ବଲିଉଡ୍ ଅଭିନେତା ଇର୍‌ଫାନ୍ ଖାଁଙ୍କ ଦେହାନ୍ତ

ଶୋକ ଜଣାଇ ଟୁଇଟ କଲେ ପ୍ରଧାନମନ୍ତ୍ରୀ ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ

ମୁମ୍ବାଇ: ଅନ୍ତଃନଳୀ ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ବଲିଉଡ୍ ଅଭିନେତା ଇର୍‌ଫାନ୍ ଖାଁ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା। ମଙ୍ଗଳବାର ଦିନ ତାଙ୍କୁ ମୁମ୍ବାଇର କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୃତ୍ୟୁ ସମାଚାର ଚଳଚ୍ଚିତ୍ର ନିର୍ମାତା ସୁଜିତ୍ ସରକାର୍ ଟୁଇଟର୍‌ରେ ସେୟାର କରିଛନ୍ତି। ନିରୋନଏଣ୍ଡୋକ୍ରାଇନ୍‌ ଟ୍ୟୁମର୍‌ରେ ଆକ୍ରାନ୍ତ ହୋଇଥିଲେ ବୋଲି ସେ ୨୦୧୮ରେ ଘୋଷଣା କରିଥିଲେ। ୨୦୧୯ରେ ଇର୍‌ଫାନ୍ ଅନେକ ମାସ ଧରି ବିଦେଶରେ ଚିକିତ୍ସାଧୀନ ଥିଲେ। ସେ ସମୟରେ ସେ ଗୋଟିଏ ମାତ୍ର ପ୍ରୋଜେକ୍ଟ୍‌ ହୋମି ଆଦାଜାନିଆଙ୍କ ‘ଅଙ୍ଗ୍ରେଜି ମିଡିୟମ୍’ରେ କାମ କରୁଥିଲେ। ଶନିବାର ଦିନ ଇର୍‌ଫାନ୍‌ଙ୍କର ମାଆ ସଇଦା ବେଗମ୍‌ଙ୍କର ୯୫ ବର୍ଷ ବୟସରେ ପରଲୋକ ହୋଇଯାଇଥିଲା। ଭିଡିଓ କଲ୍ ଜରିଆରେ ଇର୍‌ଫାନ୍ ମାଆଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ ବୋଲି କୁହାଯାଇଥିଲା। ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ଇର୍‌ଫାନ୍ ପ୍ରାୟ ଦୁଇ ଦଶନ୍ଧି ଧରି କାମ କରିଥିଲେ। ତାଙ୍କ ଅଭିନୀତ ପ୍ରସିଦ୍ଧ ଭାରତୀୟ ଚଳଚ୍ଚିତ୍ରମାନଙ୍କ ମଧ୍ୟରେ ରହିଛି ‘ସଲାମ ବମ୍ବେ’, ‘ମକ୍‌ବୁଲ୍’, ‘ପାନ୍ ସିଂ ତୋମାର୍’, ‘ଦି ଲଞ୍ଚ୍ ବକ୍ସ୍’, ‘ହାଇଦର୍’, ‘ଗୁଣ୍ଡେ’, ‘ପିକୁ’, ‘ତଲ୍‌ୱାର୍’ , ‘ହିନ୍ଦୀ ମିଡିୟମ୍’ ଏବଂ ‘ଅଙ୍ଗ୍ରେଜି ମିଡିୟମ୍’। ଭାରତୀୟ ଚଳଚ୍ଚିତ୍ରରେ ଉ‌ଚ୍ଚକୋଟିର ଅଭିନୟ କରିବା ସହ ସେ ‘ସ୍ଲମ୍‌ଡଗ୍ ମିଲିୟନେୟାର୍’, ‘ଜୁରାସିକ୍ ୱାର୍ଲଡ୍’ ‘ଦି ଆମାଜିଙ୍ଗ୍ ସ୍ପାଇଡର୍ ମ୍ୟାନ୍,’’ ଏବଂ ‘ଲାଇଫ୍‌ ଅଫ୍ ପାଇ’ ଭଳି ଆନ୍ତର୍ଜାତିକ ବ୍ଲକ୍‌ବଷ୍ଟର୍‌ ସିନେମାରେ ଅଭିନୟ କରି ସୁନାମ ଅର୍ଜନ କରିଥିଲେ। ହଠାତ ତାଙ୍କ ବିୟୋଗ ଖବର ପାଇବା ପରେ ସାରା ଦେଶବାସୀ ଏହି ଖବରକୁ ବିଶ୍ୱାସ କରିବାକୁ ଚେଷ୍ଟା କରୁଛନ୍ତି। ବୁଧବାର ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ବଲିଉଡର ପ୍ରସିଦ୍ଧ ଅଭିନେତା ଇରଫାନ ଖାନଙ୍କ ଦେହାନ୍ତ ହୋଇଛି। ସେ ମାତ୍ର ୫୩ବର୍ଷ ବୟସରେ ଏହି ମୋହମାୟା ସଂସାରରୁ ବିଦାୟ ନେଇଛନ୍ତି ଇରଫାନ୍‌। ଆଜି ତାଙ୍କ ବିୟୋଗରେ ସମସ୍ତେ ନିଜର ଦୁଃଖ ଜଣାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଇରଫାନ ଖାନଙ୍କ ମୃତ୍ୟୁକୁ ନେଇ ଗଭୀର ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ରେ କହିଛନ୍ତି, ‘ଇରଫାନ୍ ଖାନଙ୍କ ମୃତ୍ୟୁ ସିନେମା ଏବଂ ଥିଏଟର ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କର ବହୁମୁଖୀ ପ୍ରଦର୍ଶନ ପାଇଁ ତାଙ୍କୁ ସର୍ବଦା ସ୍ମରଣ କରାଯିବ। ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକଙ୍କ ପ୍ରତି ମୋର ଗଭୀର ସମବେଦନା। ତାଙ୍କର ଆତ୍ମା ଶାନ୍ତିରେ ରହୁ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟୁଇଟ କରି ନିଜର ସମବେଦନା ଜଣାଇଛନ୍ତି। ଟୁଇଟରେ, ବହୁମୁଖୀ ଅଭିନେତା ଇରଫାନ ଖାନଙ୍କ ଦେହାନ୍ତ ବିଷୟରେ ଶୁଣି ମୁଁ ଦୁଃଖିତ। ସେ ଜଣେ ପ୍ରଫୁଲ୍ଲ ଚିତ୍ତାକର୍ଷକ ଅଭିନେତା ଥିଲେ ଏବଂ ସାରା ବିଶ୍ୱର ସିନେମା ପ୍ରେମୀମାନେ ତାଙ୍କୁ ଏବେ ସବୁ ଦିନ ପାଇଁ ମନେ ପକାଇବେ। ଶୋକସନ୍ତପ୍ତ ପରିବାର ଏବଂ ପ୍ରଶଂସକଙ୍କୁ ମୋର ସମବେଦନା ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ସେହି ଭଳି ଦିଗ୍ଗଜ ଅଭିନେତା ଇରଫାନ ଖାନଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଦୁଃଖ ପ୍ରକାଶ କରି ଖାନଙ୍କ ପରିବାର ପ୍ରତି ସମବେଦନା ଜଣାଇ କହିଛନ୍ତି ଯେ, ଇରଫାନ ଖାନ ବିଶ୍ୱ ସିନେମା ଏବଂ ଟିଭି ଜଗତ ପାଇଁ ଭାରତୀୟ ବ୍ରାଣ୍ଡ ଆମ୍ବାସାଡର ଥିଲେ। ଦେଶ ଆଜି ଜଣେ ଅତୁଳନୀୟ ଅଭିନେତାଙ୍କୁ ହରାଇଛି। ତେବେ କେବଳ ରାହୁଲ ଗାନ୍ଧୀ ନୁହନ୍ତି ଅନେକ ସେଲିବ୍ରିଟିମାନେ ମଧ୍ୟ ଟୁଇଟ କରି ଦିବଂଗତ କଳାକାର ଇରଫାନ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିବା ଦେଖିବାକୁ ମିଳିଛି।

Share Now:

Kalinga News Beuro

Leave a Reply

Next Post

ସେଲୁଲଏଡ୍ ଜଗତରେ ଋଷି କପୁରଙ୍କ ସ୍ବର୍ଣ୍ଣିମ ଯାତ୍ରା: ତାଙ୍କ ଅତୁଳନୀୟ ଅଭିନୟର ୧୦ଟି ଶ୍ରେଷ୍ଠ ଚଳଚ୍ଚିତ୍ର

Thu Apr 30 , 2020
ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ କିଂବଦନ୍ତି ଅଭିନେତା ଓ ହିନ୍ଦୀ ଚଳଚ୍ଚିତ୍ରର ପ୍ରକୃତ ‘ଚକ୍‌ଲିଟ୍ ବୟ’ ଋଷି କପୁରଙ୍କର ଗୁରୁବାର ସକାଳ ୮: ୪୫ରେ ଦେହାନ୍ତ ହୋଇଯାଇଛି। ‘ଶ୍ରୀ୪୨୦’ ଏବଂ ‘ମେରା ନାମ୍ ଜୋକର୍’ ଚଳଚ୍ଚିତ୍ରରେ ଶିଶୁ ଅଭିନେତା ଭାବେ ଅଭିନୟ କରିଥିବା ଋଷି କପୁର ୧୯୭୩‌ ମସିହାରେ ମୁକ୍ତିଲାଭ କରିଥିବା ‘ବବି’ ଚଳଚ୍ଚିତ୍ରରେ ପ୍ରଥମେ ନାୟକ ଭୂମିକାରେ ଅବତ୍ତୀର୍ଣ୍ଣ ହୋଇଥିଲେ। ଏବଂ ସେଥିରେ ଅଭିନୟ ପାଇଁ ୧୯୭୪ରେ ତାଙ୍କୁ ମିଳିଥିଲା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial