ଭୁବନେଶ୍ୱରର ଜଣେ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର:ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାଯାଇଛି। ସେ ଭୁବନେଶ୍ୱରର ବୋଲି ଜଣାଯାଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ରାଜ୍ୟରେ ଏବେ ସୁଦ୍ଧା ୩୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱର ଧୀରେ ଧୀରେ କରୋନା ମୁକ୍ତ ହେଉଛି। ରାଜଧାନୀରେ ଲଗାତାର କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ଯୋଗୁଁ କେନ୍ଦ୍ର ସରକାର ହଟସ୍ପଟ ଜୋନ୍ ଭାବେ ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ରେଡ଼୍ ଜୋନ୍ ଘୋଷଣା କରାଯାଇଥିଲା। ତେବେ ଭୁବନେଶ୍ୱର ସମ୍ପୂର୍ଣ୍ଣ ବିପଦମୁକ୍ତ ହୋଇ ନ ଥିଲେ ସୁଦ୍ଧା ଜଣଙ୍କ ପରେ ଜଣେ ସୁସ୍ଥ ହେବା ନିହାତି ଆଶ୍ୱସ୍ତିର ଖବର। ଭୁବନେଶ୍ୱରରେ ମୋଟ୍ ୪୬ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଥିବା ବେଳେ ମୋଟ୍ ଏବେ ସୁଦ୍ଧା ୨୨ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨୩ ଜଣ ସକ୍ରିୟ ସଂକ୍ରମିତ ବିଭିନ୍ନ କୋଭିଡ଼୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସୂଚନାଯୋଗ୍ୟ, ଗତକାଲି ଗୋଟିଏ ଦିନରେ ୨୨୦୯ଟି ନମୁନା ପରୀକ୍ଷା ହୋଇଛି। ମଙ୍ଗଳବାର ୨ ହଜାର ୨୭ଟି ନମୁନା ପରୀକ୍ଷା ହୋଇଥିଲା। ବୁଧବାର ଏହି ସଂଖ୍ୟାକୁ ଅତିକ୍ରମ କରି ୨ ହଜାର ୨୦୯ଟି ନମୁନା ପରୀକ୍ଷା ହୋଇଛି। ଏହା ରାଜ୍ୟ ପାଇଁ ରେକର୍ଡ ସଂଖ୍ୟକ ପରୀକ୍ଷା। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ନମୁନା ପରୀକ୍ଷଣ ସଂଖ୍ୟା ୧୫ ହଜାର ୯୮୪ରେ ପହଞ୍ଚିଛି। ଏହା ମଧ୍ୟରୁ ୮୩ଟି ନମୁନା ପଜିଟିଭ୍ ଆସିଥିଲା। ସୁସ୍ଥ ହୋଇ ଘରକୁ ଫେରିଥିଲେ ୩୨ ଜଣ। ବର୍ତ୍ତମାନ ସୁଦ୍ଧା କରୋନାରେ ଜଣଙ୍କର ମୃତ୍ୟୁ ହୋଇଛି।

Share Now:

Kalinga News Beuro

Leave a Reply

Next Post

ମେ’ ମଧ୍ୟଭାଗରେ ଭାରତରେ କରୋନା ଶିଖର ଛୁଇଁବ : ଲକ୍ ଡାଉନ୍ ବଢ଼ିଲେ ସଂକ୍ରମଣ ହାର କମିବ

Thu Apr 23 , 2020
ନୂଆଦିଲ୍ଲୀ : କରୋନା ଭାଇରସ୍‌ ମହାମାରୀ ମେ’ ମଧ୍ୟଭାଗ ସୁଦ୍ଧା ଭାରତରେ ଶିଖର ଛୁଇଁବ । ମେ’ ୨୨ ବେଳକୁ ଭାରତରେ କ‌େରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫,୦୦୦ ଟପିଥିବ। ତେବେ ଏହାପରେ ଧୀରେଧୀରେ କରୋନାର ପ୍ରଭାବ କମିବ। ଗ୍ଲୋବାଲ୍‌ କନ୍‌ସଲ୍ଟିଂ ଫାର୍ମ ପ୍ରୋଟିଭିଟି ସହ ଟାଇମ୍ସ ‌ନେଟୱର୍କ ଦ୍ୱାରା ହୋଇଥିବା ଏକ ଅଧ୍ୟୟନରୁ ଏହା ଆକଳନ କରାଯାଇଛି। ‘ଟା‌ଇମ୍ସ ଫ୍ୟାକ୍ଟ ଇଣ୍ଡିଆ ଆଉଟ୍‌ବ୍ରେକ୍‌ ରିପୋର୍ଟ’ ୩ଟି ସମ୍ଭାବନାକୁ ନଜରରେ ରଖି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial