ଭାରତର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୩୬୫, ଗୋଟିଏ ଦିନରେ ୨ ହଜାର ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ : ଭାରତର ମୋଟ କରୋନା ସଂକ୍ରମିତ ସଂଖ୍ୟା ୩୫୩୬୫ରେ ପହଞ୍ଚିଛି। ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୨୫,୧୪୮ ଥିବାବେଳେ ମୃତ୍ୟୁସଂଖ୍ୟା ୧୧୫୨ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ତେବେ ଦେଶରେ ଏପର୍ଯ୍ୟନ୍ତ ମୋଟ ୯୦୬୪ ଜଣ କରୋନା ରୋଗୀ ସୁସ୍ଥ ହେଲେଣି। ଏହା ଫଳରେ ଦେଶର କରୋନା ଜନିତ ମୃତ୍ୟୁହାର ୩ ପ୍ରତିଶତରେ ସ୍ଥିର ଥିବାବେଳେ ଆରୋଗ୍ୟ ହାର ୨୫ ପ୍ରତିଶତ ଟପିଯାଇଛି। ଗତ ୨୪ ଘଣ୍ଟାରେ ଦେଶରେ ପ୍ରାୟ ୨ ହଜାର ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ମୋଟ ସଂକ୍ରମଣ ସଂଖ୍ୟା ୧୦ ହଜାର ଟପିଯାଇଛି। ୧୦ ହଜାର ମାତ୍ରା ଟପିବାରେ ମହାରାଷ୍ଟ୍ର ଦେଶର ପ୍ରଥମ ରାଜ୍ୟ ହୋଇଛି। ୨ୟ ଓ ୩ୟ ସ୍ଥାନରେ ଯଥାକ୍ରମେ ଗୁଜୁରାଟ ଓ ଦିଲ୍ଲୀ ରହିଛନ୍ତି। ଏହି ଦୁଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଯଥାକ୍ରମେ ୩୫୬୮ ଓ ୨୩୬୨ ଓ ମୃତ୍ୟୁସଂଖ୍ୟା ଯଥାକ୍ରମେ ୨୧୪ ଓ ୫୯ ରହିଛି। ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଲକ୍ଷ ୨୭ ହଜାରରେ ପହଞ୍ଚିଛି। ଏହା ମଧ୍ୟରୁ ମୃତ୍ୟୁସଂଖ୍ୟା ୨ ଲକ୍ଷ ୩୪ ହଜାର ଥିବାବେଳେ ଆରୋଗ୍ୟ ସଂଖ୍ୟା ୧୦ ଲକ୍ଷ ଟପିଯାଇଛି। ଆମେରିକାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷଟପିଯାଇଥିବାବେଳେ ମୃତ୍ୟୁସଂଖ୍ୟା ୬୩ ହଜାର ରହିଛି।

Share Now:

Kalinga News Beuro

Leave a Reply

Next Post

ପ୍ରକାଶ ପାଇଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଚୂଡ଼ାନ୍ତ ତାଲିକା: ଓଡ଼ିଶାର ୩ ଜିଲ୍ଲା ରେଡ୍, ୬ ଜିଲ୍ଲା ଅରେଞ୍ଜ୍‌ ଓ ୨୧ ଜିଲ୍ଲା ଗ୍ରିନ୍ ଜୋନ୍

Fri May 1 , 2020
ନୂଆଦିଲ୍ଲୀ: ମେ ୩ ତାରିଖରେ ପରିବର୍ଦ୍ଧିତ ଲକ୍‌ଡାଉନ୍ ଅବଧି ଶେଷ ହେବାକୁ ଯାଉଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କଣ୍ଟେନ୍‌ମେଣ୍ଟ୍ ଜୋନ୍‌ର ତାଲିକା ଚୂଡ଼ାନ୍ତ କରିଛି। ସମ୍ପୃକ୍ତ ଅଞ୍ଚଳର କରୋନାଭାଇରସ୍ ପରିସ୍ଥିତିକୁ ଆଧାର କରି ଏଥିରେ ରାଜ୍ୟ ଓ ଜିଲ୍ଲାମାନଙ୍କୁ ବିଭିନ୍ନ ରେଡ୍, ଅରେଞ୍ଜ୍ ଓ ଗ୍ରିନ୍ ଜୋନ୍ ଭାବେ ବର୍ଗିକରଣ କରାଯାଇଛି। ସେଥିରୁ ଓଡ଼ିଶାର ୩ଟି ଜିଲ୍ଲା ଭଦ୍ରକ, ବାଲେଶ୍ୱର ଓ ଯାଜପୁରକୁ ରେଡ୍ ଜୋନ୍ ତାଲିକାଭୁକ୍ତ କରାଯାଇଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial