ପୃଥିବୀଠାରୁ ଖୁବ ନିକଟରେ ଗତି କରିବ ଉଲକା ପିଣ୍ଡ :ଘଣ୍ଟା ପ୍ରତି ୧୯୦୦୦ କିଲୋମିଟର ରହିବ ବେଗ

ନ୍ୟୁୟର୍କ: ଆସନ୍ତାକାଲି ପୃଥିବୀ ଠାରୁ ଖୁବ ନିକଟ ଦେଇ ଗତି କରିବ ଏକ ବିଶାଳ ଉଲକା ପିଣ୍ଡ। ୨୯ ଏପ୍ରିଲରେ ପୃଥିବୀର ଖୁବ ନିକଟକୁ ଆସିବ ଏହି ଉଲକା ପିଣ୍ଡ। ଆମେରିକାର ସ୍ପେସ୍ ଏଜେନ୍ସି ନାସା ଅନୁଯାୟୀ ଏହାର ବେଗ ଘଣ୍ଟା ପ୍ରତି ୧୯୦୦୦ କିଲୋମିଟର ହେବ। ତଥାପି, ଲୋକମାନେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ, କାରଣ ବୈଜ୍ଞାନିକଙ୍କ କହିବା ଅନୁସାରେ ଏହି ଉଲକା ପୃଥିବୀକୁ ଆସିବାର ସମ୍ଭାବନା ନାହିଁ। ନାସାର ସେଣ୍ଟର ଫର ଆର୍ଥ ନିୟର ଷ୍ଟଡ଼ିଜ ର ରିପୋର୍ଟ ମୁତାବକ ଆସନ୍ତାକାଲି ସକାଳ ପ୍ରାୟ ୫:୫୬ ରେ, ଏହି ଉଲକା ପୃଥିବୀ ପାର୍ଶ୍ୱ ଦେଇ ଗତି କରିବ। ବୈଜ୍ଞାନିକଙ୍କ ଅନୁଯାୟୀ ଏହି ଉଲକା ପୃଥିବୀ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ତେଣୁ ଉଲକା ଯଥେଷ୍ଟ ବଡ଼ ହୋଇଥିଲେ ବି ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଏଠାରେ ସୂଚନା ଥାଉ କି ଅନେକ ଉଲକାପିଣ୍ଡ ଲକ୍ଷ ଲକ୍ଷ ସଂଖ୍ୟାରେ ଥିବାବେଳେ ଆକାରରେ ୧ ମିଟରରୁ ଆରମ୍ଭ ହୋଇ ଶହ ଶହ କିଲୋମିଟର ପର୍ଯ୍ୟନ୍ତ ହୋଇଥାଏ। ତେବେ ବେଳେବେଳ ଏହି ଉଲକାଗୁଡିକ ପୃଥିବୀର ମାଧ୍ୟକର୍ଷଣ ଶକ୍ତି ଦ୍ୱାରା ପୃଥିବୀ ଆଡକୁ ଆକର୍ଷିତ ହୋଇଥାନ୍ତି। ସେଥିରୁ ୯୯ ପ୍ରତିଶତ ପୃଥିବୀ ପୃଷ୍ଠରେ ପଡିବା ପୂର୍ବରୁ ବାୟୁମଣ୍ଡଳରେ ପୋଡି ପାଉଁଶ ହୋଇଯାଇଥାଏ। ତେବେ ବଡ ଉଲକା ପୃଥିବୀରେ ପଡିଲେ ବିପୁଳ କ୍ଷୟକ୍ଷତି ଘଟାଇବାର ସମ୍ଭାବନା ଥାଏ।

Share Now:

Kalinga News Beuro

Leave a Reply

Next Post

୫୫ ବର୍ଷରୁ ଅଧିକ ପୁଲିସ କର୍ମୀଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେଲେ କମିଶନର

Tue Apr 28 , 2020
ମୁମ୍ବାଇ : ଦେଶରେ କରୋନା ଭୂତାଣୁ ମହାମାରୀର ପ୍ରଭାବ ମହାରାଷ୍ଟ୍ରରେ ଅଧିକ ଦେଖିବାକୁ ମିଳିଛି। ସାଧାରଣ ମଣିଷଠାରୁ କରୋନା ଯୋଦ୍ଧା ପର୍ଯ୍ୟନ୍ତ ସମସ୍ତେ ଏହି ମହାମାରୀର ଶିକାର ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇ ପୁଲିସ କମିଶନର ୫୫ ବର୍ଷରୁ ଅଧିକ ବୟସର ପୁଲିସ କର୍ମଚାରୀଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁମ୍ବାଇ ପୁଲିସ କମିଶନର ପରମବୀର ସିଂ ନିର୍ଦ୍ଦେଶ ଦେଇଛନ୍ତି ଯେ ୫୫ ବର୍ଷରୁ ଅଧିକ ସମସ୍ତ ପୁଲିସ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial