ଲକ୍‌ଡାଉନ୍‌ରେ ଘରୁ ତଡ଼ିଦେଲେ ମାଲିକ:ଛଅ ମାସର ଗର୍ଭବତୀ ପତ୍ନୀଙ୍କୁ ଧରି ଥାନା ଦ୍ୱାରସ୍ଥ ହେଲେ ଗାଡ଼ି ଚାଳକ

ଭୁବନେଶ୍ୱର : ଲକଡାଉନର କଠିନ ପରିସ୍ଥିତିରେ କାହାକୁ ଚାକିରିରୁ ଛଟେଇ ନ କରିବା ପାଇଁ କିମ୍ବା ଘର ମାଲିକ ଭଡ଼ାଟିଆଙ୍କୁ ଘରୁ ବାହାର ନକରିବା ପାଇଁ ବାରମ୍ବାର ଅନୁରୋଧ କରୁଛନ୍ତି ସରକାର। ହେଲେ ସରକାରଙ୍କ ଏହି ଅନୁରୋଧକୁ ବେଖାତିର କରି ମଣିଷ ପଣିଆକୁ କିଭଳି ମାଟିରେ ମିଶାଇ ଦିଆଯାଇଛି, ତାର ଏକ ନିଚ୍ଛକ ଚିତ୍ର ସାମ୍ନାକୁ ଆସିଛି। ହାତ ଧରାଧରି ହୋଇ ଚାଲୁଥିବା ଏହି ଦମ୍ପତି ରାଜଧାନୀ ଭୁବନେଶ୍ୱରରେ ରହୁଥିଲେ। ସ୍ୱାମୀ ବରମୁଣ୍ଡାର ପ୍ରମୋଦ ଜେନାଙ୍କ ଗାଡି ଚଳାଉଥିବା ବେଳେ ପତ୍ନୀଙ୍କ ସହ ତାଙ୍କ ଘରେ ରହୁଥିଲେ। ହେଲେ ପଇସା ମାଗିବାରୁ ମାଲିକ ଘରୁ କାଢି ଦେଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ଏହି ଦମ୍ପତି। ବଡ କଥା ହେଉଛି, ଡ୍ରାଇଭର ରାଜୁ ପ୍ରଧାନଙ୍କ ପତ୍ନୀ ୬ ମାସର ଗର୍ଭବତୀ ଅଛନ୍ତି। ଘର ଭଡା ପାଇଁ ମାଲିକ ଘରୁ ବାହାର କରି ଦେଉଛନ୍ତି, ହେଲେ ଲକଡାଉନର କଷ୍ଟକର ସମୟରେ ନିଜ ପ୍ରାପ୍ୟ ମାଗିବାରୁ ଡ୍ରାଇଭରଙ୍କୁ ଘରୁ ମାଲିକ ବାହାର କରିଦେଇଛନ୍ତି ବୋଲି ଫେରାଦ ହୋଇଛନ୍ତି ଦମ୍ପତି।

Share Now:

Kalinga News Beuro

Leave a Reply

Next Post

କଂକ୍ରିଟ ମିକ୍ସର୍ ଟ୍ୟାଙ୍କରେ ଲୁଚି ମହାରାଷ୍ଟ୍ରରୁ ଉତ୍ତରପ୍ରଦେଶ ଯାଉଥିଲେ ୧୮ଜଣ ପ୍ରବାସୀ ଶ୍ରମିକ:ଜାଣିବା ପରେ ମୁଣ୍ଡରେ ହାତ ଦେଲା ପୁଲିସ

Sat May 2 , 2020
ନୂଆଦିଲ୍ଲୀ: ଦେଶବ୍ୟାପୀ ଲକଡାଉନଥିବାରୁ ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରେ ପହଞ୍ଚିବା ପାଇଁ ବିଭିନ୍ନ ପ୍ରକାରର ବାଟ ଆପଣାଉଥିବା ଦେଖିବାକୁ ମିଳୁଛି। ପୂର୍ବରୁ କିଛି ଲୋକ ଚାଲି ଚାଲି ନିଜ ଘରକୁ ଫେରିବା ସହ କିଛି ସାଇକେଲରେ ସେମାନଙ୍କର ମୂଳ ବାସସ୍ଥାନକୁ ଫେରୁଥିବାର ଖବର ସାମ୍ନାକୁ ଆସିଥିଲା। କିନ୍ତୁ ଏବେ କିଛି ଶ୍ରମିକ ନିଜ ଘରେ ପହଞ୍ଚିବା ପାଇଁ ଆପଣାଇଥିବା ବାଟ ପୁଲିସକୁ ଆଶ୍ଚର୍ଯ୍ୟ କରିଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial