ ଚିହ୍ନଟ : ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ଆଉ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ରାଜ୍ୟରେ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୨ରେ ପହଞ୍ଚିଲା। ତେବେ ତିନି ଜଣ ପଜିଟିଭ୍ ଭଦ୍ରକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୧ରେ ପହଞ୍ଚିଲା। ଏହି ୩ ଆକ୍ରାନ୍ତଙ୍କ ଗସ୍ତ ଇତିହାସ ନେଇ ଅନୁସନ୍ଧାନ ଆରମ୍ଭ ହୋଇଛି। ବର୍ତମାନ ସୁଦ୍ଧା ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦ୍ୱିତୀୟ ସ୍ଥାନରେ ରହିଛି ଭଦ୍ରକ। ଭଦ୍ରକ ଜିଲ୍ଲାରେ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ବର୍ତ୍ତମାନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୧ ରହିଛି। କରୋନା ଭାଇରସ୍ ସଂକ୍ରମଣରେ ଜଣେ ପ୍ରାଣ ହରାଇଛନ୍ତି। ଅନ୍ୟପଟେ ଆଶ୍ୱସ୍ତିକର ଖବର ହେଲା ଏବେ ସୁଦ୍ଧା କରୋନାରୁ ସୁସ୍ଥ ହେଲେଣି ୩୦ ଜଣ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୩ ହଜାର ୭୭୫ଟି କରୋନା ଟେଷ୍ଟ ହୋଇଛି ଏବଂ ୪ ହଜାର ୯୭୫ଟି ଆଣ୍ଟିବଡ଼ି ଟେଷ୍ଟ କରାଯାଇଛି।

Share Now:

Kalinga News Beuro

Leave a Reply

Next Post

ଲକ୍‌ଡାଉନ୍ ପାଇଁ ଅଟକିଛି କାମ: ରାଜଧାନୀକୁ ଜଳବନ୍ଦୀ ଭୟ, ମୁଖ୍ୟ ଡ୍ରେନ୍ ସଫା ହୋଇନି, ବହୁ ଡ୍ରେନ୍ କାମ ଅଧା ପଡ଼ିଛି

Wed Apr 22 , 2020
ଭୁବନେଶ୍ୱର: ପ୍ରତିବର୍ଷ ଜଳବନ୍ଦୀ ଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ରାଜଧାନୀବାସୀଙ୍କୁ ଏଥର ଜଳବନ୍ଦୀ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବନି। ୩୭ଟି ସମ୍ବେଦନଶୀଳ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଛି। ୧୦ଟି ଯାକ ମୁଖ୍ୟ ଡ୍ରେନ୍‌ରୁ ଆରମ୍ଭ କରି ପୂର୍ତ୍ତ ବିଭାଗ, ଇଡ୍‌କୋ, ଜାତୀୟ ରାଜପଥ କର୍ତ୍ତୃପକ୍ଷ, ବିଏମ୍‌ସି ଅଧୀନରେ ଥିବା ସମସ୍ତ ଡ୍ରେନର ପୁନରୁଦ୍ଧାର କାମ ହେବ। ସବୁ ଡ୍ରେନ୍ ସଫା ହେବ, ଯେଉଁଠି ଜଳବନ୍ଦୀ ସମସ୍ୟା ଥିବ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial